ଗଜପତି,୦୭/୦୯/୨୦୨୦(ପ୍ରଭାତ କୁମାର ପାତ୍ର)ଯୁବ ବିଜୁ ଜନତା ଦଳର ଅଫିସିଆଲ ହ୍ୱାଟସଆପ ଗୃପରେ ଅଶ୍ଳିଳ ଫଟୋ ପୋଷ୍ଟ ନେଇ ଚର୍ଚ୍ଚା, ନୁତନ ଭାବରେ ଯୁବ ବିଜେଡି ସଭାପତି ତିଆରି କରିଥିବା BYJD ହ୍ୱାଟସ ଆପ୍ ଗୃପରେ ପୋଷ୍ଟ ହେଉଛି ମାଳ ମାଳ ଅଶିଳ ଫଟୋ ଓ ଭିଡିଓ, ଯାହାକୁ ନାପସନ୍ଦ କରିଛନ୍ତି ଗୃପର ଅନ୍ୟ ସଦସ୍ୟମାନେ। କିଛି ସଦଶ୍ୟ ବାଧ୍ୟ ହୋଇ ଗୃପରୁ ବାହାରି ଯାଇ ଥିବା ବେଳେ ଆଉ କିଛି ସଦଶ୍ୟ ମାନେ ଗୃପ ଗଠନର ଉଦ୍ଧେଶ୍ୟକୁ ଭୁଲିଯାଇ ଅଶ୍ଳୀଳ ଫଟୋ ଭାଇରାଲ ନିମନ୍ତେ ବ୍ୟବହାର କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଫଟୋକୁ ବ୍ୟବହାର କରି ଦଳିୟ ନାମରେ ଗୃପକୁ ନାମିତ କରାଯାଇଛି ଯାହା ଦଳର ସ୍ବାଭିମାନ କ୍ଷୁଣ୍ଣ କରୁଥିବା ବେଳେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନ୍ୟ ପକ୍ଷରେ ଅନ୍ୟ ରାଜନୈତିକ ଦଳର ପ୍ରତିନିଧି ମାନେ ତାର ଫାଇଦା ନେଇ ଦଳର ଆଭିମୁଖ୍ୟ ନେଇ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି । ଯୁବପିଢି ମାନଙ୍କୁ ପଥଭ୍ରଷ୍ଟ କରାଯାଉଥିବା ଅଭିଯୋଗ କରିଛନ୍ତି। ଉକ୍ତ ହ୍ୱାଟସ ଆପ୍ ଗୃପରେ ଜିଲ୍ଲାର ଵହୁ ବରିଷ୍ଠ ନେତୃତ୍ୱ ରହିଥିଲେ ସୁଦ୍ଧା ଏଭଳି କାର୍ଯ୍ୟ ସମ୍ପର୍କରେ ପ୍ରତିବାଦ ନକରିବାକୁ ନିନ୍ଦା କରିଛନ୍ତି ବିରୋଧୀ । ଯେ କୌଣସି ସୋସିଆଲ ମିଡ଼ିଆ ଆପ୍ ରେ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ ଆଇନଗତ ଅପରାଧ ହୋଇଥିଲେ ଜିଲ୍ଲା ଯୁବ ବିଜେଡି ସଭାପତିଙ୍କ ଗୃପରେ କିଭଳି ପୋଷ୍ଟ ହେଲା ତାହାକୁ ନେଇ ଉଠୁଛି ପ୍ରଶ୍ନ । ଯାହାର ସ୍କ୍ରିନ ସଟ ଏବେ ମୋବାଇଲ ରୁ ମୋବାଇଲ ସବୁଆଡେ ଘୁରି ବୁଲୁଛି। ସେପଟେ ଜିଲ୍ଲାର ସ୍ଥିତି ଦୃବଳ ହେଉଥିବା ବେଳେ ଯୁବ ପିଢିକୁ ସାମ୍ନାକୁ ଆଣି ସ୍ଥିତି ମଜବୁତ କରିବା ପାଇଁ ଦଳର ପ୍ରଚେଷ୍ଟା ଜାରି ରହିଥିବା ବେଳେ ସୋସିଆଲ ମିଡ଼ିଆକୁ ଗୁରୁତ୍ବ ଦିଆଯାଉଛି ତେଣୁ ଲୋକଙ୍କ ପାଖରେ ସଠିକ ବାର୍ତ୍ତା ପହଞ୍ଚିବା ପରିବର୍ତ୍ତେ ସୋସିଆଲ ମିଡ଼ିଆର ଦୂରୁପଯୋଗ କରାଯାଉଥିବା ଦେଖିବାକୁ ମିଳିଛି ।