ପିତ୍ତଳ ରେ କରୋନା ଚିହ୍ନଟ ଶିବିର

0
150

ଶେରଗଡ,୨୫/୦୮/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ଶେରଗଡ ବ୍ଳକର ପିତ୍ତଳ ଠାରେ ଆଜି ତୃତୀୟ ଥର ପାଇଁ କରୋନା ଚିହ୍ନଟ ପାଇଁ ସ୍ବାବ ସଂଗ୍ରହ ଓ ଆଣ୍ଟିଜେନ ଟେଷ୍ଟ ଶିବିର ଅନୁଷ୍ଠିତ ହୋଇଯାଇଛି ।ଶିବିରରେ ବିଡିଓ ସୁରଂଜନ ସାହୁ ଯୋଗଦେଇ ଜନସାଧାରଣଙ୍କୁ ଉତ୍ସାହିତ କରି ଥିଲେ । । ଏଥିରେ ୧୫୩ଜଣଙ୍କ ଆଣ୍ଟି ଜେନ ଟେଷ୍ଟ ହେବା ସହ ୨୫ଜଣ ଙ୍କ ସ୍ୱାବ ନମୁନା ସଂଗ୍ରହ କରି ପରିକ୍ଷା ପାଇଁ ପଠାଯାଇଛି ।ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡିକର୍ମୀ ରଞ୍ଜିତା ରଥ, ତୃଷ୍ଣା ମିଶ୍ର,କୋଭିଟ ମନିଟର କେ କମଳ ଲୋଚନ, ବାବୁଲା ମହାପାତ୍ର, କେ ରାମା ରାଓ , ଆଶା ରୀତା ମହାପାତ୍ର, ମଞ୍ଜୁଲତା ବଡୁ ଓ ରୀତା ମିଶ୍ର ଶିବିର ପରିଚାଳନା ରେ ସହଯୋଗ କରି ଥିଲେ । । ପାକିଡି ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ରେ ଆୟୋଜିତ ଅନୁରୂପ ଶିବିର ରେ ମଧ୍ୟ ୩୬୭ଜଣଙ୍କର ଆଣ୍ଟିଜେନ ଟେଷ୍ଟ ସହ ସ୍ୱାବ ସଂଗ୍ରହ ହୋଇଛି ।ଏହି ଶିବିର କୁ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ରଥ ଙ୍କ ସମେତ ବିଦ୍ୟାଳୟ ର ସମସ୍ତ ସହକାରୀ ଶିକ୍ଷକ ସହଯୋଗ କରିଥିଲେ ।ପରିକ୍ଷା ଓ ନମୁନା ସଂଗ୍ରହ କାର୍ଯ୍ଯ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ମାନେ ସୁଚାରୁ ରୂପେ ସଂପାଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here