ବ୍ରହ୍ମପୁର,୦୫/୦୯/୨୦୨୦ ( ଟୁକୁନା ପ୍ରଧାନ) -: କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଆଜି ବେଗୁନିଆପଡା ବ୍ଲକରେ ଗୁରୁ ଦିବସରେ ଭତ୍ତା ବଣ୍ଟନ କରିଛନ୍ତି ।ପ୍ରଥମେ ବ୍ଲକରେ ପହଞ୍ଚି ଦିଶା ଦ୍ୱାରା ଆୟୋଜିତ ଭିଡ଼ିଓ କନ୍ଫରେନ୍ସ ରେ ଯୋଗ ଦେଇ ଏମ ଏନ ଆର ଇ ଜି ଏ, ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକା ଓ ବିଦ୍ୟୁତ ବିଭାଗ ରେ ହେଉଥିବା ଯୋଜନାରେ ବିଧାୟକ ଙ୍କ ଗୁରୁତ୍ୱ ରହୁନଥିବ। ଦାବି କରୀଥିଲେ ।ଏହା ପରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ମୋଟ ୨୨୫ ଜଣଙ୍କୁ ଭତ୍ତା ବଣ୍ଟନ କରିଛନ୍ତି। ସେଥିମଧ୍ୟରୁ ଦିବ୍ୟ।ଙ୍ଗ ଭତ୍ତା ୭୭ ଜଣ, ବାର୍ଦ୍ଧକ୍ୟ ଭତ୍ତା ୬୧ଜଣ, ବିଧବା ଭତ୍ତା ୫୨, ଅସହାୟ ଭତ୍ତା ୭ ଜଣ ଓ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ୨୮ ଜଣଙ୍କୁ ପ୍ରଦାନ କରିଥିଲେ।ଏହି ସମୟରେ ବିଡ଼ିଓ ବେଦବର ପ୍ରଧାନ, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ପ୍ରତିନିଧି ତ୍ରିନାଥ ଭୂୟାଁ , ବି ଏସ୍ ଏସ୍ ଓ ନିରଂଜନ ବେହେରା ,ସରପଞ୍ଚ ଓ ସମିତିସଭ୍ଯ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।