ସମ୍ବଲପୁର,୦୫/୦୯/୨୦୨୦(ବ୍ୟୁରୋ ରିପୋର୍ଟ) ସମ୍ବଲପୁର ଭିମସାର କ୍ୟାମ୍ପସରେ ହେବ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ । ଆୟୁସିୟୁ ଓ ଓଟି ବ୍ୟବସ୍ଥା ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ।
ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ୧୦୦ ଟି ବେଡ୍ ରହିବ । ଏହାସହ ୨୦ ଆଇସିୟୁ ସୁବିଧା ରହିବ । ଏଥିପାଇଁ ୧୦ ଜଣ ବରିଷ୍ଠ ଡାକ୍ତକଙ୍କୁ ଭିମସାର ପଠାଯିବ । ୧୦ ଦିନ ମଧ୍ୟରେ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶେଷ ହେବ ।
ପୂର୍ବରୁ ଭିମସାରରେ କୋଭିଡ ପଜିଟିଭଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲକୁ ପଠାଯାଉଥିଲା । ଏଣିକି ସମ୍ବଲପୁରର ସମସ୍ତ କରୋନା ଆକ୍ରାନ୍ତ ଭିମସାର କ୍ୟାମ୍ପସରେ ଚିକିତ୍ସା ହେବେ । ପ୍ରତି ୨୪ ଘଣ୍ଟାରେ ଥରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୁଝିବ ପ୍ରଶାସନ । ଏହାସହ ହୋମ ଆଇସୋଲେସନରେ ରହୁଥିବା ସଂକ୍ରମିତଙ୍କୁ ଟେଲିଫୋନରେ ସ୍ୱାସ୍ଥ୍ୟ ସଂପର୍କରେ ପଚାରାଯିବ । ଏପରିକି ଯେଉଁ କୋଭିଡ୍ ଟେଷ୍ଟ ହେବ ତାହାର ରିପୋର୍ଟ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଆସିବ ।