ବୁଗୁଡା,୦୫/୦୯/୨୦୨୦: ପୋଲସରା ବ୍ଲକ, ଢୁଙ୍କାପଡ଼ା ପଞ୍ଚାୟତ ଅନ୍ତର୍ଗତ ବଉଦିଆପଲ୍ଲୀ ଗ୍ରାମର ରାଜୁ ନାୟକ(୩୫) ବିଷଧର ସର୍ପ କାମୁଡ଼ାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସ୍ବର୍ଗତ ରାଜୁଙ୍କ ନିଜ ଗ୍ରାମ ଆସିକା ଥାନା ଅନ୍ତର୍ଗତ ଖୁଣ୍ଟିଖୁଣ୍ଟା ହୋଇଥିବା ବେଳେ ସେ ପ୍ରାୟ ଚାରି ବର୍ଷ ହେଲା ନିଜ ଶ୍ବଶୁର ଘରେ ରହି ମୁଲକାମ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ରାଜୁ ରାତ୍ରରେ ଘରେ ଶୋଇଥିବା ବେଳେ ବିଷାକ୍ତ ସର୍ପ କାମୁଡି ଦେଇଥିବା ବେଳେ ବୁଗୁଡା ମେଡିକାଲକୁ ଆଣିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ପ୍ରକାଶ କରିଛନ୍ତି।
ରିପୋର୍ଟ: ଅନିଲ କୁମାର ମହାରଣା