କୁକୁଡାଖଣ୍ଡି ବ୍ଲକ ର କନିଷ୍ଠ ଯନ୍ତ୍ରୀ ପିସି କାରବାର ପଦାରେ ପଡିଲା l କନିଷ୍ଟ ଯନ୍ତ୍ରୀ ଦଶ ପ୍ରତିଶତ ପିସି ନେଉଥିବା ଅଭିଯୋଗ ଆଣିଲେ ଜିଲ୍ଲା ପରିଷଦ ସଭ୍ୟ

0
153

କୁକୁଡାଖଣ୍ଡି,୦୩/୦୯/୨୦୨୦:ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକରେ ଦିନକୁ ଦିନ ଦୁର୍ନୀତିର ତାଲିକା ବଢ଼ିବାରେ ଲାଗିଚି I ଯାହାର ମୁଖ୍ୟ ଷଡଯନ୍ତ୍ର କାରି ସାଯୁଚନ୍ତି ଖୋଦ ବ୍ଲକର କନିଷ୍ଟ ଯନ୍ତ୍ରୀ ଏ ବାବଦୀୟ ଅଭିଯୋଗ ବାରମ୍ବାର ହୋଇ ଆସୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କାର୍ଯ୍ୟାନୁଷ୍ଠାନତ ଦୂରର କଥା କୌଣସି ପ୍ରକାର ତପ୍ତରତା ମଧ୍ୟ ଦେଖିବାକୁ ମିଳୁନାହିଁ I ଏ ବାବଦରେ ଏକ ଅଭିଯୋଗ ସାମ୍ନାକୁ ଆଣିଚନ୍ତି ବ୍ଲକ ଅନ୍ତର୍ଗତ ୧୦ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଏଲ.ମୋହନ ଦାସ ତାଙ୍କ ଅଭିଯୋଗ ମୁତାବକ ସେ ନିଜ ଜିଲ୍ଲା ପରିଷଦ ପାଣ୍ଠିରୁ ତିନି ଲକ୍ଷ୍ୟ ଟଙ୍କା ଗୁରୁଣ୍ଠି ଗ୍ରାମ ଦଣ୍ଡ ପାଟଣା ସାହିରେ ଫେବାର ରାସ୍ତା ନିର୍ମାଣ ପାଇଁ ପ୍ରଦାନ କରିଥିଲେ I କନିଷ୍ଟ ଯନ୍ତ୍ରୀ କୈଳାଶ ପାତ୍ରଙ୍କ ନାମରେ କାର୍ଯ୍ୟାଦେଶ ଥିବାବେଳେ ଉକ୍ତ ଗ୍ରାମର ଟି.ଫକୀର ପାତ୍ରଙ୍କୁ କୁଆଡେ କାର୍ଯ୍ୟ ଦେଖାଶୁଣା କରିବା ଦାୟିତ୍ୱ ଦେଇଥିଲେ I କାର୍ଯ୍ୟ ଶେଷ ହେବାପରେ ବିଲ ହୋଇଥିବା ଅର୍ଥ ରାଶିରୁ ୧୮ ହଜାର ଟଙ୍କା ସିକୁରିଟି ଡିପୋଜିଟ ଏବଂ ସିଧାସଳଖ ତିରିଶି ହଜାର ଟଙ୍କା କମିଶନ ଆକାରରେ କନିଷ୍ଟ ଯନ୍ତ୍ରୀ ଶ୍ରୀ ପାତ୍ର ନେଇଥିବା ଅଭିଯୋଗ କରିଚନ୍ତି ଜିଲ୍ଲା ପରିଷଦ ସଦସ୍ୟ I ଏବଂ କାହିଁକି ଏଇ ପଇସା କାଟୁଛନ୍ତି ବୋଲି ପ୍ରଶ୍ନ କରିବାରୁ ଆପଣ ଜାଣିଚନ୍ତି ଏ ପଇସା କେବଳ ମୋର ନୁହଁ ବ୍ଲକର ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଏଥିରେ ଭାଗିଦାର ଅଚନ୍ତି ବୋଲି କୁଆଡେ କହିଚନ୍ତି କନିଷ୍ଟ ଯନ୍ତ୍ରି I ଏବଂ ନିଜ ହାତ ଲେଖା କାଗଜରେ ସିଧାସଳଖ ହିସାବ ଲେଖି ବକେୟା ୭୮ ହଜାର ଟଙ୍କାର ଚେକ ଫକୀର ପାତ୍ରଙ୍କ ହାତରେ ଧରେଇ ଦେଇଥିଲେ ଶ୍ରୀ ପାତ୍ର I ଏ ନେଇ ଜିଲ୍ଲା ପରିଷଦ ସଦସ୍ୟ ଅଭିଯୋଗ କରିବା ସହ ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି ଏବଂ ବ୍ଲକର ଅନ୍ୟାନ୍ୟ ବିଭାଗ ମଧ୍ୟ ସମ୍ପୂର୍ଣ ରୂପରେ ଦୁର୍ନୀତିରେ ଜଡିତ ତେଣୁ ନିରପେକ୍ଷ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି ଶ୍ରୀ ଦାସ I ଯଦି ଆଗାମୀ ଦିନରେ ବ୍ଲକ ପ୍ରଶାସନ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନନେଇ ପିସି କାରବାର ଚାଲୁ ରଖେ ତାହାଲେ ବ୍ଲକ ଘେରାଉ ସହ ରାଜରାସ୍ତା ଅବରୋଧ କରାଯାଇ ପ୍ରତିବାଦ କରାଯିବ ବୋଲି କହିଛନ୍ତି I ଏ ବାବଦରେ ବ୍ଲକର କନିଷ୍ଟ ଯନ୍ତ୍ରୀ ମୁଁ କୌଣସି ପ୍ରକାର ପିସି କାରବାର କରିନାହିଁ ବୋଲି କହିବା ସହ ମୁଁ କିଛି ହିସାବ ରଖିଛି ବୋଲି କହିଥିଲେ I

LEAVE A REPLY

Please enter your comment!
Please enter your name here