ଡି.ପି.ମିଶ୍ର ଅଗ୍ରଗାମି ସ୍ୱତନ୍ତ୍ର ଓ ବୈଷୟିକ ଅନୁଷ୍ଠାନର ସ୍ୱତନ୍ତ୍ର ବି.ଏଡ୍ ପ୍ରମାଣପତ୍ର ସହିତ ସମତୁଲ୍ୟ ଚିଠି ଦେଲେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ

0
161

ବ୍ରହ୍ମପୁର, ୨୮/୦୮/୨୦୨୦ ( ଟୁକୁନା ପ୍ରଧାନ) -:ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ସ୍ୱତନ୍ତ୍ର ବି.ଏଡ୍ କଲେଜ ଡି.ପି.ମିଶ୍ର ଅଗ୍ରଗାମି ସ୍ୱତନ୍ତ୍ର ଓ ବୈଷୟିକ ଅନୁଷ୍ଠାନର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ପାଇଥିବା ସ୍ୱତନ୍ତ୍ର ବି.ଏଡ୍ ପ୍ରମାଣପତ୍ର କୁ ନେଇ ଯେଉଁ ପ୍ରଶ୍ନ ଉଠାଇଥିଲା ତାହାକୁ ନେଇ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଇତିମଧ୍ୟରେ ପ୍ରଦାନ କରାଯାଇଥିବା ସମତୁଲ୍ୟ ଚିଠିକୁ ଅନୁଧ୍ୟାନ କଲେ ତାହା ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି ବୋଲି ଏକ ପ୍ରେସ ନୋଟ୍ ମାଧ୍ୟମ ରେ ଅନୁଷ୍ଠାନର ଅଧ୍ୟକ୍ଷ ଡା.ବିଭୂତି ଭୂଷଣ ମହାପାତ୍ର ସ୍ପଷ୍ଟ କରିବା ସହିତ ତତ ସମନ୍ଧୀୟ ସମସ୍ତ ନଥିପତ୍ର ପ୍ରଦାନ କରିଛନ୍ତି । ଏ ନେଇ ସରକାର ଙ୍କ ନିୟମ ଅନୁଯାୟୀ ଏହି ଅନୁଷ୍ଠାନ ହେଉଛି ଭାରତ ସରକାର ଙ୍କ ପୁନର୍ବାସ ଶିକ୍ଷା ପରିଷଦ ଶିକ୍ଷା ପରିଷଦ ,ନୂଆଁଦିଲ୍ଲୀ ଦ୍ୱାରା ଅନୁମୋଦିତ ଓ ଓଡିଶା ସରକାର ଙ୍କ ସମାଜ ସୁରକ୍ଷା ଏବଂ ଭିନ୍ନକ୍ଷମ ସଂଶକ୍ତିକରଣ ବିଭାଗ ଦ୍ୱାରା ସ୍ଥାୟୀ ସ୍ୱୀକୃତିପ୍ରାପ୍ତ ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା ସ୍ଥାୟୀ ସହବନ୍ଧିତ ଦକ୍ଷିଣ ଓଡିଶାର ଏକ ମାତ୍ର ଭିନ୍ନକ୍ଷମ ଶିକ୍ଷକ ତାଲିମ ଅନୁଷ୍ଠାନ ବୋଲି କହିଛନ୍ତି । ଗତ କିଛି ଦିନ ତଳେ ଛତ୍ରପୁର ବି.ଇ.ଓ କାର୍ଯ୍ୟାଳୟରୁ ସ୍ୱତନ୍ତ୍ର ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ନିଯୁକ୍ତି ସଂପର୍କରେ ଏବଂ କୋଦଳା ସ୍ଥିତ ଡି.ପି.ମିଶ୍ର ସ୍ୱତନ୍ତ୍ର ବୈଷୟିକ ଶିକ୍ଷା ପ୍ରତିଷ୍ଠାନରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାର୍ଟିଫିକେଟ୍ ମାଧ୍ୟମରେ ପାଶ୍ ହୋଇ ନିଯୁକ୍ତି ପାଇଥିବା ଶିକ୍ଷକ ଷିକ୍ଷୟତ୍ରୀ ମାନଙ୍କ ବିଷୟରେ ଯେଉଁ ଆଲୋଚନା ହୋଇଥିଲା ତାହାକୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ପଷ୍ଟୀକରଣ ମିଳିଛି ଏବଂ ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଯେଉଁ ପତ୍ର ଲେଖିଥିଲେ ତାହାର ସ୍ପଷ୍ଟିକରଣ ଉତ୍ତର ମଧ୍ୟ ପ୍ରଦାନ କରାଯାଇଥିବା କଥା କହିଛନ୍ତି ଅଧ୍ୟକ୍ଷ । ଏଣୁ ଏହି ବିଷୟକୁ ଗଣମାଧ୍ୟମରେ ପ୍ରକାଶିତ କରି ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ମାନସିକ ନିର୍ଯ୍ୟାତନା କୁ ପ୍ରତିହତ କରିବାରେ ସହାୟକ ହେବା ସହ ଅନୁଷ୍ଠାନର ସୁନାମ କୁ ଆଣିବାରେ ସହାୟକ ହେବା ପାଇଁ ପ୍ରେସ ନୋଟ୍ ମାଧ୍ୟମ ରେ ପ୍ରକାଶ କରିବା ସହିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଥିବା ଅର୍ଡର କୁ ମଧ୍ୟ ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here