ନୟାଗଡ଼: ବଢୁଛି ମୁତ୍ଯୁ ସଂଖ୍ଯା

0
238

ନୟାଗଡ଼,୦୮/୦୯/୨୦୨୦: ନୟାଗଡ଼ ଜିଲ୍ଲାରେ କରୋନା କାୟା ମେଲାଇ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହେଉଥିବା ଏବଂ ଅସ୍ୱଭାବିକ ମୃତ୍ୟୁ ହେଉଥିବା ଖବର ଆସୁଛି । ଦଶପଲ୍ଲା ଏନ୍‌ଏସି ଅନ୍ତର୍ଗତ ସାତପାଟଣା ଛକ ଖଣ୍ଡପଡ଼ାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଏହି ବ୍ୟକ୍ତି ଜଣଙ୍କ କିଛିଦିନ ହେବ ଜ୍ୱରରେ ଆକ୍ରାନ୍ତ ଥିବା ବେଳେ ଆଜି ଅଚାନକ୍ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କର କୋଭିଡ୍ ପରୀକ୍ଷା ହୋଇନଥିବା ଜଣାଯାଇଛି । ସେହିଭଳି ଭାବେ କରୋନା ଆକ୍ରାନ୍ତ ହୋଇ ଦଶପଲ୍ଲା ଅଂଚଳର ମୃତ୍ୟୁ ବରଣ କରିଥିବ ଅବସରପ୍ରାପ୍ତ ଶିକ୍ଷକଙ୍କ ଜଣେ ପୁତୁରା ବୋହୁ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ସେହିଭଳି ଭାବେ ଶିମିଳିସାହି ପଂଚାୟତର ବରଡିହି ଗ୍ରାମର ଜଣେ ୩୦ ବର୍ଷିୟ ଯୁବକ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଜଣାଯାଇଛି । ତାଙ୍କର ଗତକାଲି ରିର୍ପୋଟ ପଜିଟିଭ୍ ଆସିଥିଲା । ସେ ଗୃହ ସଂଗରୋଧରେ ରହିଥିବା ବେଳେ ବାଥରୁମ ଯିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଜିଲ୍ଲାରେ ଏବେ ଭୟାନକ ସ୍ଥିତି ସୃଷ୍ଟି ହୋଇଛି । ଅନେକ ବ୍ୟକ୍ତି ଜ୍ୱରରେ ସଢ଼ୁଥିବା ବେଳେ କରୋନା ପରୀକ୍ଷା ନକରାଇ ଗୁରୁତର ଅବସ୍ଥାକୁ ଚାଲି ଯାଉଛନ୍ତି । ଏଭଳି ପରିସ୍ଥିତି ଆଗାମୀ ଦିନରେ ଭୟଙ୍କର ଅବସ୍ଥା ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି ।

ରିପୋର୍ଟ – ରବୀନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here