ବ୍ରହ୍ମପୁର,୧୭/୦୮/୨୦୨୦(ବ୍ୟୁରୋ ରିପୋର୍ଟ)ଗଞ୍ଜାମ ଜିଲ୍ଲାରେ ମହାମାରୀ କରୋନା ର ପ୍ରବଳ ସଂକ୍ରମଣ ଯୋଗୁଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ନାମାକୁ ସମ୍ମାନ ଜଣାଇ ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଅନୁଷ୍ଠିତ ହେବାକୁଥିବା ବାର୍ଷିକୋତ୍ସବକୁ ସ୍ଥଗିତ ରଖିବା ପାଇଁ ପୂର୍ବରୁ ନିଷ୍ପତ୍ତି ନିଆଯାଇଥିଲା। କରୋନା କଟକଣା କୋହଳ ହେବା ପରେ ପ୍ରଶାସନ ଙ୍କ ଅନୁମତି କ୍ରମେ ଆଗାମୀ ଦିନରେ ବାର୍ଷିକୋତ୍ସବ ଅନୁଷ୍ଠିତ କରାଇବା ପାଇଁ ନିଷ୍ପତ୍ତି ନିଆଗଲା। ଅଗଷ୍ଟ୧୫ ଅପରାହ୍ନରେ ଅନୁଷ୍ଠିତ ଏକ ଭିଡିଓ କନ୍ଫେରନ୍ସିଙ୍ଗ୍ କାର୍ଯ୍ୟକ୍ରମ ଅନୁଷ୍ଠାନର ସଭାପତି ପ୍ରଫେସର ଡ.ରବିନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ସାଧାରଣ ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ କାର୍ଯ୍ୟକ୍ରମ ସଂଚାଳନ କରି ପ୍ରସ୍ତାବ ଆଗତ କରିଥିଲେ।ସର୍ବପ୍ରଥମେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ସ୍ବାଧୀନତା ଆନ୍ଦୋଳନରେ ବଳିଦାନ ଦେଇଥିବା ବୀରଶହିଦ୍ ଙ୍କୁ ଓ ଦେଶର ସୀମାନ୍ତରେ ସୁରକ୍ଷା ପ୍ରଦାନକାରୀ ଶହିଦ୍ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇ ଆମ ଜାତୀୟ ଏକତା ଓ ସଂହତି ବଜାୟ ରଖିବାକୁ ଆହ୍ବାନ ଦିଆଯାଇଥିଲା। ଏବଂ ବର୍ତ୍ତମାନ କରୋନା ମହାମାରୀ ରେ ପ୍ରାଣତ୍ୟାଗ କରିଥିବା କରୋନାଯୋଦ୍ଧାଙ୍କ ଆତ୍ମା ର ସଦ୍ଗତି କାମନା କରାଯାଇଥିଲା। ବର୍ତ୍ତମାନ କରୋନା
Home ବ୍ରହ୍ମପୁର ସ୍ପେଶାଳ ଗଞ୍ଜାମ ଜିଲ୍ଲା ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ର ବାର୍ଷିକୋତ୍ସବ ସ୍ଥଗିତ ସମ୍ପର୍କିତ କାର୍ଯକାରୀ ବୈଠକ...