କୋଦଳା ଏନ୍ ଏସି ରେ ବିଧାୟିକାଙ୍କ ସାଙ୍ଗଠନିକ ବୈଠକ

0
460

ବ୍ରହ୍ମପୁର,୨୧/୦୯/୨୦୨୦ ( ଟୁକୁନା ପ୍ରଧାନ)-: ଆଜି ଗଞ୍ଜାମ ଜିଲ୍ଲା କୋଦଳା ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସର ରେ କୋଦଳା ଏନ୍ ଏସି ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ ବିଜେଡି ନଗର ସଭାପତି ସଞ୍ଜୀବ କୁମାର ସାହୁଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଯୋଗ ଦେଇ ଦଳର ଆଭିମୁଖ୍ୟ ଓ ନବୀନ ବାବୁଙ୍କ ଜନାହିତକ।ରି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ ବିଜୁ ଜନତା ଦଳ କହିଲେ ନବୀନ ବାବୁଙ୍କୁ ହିଁ ବୁଝାଏ ଏଠି ପରସ୍ପର ମଧ୍ୟରେ ଗୋଷ୍ଠୀ ଭେଦ ଭାବ ଭୁଲି ସମସ୍ତେ ଏକ ହୋଇ ନବୀନ ବାବୁଙ୍କ ପାଇଁ ହିଁ ଦଳକୁ ମଜୁଭୁତ କରିବାକୁ ପଡିବ ବୋଲି କହିବା ସହିତ ତୃଣମୂଳ ସ୍ତରରେ ଲୋକଙ୍କ ପାଖରେ ପହଁଚି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରି ଯଥାସମ୍ଭବ ସମାଧାନ ପାଇଁ ଚେଷ୍ଟା କରନ୍ତୁ ବୋଲି କହିଥିଲେ।ନବୀନ ବାବୁଙ୍କ ନିର୍ଦ୍ଦେଶ ଅନୁଯାଇ ପ୍ରତ୍ୟକ ୱାର୍ଡ ରୁ ମହିଳା ମାନଙ୍କ ସଙ୍ଗଠନ କୁ ସୁଦୃଢ କରିବା ପାଇଁ ଚେଷ୍ଟା କରନ୍ତୁ ବୋଲି କହିବା ସହିତ ୧୩ ଗୋଟି ୱାର୍ଡ଼ କୁ ପାଞ୍ଚ ଭାଗ ରେ ବିଭକ୍ତ କରି ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିଲେ । ଦୁଇଦିନ ମଧ୍ୟ ରେ ପର୍ଯ୍ୟବେକ୍ଷକ ଙ୍କ ଉପସ୍ଥିତି ରେ ସ୍ଥାନୀୟ ନେତୃବୃନ୍ଦ ଙ୍କ ସହଯୋଗ କ୍ରମେ ପ୍ରତ୍ୟକ ୱାର୍ଡ଼ ରୁ ତିନିଜଣ ଲେଖାଏଁ ସକ୍ରିୟ ମହିଳା କର୍ମୀ ବାହାର କରିବାକୁ ପରାମର୍ଶ ଦେଇଥିଲେ ।ସେହି ମହିଳା କର୍ମୀଙ୍କ ଦକ୍ଷତା କୁ ନେଇ ଉପସଭାପତି ଓ ସମ୍ପାଦିକା ବଛାଯାଇ ମହିଳା ସଙ୍ଗଠନ କୁ ଆଗକୁ ନିଆଯିବ ବୋଲି ବିଧାୟିକା ପ୍ରକାଶ କରିଥିଲେ । ଏହି ବୈଠକ ରେ ମହିଳା ସଭାପତି ସୁଜାତା ପ୍ରଧାନ ଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଯୋଗଦେଇ ଥିଲେ।ବୈଠକ ଶେଷ ହେବାପରେ ମେଡିକାଲ ରାସ୍ତା ର ଅଗ୍ରଗତି ଦେଖିବାକୁ ଯାଇ ସେଠାରେ ଥିବା ଦୋକାନ ଓ ଘର ଘୁଞ୍ଚାଈବାକୁ ମାଲିକଙ୍କ ସହିତ ଆଲୋଚନା କରିଥିଲେ ଓ ଶୀଘ୍ର ରାସ୍ତା କାର୍ଯ୍ଯ ଶେଷ କରିବାକୁ ନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here