ବ୍ରହ୍ମପୁର,୧୯/୦୯/୨୦୨୦: ରାଜ୍ୟସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗତ ସପ୍ତାହରେ ହାଇସ୍କୁଲ ମାନଙ୍କରେ ପ୍ରଧାନ ଶିକ୍ଷକ ପଦନ୍ନୋତି ନେଇ ବିଜ୍ଞପ୍ତି ପ୍ରକାଶ କରାଯିବା ସହ ବରିଷ୍ଠତା ଭିତ୍ତିରେ କ୍ୟାଡ଼ର ରୁଲ ଅନୁସାରେ ବରିଷ୍ଠ ଶିକ୍ଷକ ମାନଙ୍କୁ ପ୍ରଧାନଶିକ୍ଷକ ଭାବେ ପଦନ୍ନୋତି ଦିଆଯାଇଥିଲା ! ତେବେ ଭୂତ ଶିକ୍ଷକଙ୍କୁ ପଦନ୍ନୋତି ଦିଆଯାଇଥିବା ନେଇ ଅଦ୍ୟାବଧି ତୁମ୍ବିତୋଫାନ ଥମିନଥିବା ବେଳେ ପ୍ରଧାନଶିକ୍ଷକ ପଦୋନ୍ନତିରେ ଘୋର ଅନିୟମିତତା ଦେଖାଯିବା ସହ ବିଭାଗ ବରିଷ୍ଠତାର ସମସ୍ତ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ନେଇ ଅଭିଯୋଗ ହୋଇଛି !ବରିଷ୍ଠତାକୁ ଜଳାଞ୍ଜଳି ଦେଇ କନିଷ୍ଠ ଶିକ୍ଷକଙ୍କୁ ପଦନ୍ନୋତି ଦିଆଯାଇଥିବାରୁ ଏହି ବ୍ୟବସ୍ଥାରୁ ବଞ୍ଚିତ ଶିକ୍ଷକ ମାନେ ଅଭିଯୋଗ କରିବାସହ ଉଦବେଗ ପ୍ରକାଶ କରିଛନ୍ତି !
ପ୍ରଧାନ ଶିକ୍ଷକ ପଦୋନ୍ନତିରେ ବିଇଡ଼ି ଉତ୍ତୀର୍ଣ ବର୍ଷକୁ ମାପଦଣ୍ଡ ପାଇଁ ପ୍ରାବଧାନ ଥିଲେ ମଧ୍ୟ ଏଥିରେ ଘୋର ଚଞ୍ଚକତା କରାଯାଇଥିବା ଶିକ୍ଷକ ମହଲରେ ପ୍ରକାଶ ପାଇଅଛି !ସାନଖେମୁଣ୍ଡି ବ୍ଲକ ସିଙ୍ଗିପୁର ସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଦୀର୍ଘ ୩୦ ବର୍ଷ ଧରି ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଦେବେନ୍ଦ୍ର କୁମାର ମିଶ୍ର ପ୍ରଧାନଶିକ୍ଷକ ପଦୋନ୍ନତିରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ବହୁକନିଷ୍ଠ ଶିକ୍ଷକ ଶ୍ରୀ ସନ୍ତୋଷ କୁମାର ପଟନାୟକଙ୍କୁ ପଦନ୍ନୋତି ଦିଆଯାଇଛି ! ଶ୍ରୀ ମିଶ୍ର ୧୯୮୩ରେ ବି ଇ ଡ଼ି ଉତ୍ତୀର୍ଣ ହୋଇ ୧୯୮୭ ରୁ ଶିକ୍ଷକତାରେ ଯୋଗ ଦେବା ସହ ୩୦ ବର୍ଷ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟ କରିଥିବାବେଳେ ଶ୍ରୀ ପଟନାୟକ ୧୯୯୦ ରେ ବି ଇ ଡ଼ି ଉତ୍ତୀର୍ଣ ହୋଇଛନ୍ତି ! ପଦନ୍ନୋତିରୁ ବଞ୍ଚିତଙ୍କ ବି ଇ ଡ଼ି ଉତ୍ତୀର୍ଣ ବର୍ଷକୁ ବିଭାଗ ଜାଲିଆତିକରି ୧୯୯୩ ଦର୍ଶାଇଥିବା ମିଶ୍ର ଅଭିଯୋଗ କରିଛନ୍ତି ! ଦିଗପହଣ୍ଡି ବ୍ଲକ ଵମକେଇ ହାଇସ୍କୁଲର ଅରୁଣ କୁମାର ମହାପାତ୍ର ମଧ୍ୟ ପଦନ୍ନୋତିରୁ ବଞ୍ଚିତ ହୋଇଥିବା ବେଳେ ତାଙ୍କ ଠାରୁ କନିଷ୍ଠ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ପ୍ରଧାନଶିକ୍ଷକ ଭାବେ ପଦନ୍ନୋତି ପାଇଥିବା ଅଭିଯୋଗ କରିଛନ୍ତି ! ପଦନ୍ନୋତିର ମାର୍ଗଦର୍ଶିକା ଅନୁସାରେ ବଞ୍ଚିତ ଶିକ୍ଷକ ଶ୍ରୀ ମିଶ୍ରଙ୍କ ପ୍ରତିକ୍ରିୟା ପ୍ରକାରେ ସେ ପଦନ୍ନୋତି ତାଲିକାର ପ୍ରଥମରୁ କୋଡିଏ ମଧ୍ୟରେ ରହିବା ନିଶ୍ଚିତ ଥିବା ଓ ବି ଇ ଓ କ୍ୟାଡର ରେ ରହିବା ନିଶ୍ଚିତ ଥିବାବେଳେ ବିଡ଼ମ୍ବନା ଯୋଗୁଁ ବିଭାଗର ଅନିୟମିତତା ଓ ଚଞ୍ଚକତାର ଶିକାର ହୋଇଥିବା ପ୍ରକାଶ କରିଛନ୍ତି ! ସେଇଭଳି କଳମ୍ବ ହାଇସ୍କୁଲର ଶିକ୍ଷକ ମାନେ ଏହି ବିଡ଼ମ୍ବନାର ଶିକାର ହୋଇଛନ୍ତି ! ବିଭାଗୀୟ ଅଣଦେଖା ଯୋଗୁଁ ପଦନ୍ନୋତିରୁ ବଞ୍ଚିତ ବରିଷ୍ଠ ଶିକ୍ଷକ ମାନେ ତୀବ୍ର ପ୍ରତିବାଦ କରିବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ . ସ୍କୁଲ ଓ ଗଣଶିକ୍ଷା ସଚିବ , ଜିଲ୍ଲା ଶିକ୍ଷାଧିକାରୀ , ଓଷ୍ଟା ସଙ୍ଘ ନେତୃତ୍ୱ ଙ୍କୁ ଜଣାଇଥିବା ସହ କରାଯାଇଥିବା ଅବିଚାରର ତଦନ୍ତ କରି ତୁରନ୍ତ ସେମାନଙ୍କୁ ପଦନ୍ନୋତିର ବ୍ୟବସ୍ଥା ନ କଲେ ପଦୋନ୍ନତିରୁ ବଞ୍ଚିତ ଶିକ୍ଷକ ସମୂହ ଆଇନର ଆଶ୍ରୟରେ ଯିବା ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି !
ସନ୍ତୋଷ କୁମାର ଦାଶଙ୍କ ରିପୋର୍ଟ