ନୂଆଦିଲ୍ଲୀ,୦୨/୦୯/୨୦୨୦(ବ୍ୟୁରୋ ରିପୋର୍ଟ) ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରରେ ଉପଭୋକ୍ତାଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ସବ୍ସିଡି୍କୁ ଶେଷ କରିବାକୁ ଯୋଜନା କରାଯାଉଛି । ବିଶ୍ୱିକ ସ୍ତରରେ ସିଲିଣ୍ଡର ପିଛା ଦରରେ ନିୟମିତ ବୃଦ୍ଧି ଘଟିବା ଓ ଆନ୍ତର୍ଜାତୀୟ ବଜାରରେ ତୈଳ ଦାର ହ୍ରାସ ପାଉଛି । ତେଣୁ ଏଭଳି ସ୍ଥିତିରେ ଏଲ୍ପିଜି ସବ୍ସିଡିରେ ଶେଷ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
ଜାତୀୟ ଗଣାମାଧ୍ୟମ ପ୍ରକାଶିତ ଏକ ଖବର ଅନୁଯାୟୀ, ଆନ୍ତର୍ଜାତୀୟ ଦାମ୍ ଓ ସ୍ଥାନୀୟ ସ୍ତର ମଧ୍ୟରେ ଅନ୍ତରକୁ କ୍ଷତିପୂରଣ କରିବା ପାଇଁ ସରକାରଙ୍କ ତରଫରୁ ସବ୍ସିଡି ଦିଆଯାଇଥାଏ । ସେପ୍ଟେମ୍ବର ୧ଠାରୁ ଦେଶରେ ସବ୍ସିଡି ଓ ଅଣ-ସବ୍ସିଡି ସିଲିଣ୍ଡର ରେଟ୍ ୫୯୪ ଟଙ୍କା ରହିଛି । ୨ଟି ସିଲିଣ୍ଡରର ଦାମ୍ରେ କୌଣସି ପାର୍ଥକ୍ୟ ରହିନାହିଁ । ତେଣୁ ସରକାର ଆଉ ସବ୍ସିଡି ଦେବା ପାଇଁ ଆବଶ୍ୟକ ବୋଲି ଭାବୁନାହାନ୍ତି । ଚଳିତ ବିତ୍ତିୟ ବର୍ଷ ଆରମ୍ଭରୁ ସବ୍ସିଡି ଓ ଅଣ-ସବ୍ସିଡି ସିଲିଣ୍ଡର ଦାମ୍ରେ ଅନେକ ଅନ୍ତର ରହିଥିଲା । ଯାହାକୁ ନେଇ ୪ମାସ ହେଲା ସବ୍ସିଡି ଆକାରରେ କେନ୍ଦ୍ର ସରକାର ବହୁତ କମ୍ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିଲା ।
ଯଦି ଏହି ସ୍ଥିତି ଲାଗିରହିବ , ତେବେ ୨୦୨୧ରେ କେନ୍ଦ୍ର ସରକାର ଏଲ୍ପିଜିରେ ଦେଉଥିବା ସବ୍ସିଡି ପାଇଁ ୨୦,୦୦୦ କୋଟି ବଞ୍ଚାଇପାରିବେ । କରୋନା ସମୟରେ ସରକାରଙ୍କ ଉପରେ ଖର୍ଚ୍ଚ ବଢୁଥିବାର ଚାପ ସମୟରେ ଏହା ଅନେକ ସହଯୋଗୀ ହେବ ବୋଲି ଆଶା କରାଯାଉଛି । ଚଲିତ ବର୍ଷ ସରକାର ପେଟ୍ରୋଲିୟମରେ ସବ୍ସିଡ଼ି ପାଇଁ ୪୦,୯୧୫ ଟଙ୍କା ଆବଣ୍ଟନ କରିଛନ୍ତି । ଏହମଧ୍ୟରୁ ଏଲ୍ପିଜି ସବ୍ସିଡି ପାଇଁ ୩୭,୨୫୬,୨୧ କୋଟି ଟଙ୍କା ରହିଛି । କିନ୍ତୁ ପ୍ରଥମ ତିମାହୀରେ ସରକାର କେବଳ ୧,୯୦୦ କୋଟି ଟଙ୍କା ସବ୍ସିଡି ଆକାରରେ ଖର୍ଚ୍ଚ କରିଛନ୍ତି । ସେହିପିର ଗୋଟିଏ ପଟେ ବିଶ୍ୱ ବଜାରରେ ପଟ୍ରୋଲିୟମ ଉତ୍ପାଦରେ ଦାମ୍ ହ୍ରାସ୍ ପାଉଥିବା ବେଳେ ଭାରତରେ ତେଲ କମ୍ପାନୀମାନେ ସବ୍ସିଡ଼ି ବିଶିଷ୍ଟ ସିଲିଣ୍ଡରର ଦାମ୍ ବଢିବାରେ ଲାଗିଛି ।
ଗତବର୍ଷ ଜୁଲାଇ ସବ୍ସିଡି ବିଶିଷ୍ଟ ସିଲିଣ୍ଡରର ଦାମ୍ ୪୯୪.୩୫ ଟଙ୍କା ଥିଲା , ଯାହାକି ଏବେ ବଢିଯାଇ ୫୯୪ ଟଙ୍କା ହୋଇଯାଇଛି । ଯଦି କମ୍ପାନୀମାନେ ଏଲ୍ପିଜି ସିଲିଣ୍ଡର ଦାମ୍ ନବଢାଇଥାନ୍ତି, ତେବେ ବର୍ତ୍ତମାନର ଦାମ୍ ତୁଳନାରେ ୧୦୦ଟଙ୍କା କମ୍ ହୋଇଥାନ୍ତା । କେବଳ ଉଜ୍ଜ୍ୱଳା ଯୋଜାନାର ଲାଭାର୍ଥୀଙ୍କ ଉପରେ ଫୋକ୍ସ : ଭାରତରେ ଏଲ୍ପିଜିର ମୋଟ ୨୭.୩୬ କୋଟି ଗ୍ରାହକ ଅଛନ୍ତି , ଯେଉଁଥିରୁ ୧.୫କୋଟି ଗ୍ରାହକ ସବ୍ସିଡି ପାଇଁ ହକ୍ଦାର ନୁହଁନ୍ତି । କାହିଁକି ନା ସେମାନଙ୍କ ବାର୍ଷିକ ଆୟ ୧୦ଲକ୍ଷରୁ ଅଧିକ ଅଟେ । ଏହାପରେ ୨୬.୧୨ କୋଟି ଗ୍ରାହକ ବଳକା ରହୁଛନ୍ତି । ଯେଉଁଥିରୁ ୧୮କୋଟି ଲୋକ ବର୍ତ୍ତମାନ କୌଣସି ପ୍ରକାର ସବ୍ସିଡି ମିଳୁନାହିଁ । ଏହାସିହତ ଅନ୍ୟ ୮କୋଟି ଲୋକଙ୍କ ସବ୍ସିଡି ଦିଆଯାଉଛି , ସେମାନେ ଉଜ୍ଜ୍ୱଳା ସ୍କିମ୍ ଅନୁଯାୟୀ ଏଲ୍ପିଜି ଗ୍ରାହକ ଅଟନ୍ତି । ତେବେ ବର୍ତ୍ତମାନ ସରକାର କେବଳ ଗରିବ ଲୋକମାନଙ୍କୁ ଏଲ୍ପିଜି ସବ୍ସିଡି ଦେବା ପାଇଁ ଯୋଜନା କରୁଛନ୍ତି । ଯାହା ଉପରେ ସରକାରଙ୍କ ପକ୍ଷରୁ କାମ ଆରମ୍ଭ ହୋଇଯାଇଛି । କରୋନା ସମୟରେ ସରକାର କେବଳ ୮କୋଟି ଉଜ୍ଜ୍ୱଳା ଲାଭାର୍ଥୀଙ୍କ ଖାତାକୁ ୯,୭୦୯ କୋଟି ଟଙ୍କା ଟ୍ରାନ୍ସଫର କରିଛନ୍ତି ।