ପିତ୍ତଳ ରେ ଅମ୍ଳଜାନ ସ୍ତର ନିରୁପଣ ପରୀକ୍ଷା ।

0
469

 

ଶେରଗଡ,୦୬/୦୯/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) କରୋନା ସଂକ୍ରମଣ ହେବା ଘଟଣା ଜଣାପଡିବା ପୂର୍ବରୁ ଅନେକଙ୍କ ର ଅମ୍ଳଜାନ ସ୍ତର ନିମ୍ନକୁ ଖସି ଯିବାଫଳରେଶ୍ୱାସ କ୍ରିୟା ରେ ବାଧକହୁଏ।ଫଳରେ ରୋଗୀର ହସପିଟାଲକୁ ଯିବା ପୂର୍ବରୁ ମୃତ୍ୟୁ ଘଟୁଛି ।ଏହାକୁ ଏଡାଇବା ପାଇଁ ପିତ୍ତଳ ପଂଚାୟତ ର ଅଙ୍ଗନବାଡିକର୍ମୀ ମାନେ ଘରକୁ ଘର ବୁଲି ଲୋକଙ୍କର ଅକ୍ସିମିଟର ଦ୍ୱାରା ଅମ୍ଳଜାନସ୍ତର ନିରୁପଣ କରୁଛନ୍ତି ।ଯେଉଁମାନଙ୍କ ଅମ୍ଳଜାନ ସ୍ତର ଆବଶ୍ୟକତା ଠାରୁ କମ୍ ରହୁଛି ସେମାନଙ୍କୁ ଡାକ୍ତରଖାନା ଯାଇ ଚିକିତ୍ସିତ ହେବାକୁ ପରାମର୍ଶ ଦିଆଯାଇଛି ।ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡିକର୍ମୀ ପୁଷ୍ପାଞ୍ଜଳି ପଣ୍ଡା, କାଦମ୍ବରୀ ନାୟକ, ଏ ସୁଜାତା, ଗୀତାଞ୍ଜଳି ନାୟକ, ବାସନ୍ତୁ ସାହୁ, ରଞ୍ଜିତା ରଥ, ତୃଷ୍ଣାମିଶ୍ର, ନମିତା ବେହରା,ବବିତା ପାତ୍ର, ସଂଧ୍ୟାରାଣୀ ଦାସ ପ୍ରମୁଖ କାର୍ଯ୍ୟ ସଂପାଦନା କରୁଥିବା ବେଳେ,ସ୍ୱାସ୍ଥ୍ୟ କର୍ମୀ ସରିତା ପଣ୍ଡା,ପିତ୍ତଳ ପଂଚାୟତ ର ସମସ୍ତ ଓ ଅଙ୍ଗନବାଡି ହେଲପର ମାନେ ଏଥିରେ ସହଯୋଗ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here