ଜବରଦସ୍ତ ବିବାହ କରିବାକୁ ଉଠାଇ ନେଇଥିବା ନାବାଳିକାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ ।

0
412

ନୟାଗଡ଼,୨୧/୦୯/୨୦୨୦: ଓଡ଼ଗାଁ ଥାନା ବାହାଡ଼ଝୋଲା ଫାଣ୍ଡି ଅନ୍ତର୍ଗତ ବେରୁଆଁବାରି ଗ୍ରାମରେ ଏକ ଅଭାବନୀୟ ଘଟଣାକ୍ରମରେ ଜବରଦସ୍ତ ବାହା କରିବାକୁ ଉଠାଇ ନିଆଯାଇଥିବା ଜନୈକ ୧୬ ବର୍ଷିୟ ନାବାଳିକାକୁ ଚାଇଲ୍ଡ ଲାଇନ କର୍ତ୍ତୃପକ୍ଷ ପୋଲିସ୍ ସହାୟତାରେ ଉଦ୍ଧାର କରିଅଛି ।ମିଳିଥିବା ସୂଚନା ପ୍ରକାରେ ଗ୍ରାମର କୁଞ୍ଜ ନାୟକଙ୍କ ପୁଅ ଆଲୋକ ନାୟକ ଏହି ଗ୍ରାମର ଜନୈକ ନାବାଳିକାକୁ ୩ ଦିନ ହେଲା ଉଠାଇ ନେଇ ଘରେ ରଖିଥିଲା । ସାମାଜିକ ତାଡନାକୁ ଡରି ଆପୋଷ ବୁଝାମଣା ପ୍ରକାରେ ଝିଅ ପରିବାର ମଧ୍ୟ ବିବାହ ଘଟଣାକୁ ଜାଣି ମଧ୍ୟ ଅଜଣା ଅଭିନୟ କରୁଥିଲେ । କୈାଣସି ସୁତ୍ରରୁ ଖବରପାଇ ଚାଇଲ୍ଡ ଲାଇନ୍ ସଦସ୍ୟ ଚନ୍ଦ୍ର ଶେଖର ବେହେରା, ସ୍ୱର୍ଣ୍ଣଲତା ସାହୁ ଏବଂ ବାହାଡ଼ଝୋଲା ଫାଣ୍ଡି ପୁଲିସ ରମେଶ ଚନ୍ଦ୍ର ସାହୁ ବେରୁଆଁବାରି ଗ୍ରାମରେ ପହଂଚି ବିବାହ ବନ୍ଦ କରିଥିବା ସୂଚନା ମିଳିଛି । ଏଥିସହିତ ନାବାଳିକାକୁ ଉଦ୍ଧାର କରାଯାଇ ସିଡବ୍ଲ୍ୟୁସି ଅଧକ୍ଷ ସ୍ୱଦେଶ ମିଶ୍ରଙ୍କ ପାଖରେ ହାଜର କରାଯାଇଥିବା ବେଳେ ସେଠାରୁ ଚାଇଲ୍ଡ ଲାଇନର ତପସ୍ୟାରେ ରଖାଯାଇଥିବା ଜଣାଯାଇଛି । ନୟାଗଡ଼ ଜିଲ୍ଲାରେ ଚଳିତ ମାସରେ ୩ ଗୋଟି ନାବାଳିକା ବିବାହକୁ ଅଟକା ଯାଇଥିବା ଜିଲ୍ଲା ଚାଇଲ୍ଡ ଲାଇନ ସୂତ୍ରରୁ ସୂଚିତ କରାଯାଇଛି ।

ରିପୋର୍ଟ – ରବୀନ୍ଦ୍ର ପ୍ରଧାନ

LEAVE A REPLY

Please enter your comment!
Please enter your name here