ଭିମସାର୍‌ରେ ହେବ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ, ୧୦୦ଟି ଶଯ୍ୟା ସହ ରହିବ ଆଇସିୟୁ ସୁବିଧା

0
417

 

ସମ୍ବଲପୁର,୦୫/୦୯/୨୦୨୦(ବ୍ୟୁରୋ ରିପୋର୍ଟ) ସମ୍ବଲପୁର ଭିମସାର କ୍ୟାମ୍ପସରେ ହେବ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ।  ଆୟୁସିୟୁ ଓ ଓଟି ବ୍ୟବସ୍ଥା ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ।

ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ୧୦୦ ଟି ବେଡ୍ ରହିବ । ଏହାସହ ୨୦ ଆଇସିୟୁ ସୁବିଧା ରହିବ । ଏଥିପାଇଁ ୧୦ ଜଣ ବରିଷ୍ଠ ଡାକ୍ତକଙ୍କୁ ଭିମସାର ପଠାଯିବ । ୧୦ ଦିନ ମଧ୍ୟରେ ହସ୍ପିଟାଲର ନିର୍ମାଣ କାର୍ଯ୍ୟ ଶେଷ ହେବ ।

ପୂର୍ବରୁ ଭିମସାରରେ କୋଭିଡ ପଜିଟିଭଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲକୁ ପଠାଯାଉଥିଲା । ଏଣିକି ସମ୍ବଲପୁରର ସମସ୍ତ କରୋନା ଆକ୍ରାନ୍ତ ଭିମସାର କ୍ୟାମ୍ପସରେ ଚିକିତ୍ସା ହେବେ । ପ୍ରତି ୨୪ ଘଣ୍ଟାରେ ଥରେ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟ ସମସ୍ୟା ବୁଝିବ ପ୍ରଶାସନ ।  ଏହାସହ ହୋମ ଆଇସୋଲେସନରେ ରହୁଥିବା ସଂକ୍ରମିତଙ୍କୁ ଟେଲିଫୋନରେ ସ୍ୱାସ୍ଥ୍ୟ ସଂପର୍କରେ ପଚାରାଯିବ ।  ଏପରିକି ଯେଉଁ କୋଭିଡ୍ ଟେଷ୍ଟ ହେବ ତାହାର ରିପୋର୍ଟ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଆସିବ ।

LEAVE A REPLY

Please enter your comment!
Please enter your name here