ଓଡ଼ିଶା ମୋ ପରିବାର – ଜୀବନବିନ୍ଦୁ ଆନୁକୁଲ୍ୟରେ ସାନଖେମୁଣ୍ଡି ବ୍ଲକରେ ଔଷଧୀୟ ବୃକ୍ଷ ରୋପଣ ସହିତ ରକ୍ତଦାନ ଶିବିରର ଶୁଭାରମ୍ଭ , ୫୩ ୟୁନିଟ ରକ୍ତ ସଂଗ୍ରହ

0
517

ବ୍ରହ୍ମପୁର,୨୨/୦୯/୨୦୨୦ , ରାଜ୍ୟ ସରକାର ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମାଜସେବା ଧର୍ମୀ ମାନସ କାର୍ଯ୍ୟକ୍ରମ ଓଡ଼ିଶା ମୋ ପରିବାର – ଜୀବନ ବିନ୍ଦୁ ଆନୁକୁଲ୍ୟରେ ଆଜି ସାନଖେମୁଣ୍ଡି ବ୍ଲକ୍ ବିଜେଡି ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଅଛି । କରୋନା ଶୃଙ୍ଖଳାକୁ ନଜରରେ ରଖି ଚାରି ପର୍ଯ୍ୟାୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଶିବିର ଆଜି ରାଧାଦେଇପୂର ପଞ୍ଚାୟତର ଉସ୍ତା ଜଗନ୍ନାଥପୁର ସ୍ଥିତ ପୂର୍ଣାନନ୍ଦ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଅଛି ।ଅଞ୍ଚଳ ଅଧିବାସୀ ,ବିଜୁ ଯୁବ ବାହିନୀ ,ମହିଳା ଗୋଷ୍ଟି ସଦସ୍ୟା ତଥା ଵିଜୁ ପ୍ରେମୀ ସମର୍ଥକଙ୍କ ମିଳିତ ସମାବେଶରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଡ ବ୍ୟାଙ୍କ୍ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ବାଇଁ ପୌରହିତ୍ୟ କରିଥିବା ବେଳେ ଜୀବନ ବିନ୍ଦୁ ଜିଲ୍ଲା ସଂଯୋଜକ ଶ୍ରୀ ସୁବାସ ମହାରଣା ମୁଖ୍ୟ ଅତିଥି ,ଜିଲ୍ଲା ବିଜେଡ଼ି କର୍ମକର୍ତ୍ତା ଜଗନ୍ନାଥ ସାବତ ,କୈଳାସ ରଣା ସମ୍ମାନୀୟ ଅତିଥି ଭାବରେ ମଞ୍ଚାସିନ ଥିଲେ । ପୋଡାମାରି ଯୁବରାଜ ଶ୍ରୀ ବିର କିଶୋର ଦେବ , ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ସ୍ବାଇଁ ,ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ଶଙ୍କର୍ଷଣ ସ୍ବାଇଁ , ଛାତ୍ର ବିଜେଡିର କାଳୁ ଚରଣ ନାୟକ ପ୍ରମୁଖ ବ୍ୟକ୍ତିତ୍ଵ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟକୁ ନେଇ ରକ୍ତଦାନ ଏବଂ ବୃକ୍ଷରୋପଣ ସମ୍ବନ୍ଧୀୟ ଉପଯୋଗୀତା ସମ୍ପର୍କରେ ସାଧାରଣ ଅବତାରଣା କରିଥିଲେ ।ସାମାଜିକ ଦୂରତା ରକ୍ଷା , ମାସ୍କ ପରିଧାନ ସହିତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରକ୍ତଦାନ ସହିତ ବୃକ୍ଷ ରୋପଣକୁ ଗୁରୁତ୍ୱାରୋପ କରାଯାଇଥିଲା ।ଉପସ୍ଥିତ ସ୍ବେଛାସେବୀଙ୍କୁ ନେଇ ସାଧାରଣଙ୍କ ଦ୍ଵାରା ସାମୁହିକ ଔଷଧୀୟ ବୃକ୍ଷ ରୋପଣ କରାଯାଇଥିଲା ।
ବ୍ରହ୍ମପୁର ବଡ ଡାକ୍ତରଖାନା ରେଡକ୍ରସ୍ ରକ୍ତଭଣ୍ଡାର ପକ୍ଷରୁ ଡାକ୍ତର ଓ ଟେକ୍ନିକାଲ କର୍ମଚାରୀଙ୍କ ସହାୟତାରେ ଅନୁଷ୍ଟିତ ରକ୍ତଦାନ ଶିବିରରେ ବହୁ ସ୍ବେଛାସେବୀ ରକ୍ତଦାତାଙ୍କ ଠାରୁ ୫୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଧୀରେନ ରଣା , ନୀଳାଚଳ ପ୍ରଧାନ , ବାସୁଦେବ ପ୍ରଧାନଙ୍କ ସହ ଗୌରୀଶଙ୍କର ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

ସନ୍ତୋଷ କୁମାର ଦାଶ ଙ୍କ ରିପୋର୍ଟ

LEAVE A REPLY

Please enter your comment!
Please enter your name here