ବ୍ରହ୍ମପୁର, ୦୫/୦୯/୨୦୨୦ (ଟୁକୁନା ପ୍ରଧାନ)-: ଭାରତର ପୁର୍ବତନ ରାଷ୍ଟ୍ରପତି ତଥା ଜାତୀୟ ଗୁରୁ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଙ୍କ ଜନ୍ମ ଦିବସରେ ବେଗୁନିଆପଡା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ବେଗୁନିଆପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି lସଂଗଠନର ସଭାପତି ନାରାୟଣ ଭୂୟାଁଙ୍କ ଅଧକ୍ଷତlରେ ଅନୁଷ୍ଠିତ ଏହି ସମାବେଶରେ ବେଗୁନିଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳା କାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ତାରାତାରିଣୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ସନାତନ ନାଥ ଯୋଗଦେଇଥିଲେ l ଅନ୍ୟତମ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ରବି ନାରାୟଣ ମିଶ୍ର, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଗୌର କିଶୋର ମହାରଣା, ଅବନୀ ଭୂଷଣ ରଥ ପ୍ରମୁଖ ଯୋଗଦେଇ ଗୁରୁ, ଛାତ୍ର ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ଥିବା ମଧୁର ସମ୍ପର୍କ ଉପରେ ଆଲୋକପାତ କରିଥିଲେ l କାର୍ଯ୍ୟକ୍ରମରେ ସମ୍ପାଦକ ଜୟଦେବ ଜେନା ସମ୍ପାଦକୀୟ ବିବରଣୀ ପାଠ କରିବା ସହ ଶିକ୍ଷୟିତ୍ରୀ ପ୍ରମିଳା ପାଣି ସ୍ୱାଗତ ସଂଗୀତ ଗାନ କରିଥିଲେ l ପ୍ରଧାନ ଶିକ୍ଷକ ପ୍ରଭାତ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ l ନିକଟରେ ଇହଧlମ କୁ ବିଦାୟ ନେଇଥିବା ପୁର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଙ୍କ ସମେତ ଏହି ବ୍ଲକର ଶିକ୍ଷକ କlଳିକା ପ୍ରସାଦ ସ୍ୱାଇଁ ଓ ଗଂଜାମ ଜିଲ୍ଲାର ୧୩ ଜଣ କରୋନା ଯୋଦ୍ଧା ଙ୍କ ବିୟୋଗରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ l ଏହି ବ୍ଲକ ଅଧୀନରେ ଶିକ୍ଷକତା କରି ଅବସର ଗ୍ରହଣ କରିଥିବା ଶିକ୍ଷକ ବିନାୟକ ସାହୁ, ଶିକ୍ଷୟିତ୍ରୀ ରୋହିଣୀ ସୁତା ପାଢ଼ୀ ଓ ସଂଯୁକ୍ତା ରଥଙ୍କୁ ସଂଗଠନ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ସହ ଉପଢୌକନ ଓ ମାନପତ୍ର ପ୍ରଦାନ କରିଥିଲେ l ଶେଷରେ ପ୍ରଭାତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ lଏହି କାର୍ଯ୍ୟକ୍ରମରେ ସାମାଜିକ ଦୂରତା ରଖି ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିଲେ l