ବ୍ରହ୍ମପୁର,୦୧/୦୯/୨୦୨୦ ( ଟୁକୁନା ପ୍ରଧାନ ) ପୂର୍ତ୍ତ ବିଭାଗ ଅଧିନସ୍ଥ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଠାରୁ ଅଙ୍ଗାରଗାଁ ରାସ୍ତାର ସୌରlଛଚିନା ନିକଟସ୍ଥ ଗଡାନାଳ ରାସ୍ତା l ଗୋଟିଏ ପଟେ ବିରାଟ ହଜ ସହ ଅନ୍ୟ ପଟରେ ଗଭୀର ଖାଲ l ପ୍ରବଳ ବର୍ଷା ହେଲେ ହଜ ରୁ ପାଣି ସେହି ପୂର୍ତ୍ତ ବିଭାଗ ରାସ୍ତା ଉପର ଦେଇ ପାଣି ଆରପଟ କଲଭର୍ଟକୁ ଚାଲିଯାଏ l ରାସ୍ତାର ଏହା ଏକ ଗଡ଼lଣି ହୋଇଥିବା ବେଳେ ଏହି ସ୍ଥାନରେ ନା ଜଳସେଚନ ବିଭାଗ ପୋଲ ଦେଇ ରାସ୍ତା ନିର୍ମାଣ କରୁଛନ୍ତି ନା ପୂର୍ତ୍ତ ବିଭାଗ ଦୁଇ ପାର୍ଶ୍ୱରେ ଗାର୍ଡୱାଲ ନିର୍ମାଣ କରୁଛନ୍ତି l ବିଗତ କିଛି ବର୍ଷ ହେଲା ଏହି ସ୍ଥାନରେ ୩୦ ରୁ ଉର୍ଧ୍ଵ ଲୋକ ଗୁରୁତର ଆହତ ହୋଇ ବିକଳାଙ୍ଗ ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ ଲୋକଙ୍କର ପ୍ରାଣହlନି ଘଟିଛି l ପୂର୍ତ୍ତ ବିଭାଗରେ ଏହା ନେଇ ବାରମ୍ବାର ଅଭିଯୋଗ ହେଲେବି ଫଳ ଶୁନ l ପାଣି ଯାଇ ଏହି ରାସ୍ତା ଖାଇ ବାରମ୍ବାର ମରାମତିରେ ଅର୍ଥ ଶ୍ରlଦ୍ଧ ହୋଉଥିଲେବି ଏହାର ସମାଧାନ ହୋଇ ପାରୁନି l ବିଭାଗର ଅବହେଳା ଯୋଗୁଁ ନିରୀହ ଲୋକଙ୍କ ଜୀବନ ଅକାଳରେ ଯାଉଥିବା ବେଳେ ବିଭାଗ ନିଦ୍ରାରେ ଶୋଇଛି l ଅପର ପକ୍ଷରେ ମଠ ବରିଡା ସ୍ଥିତ ମା ଜlଡି ଠାକୁରାଣୀ ସମ୍ମୁଖରେ ଥିବା ପୂର୍ତ୍ତ ବିଭାଗ ରାସ୍ତାର ଦୁଇ ପାର୍ଶ୍ୱର ଅବସ୍ଥା ମଧ୍ୟ ସେୟା l ଗୋଟିଏ ପଟେ ୧୦ ଫୁଟ ଗଭୀର ତଳେ ଧାନ ବିଲ ସହ ରାସ୍ତାର ଆର ପାଖରେ ୪/୫ ଫୁଟ ତଳେ ରହିଛନ୍ତି ମା ଙ୍କ ମନ୍ଦିର l ରାସ୍ତାର ଏକ ଶଙ୍ଖ ପରେ ଏହି ବିପଦ ପୂର୍ଣ୍ଣ ସ୍ଥାନ ଥିବା ବେଳେ ବିପଦରୁ ରକ୍ଷା ପାଇବା ପାଇଁ ବାଉଁଶ ବlଡ କରାଯାଇଛି l ପ୍ରତ୍ୟେକ ଦିନ ବହୁ ଗାଡି ଓ ଲୋକ ଯିବା ଆସିବା କରୁଥିବା ବେଳେ ଏହି ରାସ୍ତାର ଅବ୍ୟବସ୍ଥା ନେଇ ଅସନ୍ତୋଷ ଦେଖା ଦେଇଛି l ଏ ସମ୍ପର୍କରେ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଏସ. ଏନ୍.ବିଷୋୟୀଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରକାଶ କରିଛନ୍ତିଯେ ଏହା ନିର୍ମାଣ ପାଇଁ ଅନୁମୋଦନ ସକାଶେ ଉପରିସ୍ଥ ବିଭାଗକୁ ପଠାଯାଇଛି କିନ୍ତୁ ତାହା ଆସିନାହିଁ l ଏହା ସହ ମଠ ବରିଡା ନିକଟରେ ଥିବା ରାସ୍ତାର ଅବ୍ୟବସ୍ଥା ନେଇ ସେ ଅନୁଧ୍ୟାନ କରିବେ ବୋଲି ପ୍ରକାଶ କରିଛନ୍ତି l ସେପଟେ ଦୀର୍ଘ ବର୍ଷ ହେବ ଏହି ସ୍ଥାନ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଥିବା ବେଳେ ଏହାକୁ ସମ୍ପୃକ୍ତ ପୂର୍ତ୍ତ ବିଭାଗ ତୁରନ୍ତ ନିର୍ମାଣ କରିବା ପାଇଁ ଦାବୀ ହୋଇଛି l