କରୋନା ଯୋଦ୍ଧାଭାବେ ଅଧ୍ୟାପକ ଚିନ୍ମୟ ଦାଶ ଓ ମାଷ୍ଟର ମିହିର କୁମାର ସମ୍ବର୍ଦ୍ଧିତ।

0
213

ଭଦ୍ରକ,୨୧/୦୯/୨୦୨୦(ବ୍ୟୁରୋ ରିପୋର୍ଟ)ଭଦ୍ରକ ଜିଲ୍ଲା ଉତ୍କଳ ଯୁବ ଯାଦବ ମହାସଭା, ଭଦ୍ରକ ତରଫରୁ ଆଜି ଚୁନିଦା ଠାରେ କୋଭିଡି ନିୟମ ପାଳନ କରି ଏକ ବୃକ୍ଷ ରୋପଣ ଓ କରୋନା ଯୋଦ୍ଧା ସମ୍ମାନ , ସାମାଜିକ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଯାଇଅଛି, ଏହି ଅବସରରେ ଜିଲ୍ଲା ଯୁବ ଯାଦବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ରବି ନାରାୟଣ ଖିଲାରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବେ ଭଦ୍ରକ ବ୍ଲକର ଉପାଧ୍ୟକ୍ଷା ଶ୍ରୀମତୀ ଜ୍ୟୋସ୍ନା ରାଣୀ ରାଉତ, ସମ୍ମାନୀତ ଅତିଥି ଭାବେ କ୍ଷେତ୍ରବାସୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭୀମସେନ ପରିଡ଼ା, କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡ଼ା ଓ କୋଲକତା ଯାଦବ ମହାସଭାର ସଭାପତି ହରେକୃଷ୍ଣ ପଲେଇ, ସରପଞ୍ଚ ପ୍ରତିନିଧି ତୁଷାର କାନ୍ତ ପରିଡ଼ା, ଓଡିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ପ୍ରଭାତ ଜେନା, ଯୁବ ସାମ୍ବାଦିକ ସନ୍ତୋଷ କୁମାର ଦାସ, ସମାଜସେବୀ କୃଷ୍ଣ ଚନ୍ଦ୍ର ବେହେରା, ବାବୁଲା ରାଉତ, ଅମରେଶ ପଲେଇ, ସାଧୁ ଚରଣ ବାରିକ, ସଞ୍ଜିବ ନାୟକ, ପିୟୁଷ ଦାସ, ରାଜ୍ୟ ଯୁବ ସମ୍ପାଦକ ଅମର ନାୟକ,ଅଧ୍ୟାପକ ଚିନ୍ମୟ ଦାଶ, ନିତ୍ୟାନନ୍ଦ ବେହେରା ପ୍ରମୁଖ ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ ।ଦୀର୍ଘ ୧୮୩ଦିନଧରି ମହାମାରୀ କରୋନାର ବିନାଶ ପାଇଁ ଦେଶର କଣାନୁକୋଣରେ ଲଢେ଼ଇ ଜାରି ରଖିଥିବା ଯାଜପୁର ଜିଲ୍ଲାର ବାବଲପୁରସ୍ଥିତ ଦେଶର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଂଗଠନ ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦଶ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ଡଲଫିନ୍ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର ମଲ୍ଲିକଙ୍କୁ ଏହି ଅବସରରେ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିରେ ସମାଜସେବୀ କାହ୍ନୁଚରଣ ସାହୁ,ସମ୍ବାଦିକ କୃଷ୍ଣ ଚନ୍ଦ୍ର ଜେନା,ପ୍ରଦୀପ ମହାପାତ୍ର, ସାଗର ପାଢ଼ୀ ଆଦି ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ଉତ୍କଳ ଯୁବ ଯାଦବ ମହାସଂଘର ଏହି କାର୍ଯ୍ୟକ୍ରମକୁ ବୁଦ୍ଧିଜୀବୀ ମହଲରୁ ପ୍ରଶଂସା କରାଯାଇଅଛି।

LEAVE A REPLY

Please enter your comment!
Please enter your name here