ବାଲି ବୋଝେଇ ଟିପ୍ପର୍ ଚାପାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ

0
186

 

ବ୍ରହ୍ମପୁର,୩୧/୦୮/୨୦୨୦:
ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଖରିଆଗୁଡ଼ା ଫାଣ୍ଡି ଅନ୍ତର୍ଗତ ବିଜିପୁର ଛକ ନିକଟରେ ଏକ ଅଭାବନୀୟ ଘଟଣାକ୍ରମରେ ଏକ ବାଲି ବୋଝେଇ ଟିପ୍ପର ଚାପାରେ ତାଳପଡ଼ା ଗ୍ରାମର ଜନୈକ ପଚାଶ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣା ଯାଇଅଛି । ମିଳିଥିବା ସୂଚନା ପ୍ରକାରେ ତାଳପଡା ଗ୍ରାମର ଭାଗବତ ଚଣ୍ଡ (୫୦) ନିଜ ସାଇକେଲରେ ଖlରିଆଗୁଡ଼ା ଯାଉଥିବା ବେଳେ ବାଲି ବୋଝେଇ ତିପ୍ପର ଗାଡି ନମ୍ବର ଓ ଆର୍ -୧୪ ଟି ,୮୪୨୨ ଦ୍ରୁତ ଗତିରେ ଗ୍ରାମ ଭିତରେ ଆସୁଥିବା ସମୟରେ ସାଇକେଲ ଆରୋହୀ ଭାରସାମ୍ୟ ହରାଇ ଟ୍ରକର ପଛ ଚକାତଳେ ପଡି ପ୍ରାଣ ହରାଇଥିଲେ ।ଦୁର୍ଘଟଣା ଘଟିବା ପରେ ଟ୍ରକ ଡ୍ରାଇଭର ପୋଲିସ ପାଖରେ ଆତ୍ମ ସମର୍ପଣ କରିଥିବା ବେଳେ ଗ୍ରାମବାସୀ ଘଟଣା ସ୍ଥଳରେ ଏକତ୍ରିତ ହୋଇ ନ୍ୟାୟ ଦାବୀରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଖବର ପାଇ ଜରଡ଼ା ଥାନା ଅଧିକାରୀ ବିଜିପୁର ପହଂଚି ଘଟଣା ଅନୁଧ୍ୟାନ କରିବା ସହିତ ଲୋକଙ୍କୁ ବୁଝା ସୁଝା କରି ବହୁ ରାସ୍ତା ରୋକ ହଟେଇଛନ୍ତି ।ଦୁର୍ଘଟଣା ସମ୍ପର୍କୀୟ ମାମଲା ଦାଏର କରିଛନ୍ତି ।ତିନି ଗୋଟି ତହସିଲର ଉପାନ୍ତ ଅଞ୍ଚଳରେ ପ୍ରବାହିତ ଥିବା ବାହୁଦା ନଦୀଶଯ୍ୟାରେ ବାଲି ମାଫିଆଙ୍କ ରାଜ ଏବଂ ପ୍ରଶାସନିକ ଖlମ ଖିଆଲି ନୀତି ଯୋଗୁଁ ନିରୀହ ଜନତାଙ୍କ ଜୀବନ ଯାଉଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଦୀର୍ଘ ଚାରି ଘଣ୍ଟା ଶବ ପଡିରହିବା ପରେ ଜରଡ଼ା ପୋଲିସ୍ ପକ୍ଷରୁ ମୃତ ଶବ ଜବତ କରି ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଛନ୍ତି । ଅନ୍ୟପକ୍ଷରେ ମୃତ ପରିବାରକୁ ଉପଯୁକ୍ତ ନ୍ୟାୟ ଓ କ୍ଷତିପୂରଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here