ରାଜ୍ୟରେ ଡିସେମ୍ବର ୩୧ ଯାଏଁ ଲର୍ଣ୍ଣିଂ, ଡିଏଲ୍‌ କାଏମ୍‌

0
462

କଟକ, ୨୫/୦୮/୨୦୨୦(ବ୍ୟୁରୋ ରିପୋର୍ଟ) ଯେଉଁମାନଙ୍କର ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଲାଇସେନ୍ସ, ଡ୍ରାଇଭିଂ ଲାଇସେନ୍ସ ନବୀକରଣ, ଗାଡିର ଫିଟ୍‌ନେସ୍‌ ଆଦି ଗତ ଫେବ୍ରୁଆରୀ ପହିଲାରେ ଶେଷ ହୋଇଥାଏ କିମ୍ବା ଆସନ୍ତା ଡିସେମ୍ବର ୩୧ ମଧ୍ୟରେ ଶେଷ ହେଉଥାଏ ତାହେଲେ ସେମାନଙ୍କର ଲାଇସେନ୍ସର ଅବଧି ଆସନ୍ତା ଡିସେମ୍ୱର ୩୧ ପର୍ଯ୍ୟନ୍ତ କାଏମ୍‌ ରହିବ । ଅର୍ଥାତ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହିସବୁ ଡକ୍ୟୁମେଣ୍ଟ ବଳବତ୍ତର ରହିବ । ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍‌ କ୍ଷେତ୍ରରେ ଏହି ନିୟମ ଲାଗୁ ନୁହେଁ ବୋଲି ସ୍ପଷ୍ଟ କରାଯାଇଛି ।

ଯେଉଁ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍‌ର ବୈଧତା ଯେଉଁ ସମୟରେ ଶେଷ ହେବ ତୁରନ୍ତ ଉକ୍ତ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍‌ର ନବୀକରଣ କରାଇ ନେବାକୁ ଏଥିରେ କୁହାଯାଇଛି । ଯେଉଁ ଗାଡ଼ିକୁ ଅସ୍ଥାୟୀ ପରମିଟ୍‌ ଦିଆଯାଇଛି ସେ କ୍ଷେତ୍ରରେ ଏହି ନିୟମ ଲାଗୁ ନୁହେଁ ବୋଲି କୁହାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଆଜି ଜାରି ନିର୍ଦ୍ଦେଶାବଳୀ ଆଧାରରେ ଏସ୍‌ଟିଏ କମିସନରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

LEAVE A REPLY

Please enter your comment!
Please enter your name here