ରେଳସେବା କୁ ଘରୋଇ କମ୍ପାନୀ କୁ ଟେକି ଦେବା ବନ୍ଦ କର

0
412

 

ବ୍ରହ୍ମପୁର,୩୧/୦୮/୨୦୨୦(ହିମାଶୁଂ ଶେଖର ସାବତ) ଆଜିର ଆମ ଦେଶରେ ରେଳସେବା ଗମନାଗମନର ମୁଖ୍ୟ ମାଧ୍ୟମ।ତେଣୁ ଲୋକେ ଏହାକୁ ଲାଇଫ ଲାଇନ ବୋଲି କହନ୍ତି।ଦେଶରେ ୬୮୧୫୫ କିମି ରେଳ ଲାଇନ,୭୩୪୯ଷ୍ଟେସନ ଏବଂ ୧୩୫୨୩ ଯୋଡ଼ା ଟ୍ରେନଯୋଗେ ପ୍ରାୟ ୨୩ ଲକ୍ଷ ଯାତ୍ରୀ ପ୍ରତିଦିନ ଯାତାୟତ କରିଥାନ୍ତି।ଏଥିରେ ପ୍ରାୟ ୧୩୮୦୦୦୦ କର୍ମଚାରୀ କାର୍ଯ୍ୟକରନ୍ତି।୨୦୧୮-୧୯ରେ ରେଳବାଇର ରାଜସ୍ବ ଆୟ ୧୯୭୨୧୪ କୋଟି ଏବଂ ଲାଭ ହେଉଛି ୬୦୧୪ କୋଟି।ବିଶ୍ୱର ୪ର୍ଥ ବୃହତ ରେଳସେବା।ପାର୍ଲାମେଂଟରେ ସ୍ୱତନ୍ତ୍ର ବଜେଟ ହୁଏ।କିନ୍ତୁ କେନ୍ଦ୍ର ସରକାର ସବୁ ସରକାରୀ ସଂସ୍ଥାଭଳି ଏହାକୁ ମଧ୍ୟ ଘରୋଇ କରଣ ନାମରେ କର୍ପୋରେଟମାନଙ୍କ ହାତରେ ଟେକିଦେବା ପାଇଁ ଯୋଜନା ଆରମ୍ଭ କରିଛନ୍ତି। ୧୦୯ ଲାଇନରେ ୧୫୧ ଟି ଟ୍ରେନ ଘରୋଇ କମ୍ପାନୀ ଚଳାଇବା ପାଇଁ ଘୋଷଣା ହୋଇଛି।ସରକାରଙ୍କ ଯୁକ୍ତି ହେଉଛି ପ୍ରାଇଭେଟ କମ୍ପାନୀ ଆସିଲେ ରେଳସେବା ଉଚ୍ଚକୋଟୀର, ପ୍ରତିଯୋଗୀତା ପୂର୍ଣ ,ନିରାପଦ ଓ ବିଶ୍ୱସ୍ତରୀୟ ହୋଇପାରିବ।ଏଥିପାଇଁ ୩୦ ହଜାର କୋଟି ଟଙ୍କା ଦରକାର।ଘରୋଇ କମ୍ପାନୀ ଖର୍ଚ୍ଚ କରିବେ।ପ୍ରଥମ କଥା ହେଲା ଉତ୍ତମ ସେବା।ଏଥିପାଇଁ ଦରକାର କର୍ମଚାରୀ।ଟ୍ରେନ ସଂଖା ଓ ଲାଇନ ବହୁତ ବୃଦ୍ଧି ପାଇଛି କିନ୍ତୁ କର୍ମଚାରୀ ସଂଖ୍ୟା ୧୫ ରୁ ୧୩ ଲକ୍ଷକୁ ହ୍ରାସ ପାଇଛି।ଉତ୍ତମ ସେବା ମିଳିବ କେମିତି? ଏଥିପାଇଁ ସରକାର ନିଜେ ଦାୟୀ।ଦ୍ୱିତୀୟରେ ପ୍ରତିଯୋଗୀତା ହେଲେ ଗ୍ରାହକ ସୁବିଧା ପାଇବେ।ଅଭିଜ୍ଞତା କିନ୍ତୁ ଭିନ୍ନ କାହାଣି କହେ।ବିଦ୍ୟୁତ ସେବା ହେଉଛି ଏହାର ଉଦାହରଣ।ଖୋଦ ରେଳବାଇରେ ପିପିପିରେ ଚାଲିଥିବା ତେଜା ଏକ୍ସପ୍ରେସ।ଯାତ୍ରୀ ୯୦୦ ପରିବର୍ତ୍ତେ ୨୨୦୦ ଟଙ୍କା ଦେବାକୁ ପଡୁଛି ଏକ ହଜାର କିଲୋମିଟର ପାଇଁ।ତୃତୀୟ ହେଉଛି ଆବଶ୍ୟକତା ଅନୁଯାୟୀ ଟ୍ରେନ ଓ ସିଟ।ସରକାର ଜାଣିଶୁଣି କରୁନାହାଁନ୍ତି।ଟେଲିକମ ଭଳି ,୪ଜି ଜିଓକୁ ଦିଆଗଲା କିନ୍ତୁ ବିଏସଏନଏଲ କୁ ଦିଆ ଗଲାନି।ଏଥିପାଇଁ ସରକାର ଦାୟୀ।ଚତୁର୍ଥ ହେଉଛି କମ ସମୟ।ଏଥିପାଇଁ ଉଡାଯାହାଜ ବ୍ୟବସ୍ଥା ରହିଛି।ତଥାପି ବୁଲେଟ ଟ୍ରେନ ନାମରେ ମୋଦିଜି ପୁଣିଥରେ ସରକାରକୁ ଆସିଲେ କିନ୍ତୁ ଟ୍ରେନ ଚାଲିପାରିଲା ନାହିଁ।ଏଥିପାଇଁ ଦାୟୀ କିଏ? ଶେଷ ପ୍ରଶ୍ନ ହେଉଛି ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବା।ଦେଶର ଅନେକ ଆର୍ଥିକ ସଂସ୍ଥା ରହିଛି ଟଙ୍କା ଋଣ ଦେବା ପାଇଁ।ଭାରତୀୟ ଜୀବନ ବୀମା ଏକା ଯଥେଷ୍ଟ।କିନ୍ତୁ ସରକାର ଏହିସବୁ ସମ୍ଭାବନାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ରାସ୍ତା ଅବରୋଧ କରିଛନ୍ତି।କେବଳ ରେଳସେବାକୁ ପାଣି ଦରରେ କମ୍ପାନୀମାନଙ୍କ ହାତରେ ଟେକି ଦେବା ନିମନ୍ତେ। ରେଳସେବା ହେଉଛି ଆମ ଦେଶର ଏକ ପ୍ରମୁଖ ଅତ୍ୟାବଶକ ସେବା କ୍ଷେତ୍ର।ଶିକ୍ଷା ଠାରୁ ପ୍ରତିରକ୍ଷା ପର୍ଯ୍ୟନ୍ତ ସର୍ବତ୍ର ରେଳସେବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।ଦେଶର ପ୍ରତ୍ୟେକ ଜରୁରୀ ଆବଶ୍ୟକତା ସସମୟରେ ରେଳ ସେବା ଦେଶ ପାଇଁ କାର୍ଯ୍ୟ କରେ।ଦେଶର ଗୋଟିଏ କୋଣରୁ ଆଉ ଗୋଟିଏ କୋଣକୁ ସେନା ଓ ଶ୍ରମିକ ନେବାରେ ରେଳସେବା ହି କାର୍ଯ୍ୟ କରିଥାଏ।ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କୁ ଜୀବିକା ଯୋଗାଏ।ରେଳସେବା ବିନା ବିକାଶ ଅସମ୍ଭବ ।ଏହାର ଘରୋଇକରଣ ଏକ ବଡ ବିପଦକୁ ଡ଼ାକିଆଣିବ।ୟୁକେର ଅଭିଜ୍ଞତା ଏହାହିଁ ପ୍ରମାଣ କରିଛି। ଥରେ ଟ୍ରେନ ଭୁଲ ଟ୍ରାକରେ ଚାଲିବା ଆରମ୍ଭକଲେ ଅଗକୁ ଆଗକୁ ଭୁଲ ଷ୍ଟେସନ ହିଁ ଆସିବ ବୋଲି ସିଆଇଟିୟୁ ଗଞ୍ଜାମ ଜିଲ୍ଲା ସଭାପତି ଯୁଧିଷ୍ଟିର ବେହେରା କହିଛନ୍ତି।

LEAVE A REPLY

Please enter your comment!
Please enter your name here