ରାସନକାର୍ଡ ପ୍ରଦାନ ଦାବିରେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ମଲାଡ଼ ଗ୍ରାମର ଶତାଧିକ ମହିଳା

0
512

ବ୍ରହ୍ମପୁର,୦୩/୦୯/୨୦୨୦(, ଟୁକୁନା ପ୍ରଧାନ ) – : ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ କାର୍ଯ୍ୟଳୟ ସମ୍ମୁଖରେ ରାସନକାର୍ଡ ପ୍ରଦାନ ଦାବିରେ ଆଜି ମଲାଡ଼ ପାଞ୍ଚୟତ ର ଶତାଧିକ ମହିଳା ଧାରଣାରେ ବସିଥିଲେ । ପରେ ସରପଞ୍ଚ, ଜିଲ୍ଲାପରିଷଦସଭ୍ୟ ବିଡିଓ ଙ୍କ ସହ ଆଲୋଚନା କରିଥିଲେ । ପରେ ବିଡ଼ିଓ ଏହାର ତଦନ୍ତ କରି ଏକ ମାସ ମଧ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଧାରଣରୁ ହଟିଥିଲେ ମହିଳା ମାନେ । ଖବର ନେବାରେ ମଲାଡ଼ ପଞ୍ଚାୟତର ବିଭିନ୍ନ ଗ୍ରାମର ମହିଳା ମାନେ ରାସନକାର୍ଡ ପାଇଁ ନିୟମ ଅନୁସାରେ ଯୋଗ୍ୟ ବିବେଚିତ ହୋଇଥିବା ସତ୍ତ୍ଵେ ସେମାଙ୍କୁ ରାସନକାର୍ଡ ପ୍ରଦାନ ରୁ ବଞ୍ଚିତ କରାଯାଇଛି । ଏନେଇ ସେମାନେ ବିଭିନ୍ନ ସମୟରେ ବାରମ୍ବାର ଦୌଡ଼ି ଯୋଗାଣ ନିରୀକ୍ଷକ ଙ୍କୁ ଅବଗତ କରାଇଥିଲେ ବି କୌଣସି ପ୍ରତିକାର କରାଯାଇନଥିଲା । ଫଳରେ ସେମାନେ ଆଜି ବାଧ୍ୟହୋଇ ବ୍ଲକ କାର୍ଯ୍ୟାଳୟ ର ବିଡ଼ିଓ ଚାମ୍ବର ସମ୍ମୁଖରେ ଧାରଣା ଦେଇଥିଲେ । ଖବର ପାଇ ସ୍ଥାନୀୟ ସରପଞ୍ଚ ପ୍ରଭାତ ସେଠୀ, ଜିଲ୍ଲାପରିଷଦ ସଭ୍ୟ ଜେ. ସନ୍ତୋସି, ବିଡ଼ିଓ ବିଶ୍ୱଜିତ ରାୟ ଙ୍କୁ ଭେଟି ସମସ୍ୟା ଉପରେ ଅବଗତ କରିଥିଲେ । ପରେ ବିଡ଼ିଓ ରାୟ ଯୋଗାଣ ନିରୀକ୍ଷକ ରିନାରାଣୀ ମହାପାତ୍ର ଙ୍କୁ ଡକାଇ ସରପଞ୍ଚ, ଜିଲ୍ଲାପରିଷଦ ଙ୍କ ଉପସ୍ଥିତ ରେ ଆଲୋଚନା କରିଥିଲେ । ଧାରଣାରେ ବସିଥିବା ମହିଳା ମାନଙ୍କ ପାଖକୁ ବିଡ଼ିଓ ରାୟ, ସରପଞ୍ଚ ସେଠି, ଜିଲ୍ଲାପରିଷଦ ସଭ୍ୟ ସନ୍ତୋସି ଯାଇ ଏହାର ତଦନ୍ତ କରି ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ରେଶନ କାର୍ଡ ପ୍ରଦାନ କରାଯିବ ବୋଲି କହିଥିଲେ । ମାତ୍ର ମହିଳା ମାନେ ଦୁଇ ସପ୍ତାହ ମଧ୍ୟରେ ପ୍ରଦାନ ନ କରାଗଲେ ପୁଣି ଆନ୍ଦୋଳନ କରିବେ ବୋଲି କହିଥିଲେ । ଏନେଇ ବିଡ଼ିଓ ଏକ ମାସ ସମୟ ମାଗିବାରୁ ଧାରଣା ରତ ମହିଳା ମାନେ ସହମତି ପ୍ରକାଶ କରିବା ସହ ଆନ୍ଦୋଳନ ରୁ ଓହରି ଥିଲେ ।

LEAVE A REPLY

Please enter your comment!
Please enter your name here