ଯାଜପୁର,୧୮/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ସମଗ୍ର ବିଶ୍ଵକୁ ମହାମାରୀ କରୋନାମୁକ୍ତ କରିବା ପାଇଁ ସଚେତନତାର ଆବଶ୍ୟକତାକୁ ଉପଲବ୍ଧିକରି ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକସଂଗଠନ ଚିନ୍ମୟ ପ୍ରତିଷ୍ଠାନ ଓ ପ୍ରତିଷ୍ଠାନଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଆଜକୁ ଦୀର୍ଘ ୧୫୦ଦିନ ଧରି ଦେଶର ବିଭିନ୍ନ ସ୍ଥାନମାନଙ୍କରେ ଜାରିରଖିଛି ତା’ର ସଚେତନତା କାର୍ଯ୍ୟକ୍ରମ । ଏହି ଅବସରରେ ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ପୂର୍ବ ଯାଜପୁର ଜିଲ୍ଲାର ଖାନନଗର ପଞ୍ଚାୟତ ଠାରେ ପଞ୍ଚାଶତଶତୋତ୍ତର ଦିବସୀୟ କାର୍ଯ୍ୟକ୍ରମ ଓ ସମାବର୍ତନ ସଭା ଅନୁଷ୍ଠିତ ହୋଇଯାଇଅଛି ।ଏହି ସଭାକୁ ଖାନନଗର ପଞ୍ଚାୟତର ସରପଞ୍ଚ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସାହୁ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଵଳନ କରି ଉଦଘାଟନ କରିଥିଲେ।ଏଥିରେ ସାତନମ୍ବର ଜୋନର ଜିଲ୍ଲାପରିଷଦ ସଦସ୍ୟା ମାମିନା ମଲ୍ଲିକ, ସମାଜସେବୀ ଅଲେଖ ଚନ୍ଦ୍ର ମଲ୍ଲିକ, ଅଧ୍ୟାପକ ଭରତ ଚନ୍ଦ୍ର ବେହେରା, ସାଧୁ ନିଲୁ ବାବା,ଅଭିନେତା ଶଶିକାନ୍ତ ପଣ୍ଡା,ସାମ୍ବାଦିକ ଜ୍ୟୋତିଶଙ୍କର ରାୟ, ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର ଆଦି ଯୋଗଦାନକରି ବ୍ୟକ୍ତି ସଚେତନତା ମାଧ୍ୟମରେ ସମାଜକୁ ସଚେତନକରି ସମଗ୍ର ବିଶ୍ଵରୁ ମହାମାରୀ କରୋନାକୁ କିଭଳି ଭାବରେ ବିନାଶ କରିହେବ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।ଏହିପରିପ୍ରେକ୍ଷୀରେ କରୋନା ସଚେତନତା କ୍ଷେତ୍ରରେ କାର୍ଯ୍ୟକରିଥିବା ବ୍ୟକ୍ତିବିଶେଷଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନୀତ କରାଯାଇଥିଲା। ବିଶ୍ଵରୁ ମହାମାରୀ କରୋନାର ବିନାଶ ନହେବାଯାଏ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ପ୍ରତିଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିନ୍ମୟ ଦାଶ ମତବ୍ୟକ୍ତ କରିଛନ୍ତି।