ମଦ୍ୟପ କୃଷି ବିଭାଗ କର୍ମଚାରୀଙ୍କ ଦୌରତ୍ମ୍ୟରେ ଅତିଷ୍ଠ ଚାରି ପଞ୍ଚାୟତର ନିରୀହ କୃଷକ ।

0
209

ବ୍ରହ୍ମପୁର,୦୫/୦୯/୨୦୨୦ :ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଧୀନ ଜଗନ୍ନାଥ ପ୍ରସାଦ ବ୍ଲକ୍ ଅନ୍ତର୍ଗତରେ କୃଷି ଓ କୃଷକଙ୍କ ସ୍ବାର୍ଥ ପାଇଁ କାର୍ଯ୍ୟ କରୁଥିବା ସ୍ଥାନୀୟ ବ୍ଲକ୍ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ ମଦ୍ୟପ ଗ୍ରାମ ସେବକଙ୍କ ଦୌରତ୍ମ୍ୟାରେ ଚାରି ଗୋଟି ପଞ୍ଚାୟତର ସାଧାରଣ କୃଷକ ବହୁବିଧ ଅସୁବିଧାରେ ଥିବା ଜଣା ଯାଇଛି । ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ କାମ କରୁଥିବା ଏହି କର୍ମଚାରୀ ଜଣଙ୍କ ଗ୍ରାମସେବକ ଭାବେ କାର୍ଯ୍ୟ କରୁଥିବା ବେଳେ ପ୍ରଭାବଶାଳୀ ଏବଂ ବାହୁବଳୀ ଢଙ୍ଗରେ କୃଷକଙ୍କ ସମସ୍ୟାରୁ ଦୂରେଇ ନିଜ ପଦମର୍ଯ୍ୟାଦା ବାହାରେ କୃଷକଙ୍କୁ ଦୁଃବ୍ୟବହାର କରୁଥିବା ନେଇ ସାଧାରଣରେ ଅଭିଯୋଗ କରାଯାଇଛି ।

ମିଳିଥିବା ସୂଚନା ପ୍ରକାରେ ଜଗନ୍ନାଥ ପ୍ରସାଦ ବ୍ଲକର ବୁଡୁରୁଙ୍ଗୁ , ଅଲାଡି , ଜୀରାବାଡି ଏବଂ ଛାମୁଣ୍ଡା ପଞ୍ଚାୟତର ଦାୟିତ୍ୱରେ ଥିବା ଏହି କୃଷି ବିଭାଗ ଗ୍ରାମସେବକ ଦିଲୀପ କୁମାର ପ୍ରଧାନଙ୍କ କର୍ତ୍ତବ୍ୟ ପରାୟଣତାକୁ ନେଇ ଅଞ୍ଚଳ କୃଷକ ସମାଜ ଶ୍ୱାସରୁଦ୍ଧ ହେଉଥିବା ବେଳେ ଧାନ ଫସଲରେ ରୋଗପୋକ ନିୟନ୍ତ୍ରଣ , କୀଟନାଶକ ଓ ସାର ବ୍ୟବହାର ନେଇ ସଂପୃକ୍ତ କର୍ମଚାରୀଙ୍କ ପରାମର୍ଶ ସମୟରେ ଉପହାସିତ ହେବା ସହ ଅପମାନିତ ହେଉଥିବା ଅଭିଯୋଗ ହେଉଅଛି ।ସରକାରୀ କାର୍ଯ୍ୟ ନିର୍ଘଣ୍ଟ ସମୟରେ ସର୍ବଦା ମଦ ପିଇ ମାତାଲ୍ ଅବସ୍ଥାରେ କୃଷକଙ୍କୁ ଖରାପ ବ୍ୟବହାର କରୁଥିବା , ନିଶାଗ୍ରସ୍ତ ଭାବରେ ପରାମର୍ଶ କିମ୍ବା ଅଭିଯୋଗ କରିବାକୁ ଆସୁଥିବା କୃଷକଙ୍କୁ ଠେଲା ପେଲା କରିବା ସହିତ ଜୀବନରେ ମାରିଦେବାକୁ ଧମକ ଦେଉଥିବା ବହୁ କୃଷକ ଅଭିଯୋଗ କରିଛନ୍ତି । କୃଷକ ମାନଙ୍କ ପକ୍ଷରୁ ଶିବରାମ ଜେନା , ଭିକାରୀ ନାୟକ , କନ୍ତା ଗଉଡ , ନିରଂଜନ ପ୍ରଧାନ , ଅନୀଲ କୁମାର ପ୍ରଧାନ , ନରସିଂହ ନାୟକ , ପ୍ରଭାକର ରାଉତ , ଶିବରାମ ବେହେରା , କବିସୂର୍ଯ୍ୟ ବେହେରା ପ୍ରମୁଖ ସଂପୃକ୍ତ କୃଷି କର୍ମଚାରୀଙ୍କ ଦ୍ଵାରା ଲାଞ୍ଛିତ ହୋଇଥିବା ନେଇ ପ୍ରକାଶ କରିଥିବା ବେଳେ ବହୁ କୃଷୀମିତ୍ରଙ୍କୁ ମଧ୍ୟ ସଂପୃକ୍ତ କର୍ମଚାରୀ ଖରାପ ବ୍ୟବହାର କରିଥିବାର ତଥ୍ୟ ସୋସିଆଲ ମିଡିଆରେ ସଂଗୃହିତ କରାଯାଇଛି ।ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ରଖି ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ଜୋର୍ ଧରିବାରେ ଲାଗିଛି ।

ରିପୋର୍ଟ – ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here