ପୋଲସରା ବ୍ଲକ ରେ ଗାଁ ସାଥି ମାନଙ୍କ ସମସ୍ୟା, ଦାବିପତ୍ର ପ୍ରଦାନ

0
196

ବ୍ରହ୍ମପୁର,୨୨/୦୯/୨୦୨୦ ( ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଗାଁ ସାଥି ଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗି ରହିଛି । ବିଗତ ଦିନରେ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗାଁ ସାଥି ସଙ୍ଗଠନ ପକ୍ଷରୁ ଦାବିପତ୍ର ଦିଆଯାଇଥିଲା କିନ୍ତୁ ସଠିକ ଭାବେ ତାହା ଫଳପ୍ରଦ ହୋଇନଥିଲା । ସେଥିପାଇଁ ପୁଣିଥରେ ଗାଁସାଥି ସଙ୍ଗଠନ ପକ୍ଷରୁ ଗତକାଲି ସମସ୍ତ ଗାଁସାଥି ମାନେ ନିଜ ନିଜର ବ୍ଯକ୍ତିଗତ ଭାବେ ଦାବିପତ୍ର ପ୍ରଦାନ କରିବାକୁ ଯାଇଥିଲେ କିନ୍ତୁ ବିଡ଼ିଓ ଅନୁପସ୍ଥିତ ଥିବାରୁ ବ୍ଳକ ଯନ୍ତ୍ରୀ ଶ୍ରୀ ଗୋପାଳ କୃଷ୍ଣ ଗୌଡଙ୍କୁ ଦେଇଥିଲେ । ଗାଁସାଥି ସଙ୍ଗଠନ ର କର୍ମକର୍ତ୍ତା, ଯନ୍ତ୍ରୀ ଶ୍ରୀ ଗୌଡ ଏବଂ ବ୍ଳକ ଏପିଓ ମିଳିତ ଭାବେ ଆଲୋଚନା କରିବା ପରେ ସାତଦିନ ମଧ୍ୟରେ ଏହାର ସମାଧାନ କରିବେ ବୋଲି ଶ୍ରୀ ଗୌଡ ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ଗାଁସାଥି ସଙ୍ଗଠନର ସଦସ୍ୟ ମାନେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଙ୍କୁ ଭେଟି ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଯାହାକି ବ୍ଳକ ଅଧିକାରୀଙ୍କ ସହ ଆଲୋଚନା କରି ତୁରନ୍ତ ସମସ୍ୟାର ସମାଧାନ କରିବାକୁ ଶ୍ରୀସାହୁ କହିଥିଲେ ।

LEAVE A REPLY

Please enter your comment!
Please enter your name here