ସାର ପାଇଁ ରାସ୍ତାରୋକ ।

0
158

ନୟାଗଡ଼, ୨୮/୦୮/୨୦୨୦: ନୟାଗଡ଼ ଜିଲ୍ଲାରେ ୟୁରିଆ ସାର ପାଇଁ ଚାଷୀଙ୍କ ମଧ୍ୟରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଏଭଳି ପରିସ୍ଥିତି ଦେଖା ଯାଇଛି । କରୋନା କଟକଣାକୁ ନମାନି ଚାଷୀମାନେ ଲାଇସେନ୍ସ ପ୍ରାପ୍ତ ଦୋକାନରୁ ସାର ଉଚିତ ମୁଲ୍ୟରେ କିଣିବାକୁ ଲମ୍ବା ଧାଡ଼ି ଲଗାଇଥିବା ଜଣାଯାଇଛି । ରୋହିବାଙ୍କ, ସୁନାମୁହିଁ ପ୍ରଭୃତି ଅଂଚଳରେ ସାର ପାଇଁ ଏଭଳି ଗହଳୀ ସକାଳେ ସୃଷ୍ଟି ହୋଇଥିଲା । ଲାଇସେନ୍ସ ପ୍ରାପ୍ତ ଦୋକାନ ଗୁଡ଼ିକରେ ସରକାରୀ ଦରରେ ସାର ବିକ୍ରୟ ହେଉଥିବା ବେଳେ ଏହା ଲୋକଙ୍କ ଆବଶ୍ୟକତା ମେଣ୍ଟାଇ ପାରିନଥିବା ଜଣାଯାଇଛି । ଫଳରେ ଅପରାହ୍ନରେ ରୋହିବାଙ୍କରେ ସାର ନପାଇ ଅନେକ ଲୋକ ରାସ୍ତାକୁ ଓହ୍ଲାଇ ଥିବା ଜଣାଯାଇଛି । ସେମାନେ ଟାୟାର ଜାଳି ରାସ୍ତାରୋକ କରୁଥିବା ଜଣାଯାଇଛି ।
ଋିର୍ପୋଟ- ରବୀନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here