ରାସ୍ତା କଡରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିଚୟ ଅସ୍ପଷ୍ଟ

0
332

ବ୍ରହ୍ମପୁର, ୦୮/୦୯/୨୦୨୦(ବ୍ୟୁରୋ ରିପୋର୍ଟ) ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ରାଜରାସ୍ତା ପାର୍ଶ୍ୱରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ସୂଚନାନୁସାରେ, ଆଜି ସକାଳେ ସହର ଉପକଣ୍ଠ ହଳଦିଆପଦର ରାସ୍ତାରେ ଜଣେ ମହିଳାଙ୍କ ମୃତଦେହ ପଡିଥିଲା । ସ୍ଥାନୀୟ ଲୋକେ ପ୍ରଥମେ ମୃତଦେହକୁ ଦେଖିଥିଲେ । ଏହାପରେ ସେମାନେ ପୋଲିସକୁ ଖବର ଦେଇଥିଲେ ।

ଖବର ପାଇ ଘଟଣାସ୍ଥଳରେ ଗୋସାଣିନୂଆ ଗାଁ ପୋଲିସ୍ ପହଞ୍ଚି ମୃତଦେହକୁ ଜବତ କରିଥିଲା । ଏହସହ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ମୃତ ମହିଳାଙ୍କ ପରିଚୟ ମିଳିପାରି ନାହିଁ ।

LEAVE A REPLY

Please enter your comment!
Please enter your name here