ଶେରଗଡ ବ୍ଲକରେ ସାର ର ଘୋର ଅଭାବ

0
303

ଶେରଗଡ,୧୮/୦୮/୨୦୨୦(ହୃଷୀକେଶ ମହାନ୍ତି)=ମୂଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରେ ସାରର ଘୋର ଅଭାବ ଚାଷୀ ଓ ଚାଷ ପାଇଁ ନୈରାଶ୍ଯଜନକ ପରିସ୍ଥିତି ଷୃଷ୍ଟି କରିଛି।ଚାଷୀ ଧାନ ରୋଇବା ସମୟରେ ଓ ତା’ପରେ ୟୁରିଆ ସାର ବ୍ଯବହାର କରିଥାଏ।ଏବଂ ସାର ସାଧାରଣତଃ ସ୍ଥାନୀୟ ସେବା ସମବାୟ ସମିତି ମାଧ୍ୟମରେ ଯୋଗେଇ ଦିଆଯାଇଥାଏ।କିନ୍ତୁ ଚଳିତ ବର୍ଷ କୌଣସି ସମିତି ରେ ସାର ନାହିଁ ବୋଲି ଚାଷୀ ଙ୍କୁ କୁହାଯାଉଛି।ଚାଷୀ ସାର ଆଣିବାକୁ ସମିତି ଆଗରେ ଧାଡିବାନ୍ଧି ନିରାଶ ଫେରୁଛନ୍ତି।କିନ୍ତୁ ୟୁରିଆ ସାର ବସ୍ତା ପିଛା ଦର ତିନ ଶହ ସତୁରୀ ଟଙ୍କା ଥିବାବେଳେ,କଳାବଜାର ରେ ଏହାକୁ ପାଞ୍ଚ ଶହ ପଚାଶ ଟଙ୍କାରେ ବିକ୍ରି କରାଯାଉଛି।ଯଦି ସାର ର ଅଭାବ ତାହାହେଲେ କଳାବଜାର କୁ ସାର ଆସୁଛି କିପରି?ପ୍ରଶାସନିକ ଓ ଡିଲର ଙ୍କ ମଧୁଚନ୍ଦ୍ରିକା ରେ ଚାଷୀମାରଣ ନୀତି ସରକାର ଙ୍କ ଚାଲିନାହିଁ ତ?ମୂଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ରେ ଯଦି ଚାଷୀ ଙ୍କ ଏଧରଣର ଦୁର୍ଦ୍ଦଶା, ତାହା ହେଲେ ଅନ୍ଯ ଅଂଚଳର ଚାଷୀ ଙ୍କ ଅବସ୍ଥା,କେଉଁ ଧରଣର ଶୋଚନୀୟ ହୋଇଥିବ ତାହା ସହଜେ ଅନୁମେୟ।ତୁରନ୍ତ ଏହି ଅଂଚଳରେ ଚାଷୀ ଙ୍କୁ ଆବଶ୍ୟକୀୟ ସାର ଯୋଗାଇ ଦେବା ପାଇଁ ଚାଷୀନେତା ପଂଚାନନ ସ୍ୱାଇଁ ଦାବି କରିଛନ୍ତି। ସାର ଅଧିକ ଦରରେ ବିକ୍ରୀ ହେଉଥିବା ଆଜି ଖବର ପାଇ ଶେରଗଡ ତହସିଲଦାର ଡକ୍ଟର ଦୟାସିଂଧୁ ପରିଡା ଏଠାରେ ଥିବା ସୁବାଷ ପଶୁପାଳକ ଙ୍କ ସାର ଦୋକାନ କୁ ତଦନ୍ତ କରିବାକୁ ଯାଇଥିଲେ।ତେବେ ପରିବହନ ଖର୍ଚ୍ଚ ବୃଦ୍ଧି ପାଇବା ପରେ ସାର ଦରରେ ଅଧିକା ଦରରେ ସାର ବିକ୍ରି ହେଉଛି ବୋଲି ଡିଲର ସୂଚନା ଦେବା ପରେ ସରକାର ଙ୍କ ଧାର୍ଯ୍ୟ ଦରରେ ହିଁ ସାର ବିକ୍ରୀ କରିବାପାଇଁ ଡିଲର ଙ୍କୁ ତହସିଲଦାର ତାଗିଦ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here