ଆଜି ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ଯ ସରକାର

0
204

ଭୂବନେଶ୍ୱର,୩୧/୦୮/୨୦୨୦(ବ୍ୟୁରୋ ରିପୋର୍ଟ)ଆଜି ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ଯ ସରକାର। ସେପ୍ଟେମ୍ବର ୩୦ ଯାଏଁ ଖୋଲିବନି ଧର୍ମାନୁଷ୍ଠାନ । ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ସ୍କୁଲ ବନ୍ଦ ରହିଲେ ବି ପରୀକ୍ଷା, ଖାତାଦେଖା ଚାଲିବ। ସିନେମା ହଲ, ଥିଏଟର, ଅଡିଟୋରିୟମ, ସୁଇମିଂ ପୁଲ ବନ୍ଦ।ସାଂସ୍କୃତିକ, ରାଜନୌତିକ, ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ।
ନୂଆ ଗାଇଡଲାଇନରେ ନାଇଟ କର୍ଫ୍ୟୁ ହଟାଯାଇଛି। ରାତ୍ରୀକାଳୀନ କର୍ଫ୍ୟୁ ନେଇ ନୂଆ ଗାଇଡଲାଇନରେ କିଛି ଉଲ୍ଲେଖ କରି ନାହାନ୍ତି ରାଜ୍ୟ ସରକାର । ପୂର୍ବରୁ ନାଇଟ୍ କର୍ଫ୍ୟୁ ହଟାଇବା ନେଇ କେନ୍ଦ୍ର ସରକାର ନିର୍ଦ୍ଦେଶନାମା ଜାରି କରିଥିଲେ ବି ଅଗଷ୍ଟରେ ଓଡିଶା ସରକାର ଏହାକୁ ବଳବତ୍ତର ରଖିଥିଲେ । ମାତ୍ର ସେପ୍ଟେମ୍ବର ପାଇଁ ହଟିଛି କର୍ଫ୍ୟୁ ।

ସେପଟେ ଶନିବାର ଓ ରବିବାର ସଟଡାଉନ ବି ହଟିଲା । ୪ ଜିଲ୍ଲାରେ ଥିବା ସପ୍ତାହାନ୍ତ ସଟଡାଉନ ହଟିଲା । ତେବେ ନୂଆ ଗାଇଡଲାଇନରେ ସଟଡାଉନ ରହିବା କଥା ମଧ୍ୟ ଉଲ୍ଲେଖ କରି ନାହାନ୍ତି ରାଜ୍ୟ ସରକାର ।କଣ୍ଟେନମେଣ୍ଟ ଜୋନ୍‌ରେ ୩୦ ଯାଏ ଲକଡାଉନ୍‌ ବଳବତ୍ତର ରଖାଯାଇଛି। ସ୍ଥାନୀୟ କର୍ତ୍ତୁପକ୍ଷ କଣ୍ଟେନମେଣ୍ଟ ଜୋନ୍‌ ନିର୍ଦ୍ଧାରଣ କରିପାରିବେ, ଧାର୍ମିକ କାର୍ଯ୍ୟକ୍ରମ ଏବଂ ବଡ଼ ସମାବେଶ ବନ୍ଦ ରହିବ। ପୂଜାଛୁଟି ଯାଏ ବନ୍ଦ ରହିବ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ। ଅନଲାଇନ ପାଠପଢ଼ା ଚାଲୁ ରହିବ।

LEAVE A REPLY

Please enter your comment!
Please enter your name here