ଗଜପତି : ସେପ୍ଟେମ୍ବର ମାସ ପାଇଁ ନୁତନ ଗାଇଡ୍‌ଲାଇନ୍ ଜାରୀ

0
209

 

ପାରଳାଖେମୁଣ୍ଡି,୦୧/୦୯/୨୦୨୦(ପ୍ରଭାତ ପାତ୍ର) -ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ସେପ୍ଟେମ୍ବର ମାସ ୧ତାରିଖ ଠାରୁ ୩୦ତାରିଖ ପର୍ଯ୍ୟନ୍ତ ନୁତନ କୋଭିଡ୍ ଗାଇଡ୍‌ଲାଇନ୍ ଘୋଷଣା କରାଯାଇଛି । ଏହି ମାସରେ ସମସ୍ତ ସ୍ୱାସ୍ଥ୍ୟ ସେବା ,ବ୍ୟାଙ୍କ,ବିମା କମ୍ପାନୀ,ଆର୍ଥିକ ସଂସ୍ଥା ଏବଂ ସମବାୟ ସଂସ୍ଥା ଖୋଲା ରହିବ । ସେହିପରି ପେଟ୍ରୋଲିୟମ୍ ଜାତିୟ ଦ୍ରବ୍ୟ,ପାନୀୟ ଜଳ,ସଫେଇ କାର୍ଯ୍ୟ ଜାରି ରହିବ ।ଏଥିରେ କୌଣସି ସମୟ ଅନୁବନ୍ଧିତ ନାହିଁ । ସେହିପରି ଭାବେ ସମସ୍ତ ପ୍ରକାର ଖାଦ୍ୟ ପନିପରିବା,ଫଳ,ଦୁଗ୍ଧ ଜାତୀୟ ଦ୍ରବ୍ୟ ସଂସ୍ଥା ଗୁଡିକ ଖୋଲା ରହିବ । ସମସ୍ତ ଆର୍ଥିକ ସଂସ୍ଥା ଖୋଲା ରହିବ କୃଷି କାର୍ଯ୍ୟ ଏବଂ ମତ୍ସ୍ୟ ଚାଷ ଚାଲୁ ରହିବ । ଅନ୍‌ଲାଇନ୍ ପାଠ ପଢା ମଧ୍ୟ ଜାରି ରହିବ । ସର୍ଭିସ ସେକ୍ଟର ୟୁନିଟ ଗୁଡିକ ଚାଲୁରହିବ । ସେହିପରି ଭାବେ କିଛି କାର୍ଯ୍ୟକୁ ଏଥିରେ ନିଷିଦ୍ଧ କରାଯାଇଛି । ସମସ୍ତ ସ୍କୁଲ,କଲେଜ ବନ୍ଦ ରହିବ । ଧାର୍ମୀକ ଅନୁଷ୍ଠାନ,ସିନେମା ହଲ,ଅଡିଟରିୟମ୍ ଆଦି ବନ୍ଦ ରହିବ । କୌଣସି ପ୍ରକାର ରାଜନୈତିକ ଶୋଭାଯାତ୍ରା ଏବଂ ଧାର୍ମିକ ଉତ୍ସବ ତଥା କ୍ରୀଡା ଉତ୍ସବ ବନ୍ଦ ରହିବ । ବିବାହ ଉତ୍ସବରେ ୫୦ଜଣ ମଧ୍ୟରେ ଏବଂ ଶବଦାହ କାର୍ଯ୍ୟରେ ୨୦ଜଣ ମଧ୍ୟରେ ଯୋଗ ଦେଇପାରିବେ । ଯେଉଁ ଠାରେ କଣ୍ଟେନମେଣ୍ଟ ଘୋଷଣା କରାଯିବ ସେହି ସ୍ଥାନ ଗୁଡିକରେ ସଟ୍‌ଡାଉନ୍ ଜାରି ରହିବ । ବିନା ମାସ୍କରେ କୌଣସି ଦ୍ରବ୍ୟ ବିକ୍ରି ନ କରିବାକୁ କୁହାଯାଇଛି , ସମସ୍ତ ଦୋକାନ ସମ୍ମୁଖରେ ବ୍ୟାରିକେଟ୍ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ କରୋନା ଜନିତ ଲକ୍ଷଣ ଦେଖାଯାଏ ତୁରନ୍ତ ପ୍ରଶାସନ ନିକଟରେ ଖବର ଦେବାକୁ କୁହାଯାଇଛି । ସମସ୍ତ ଦୋକାନ ଗୁଡିକରେ ସାମାଜିକ ଦୁରତା ରକ୍ଷା କରିବାକୁ ବାଧ୍ୟତା ମୁଳକ କରାଯାଇଛି । ଯଦି କୌଣସି ବ୍ୟବସାୟୀ ଏହି ନିୟମକୁ ପାଳନ ନ କରନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ସମସ୍ତ ସେଲୁନ,ବ୍ୟୁଟି ପାର୍ଲର ଗୁଡିକରେ ବିଶୋଧନ ବ୍ୟବସ୍ଥା କରିବାକୁ କୁହାଯାଇଛି । ବ୍ୟବସାୟୀ ମାନଙ୍କ କର୍ମଚାରୀମାନେ ସ୍ୱାବ ଟେଷ୍ଟ କରିବା ବାଧ୍ୟତା କରାଯାଇଥିବା ବେଳେ ସମସ୍ତେ ଆରୋଗ୍ୟ ସେତୁ ଆପ୍ ଲୋଡ କରିବା ପାଇଁ ବାଧ୍ୟତା କରାଯାଇଛି । ମାତ୍ର ସମସ୍ତ କାର୍ଯରେ କୋଭିଡ୍ ନିୟମ ଅନୁଯାଇ ସାମାଜିକ ଦୁରତା ରକ୍ଷା କରିବା ପାଇଁ ଗଜପତି ଜିଲ୍ଲାପାଳ ଅନୁପମ ସାହା ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here