ମାଟିଲଗ୍ନା ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ର ଜୟନ୍ତୀ ପାଳନ ଓ କବିତା ପାଠ ଉତ୍ସବ।

0
200

ଶେରଗଡ, ୦୨/୧୦/୨୦୨୦(ଡାକ୍ତର ହୃଷୀକେଶ ମହାନ୍ତି) ମାଟି ଲଗ୍ନା ସାହିତ୍ଯ ସଂସଦ ଗଞ୍ଜାମ ଜିଲା ଶାଖାର ପ୍ରଥମ ଅଧିବେଶନ ଇଂ ବିଚିତ୍ରାନନ୍ଦ ମୂନୀ ଙ୍କ ସଭାପତିତ୍ୱ ରେ ପିତ୍ତଳ ଛକ ସ୍ଥିତ ଚନ୍ଦ୍ରିକା ଆବାସିକ ଶିଶୁ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଆୟୋଜିତ ପ୍ରଥମ ସାହିତ୍ୟ ଆଲୋଚନା ଚକ୍ର ରେ ଶେରଗଡ ତହସିଲଦାର ଦୟାସିଂଧୁ ପରିଡା ମୂଖ୍ୟ ଅତିଥି, ମୂଖ୍ୟବକ୍ତା ବିମଳ ପ୍ରସାଦ ପଟ୍ଟନାୟକ,ସମ୍ମାନୀତ ଅତିଥି ରୂପେ ଡ,ଲକ୍ଷ୍ମୀନାରାୟଣ ଦାସ,ଲଳିତ କୁମାର ସ୍ୱାଇଁ ଓ ଅଜିତ କୁମାର ତ୍ରିପାଠୀ ଯୋଗଦେଇ ଗାନ୍ଧୀ ବିଚାରଧାରା ଉପରେ ଉଦବୋଧନ ଦେଇଥିଲେ । ଦ୍ୱିତୀୟ ଅଧିବେଶନ କବିତା ପାଠ ଉତ୍ସବ କାର୍ଯ୍ୟକ୍ରମ ରେ ଇଂ ବିଚିତ୍ରାନନ୍ଦ ମୁନୀ ଅଧ୍ଯକ୍ଷତା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଡାକ୍ତର ହୃଷୀକେଶ ମହାନ୍ତି, ଡ.ଗୁରୁମୂର୍ତ୍ତି ନାୟକ, ଏ ଯୁଧିଷ୍ଠିର ଦୋରା, ସନ୍ତୋଷ କୁମାର ଜେନା, ତ୍ରିନାଥ ବେହରା ଓ ସୁରେନ୍ଦ୍ର ପାଣିଗ୍ରାହି ଅତିଥି ରୂପେ ମଂଚାସୀନ ହୋଇଥିଲେ ।ପ୍ରାୟ ୩୦ରୁ ଉର୍ଦ୍ଧ କବି କବୟତ୍ରୀ ସ୍ୱରଚିତକବିତା ଓ ଗଳ୍ପ ପାଠ କରିଥିଲେ।ଏହାକୁ ସଂଯୋଜନା କରିଥିଲେ ଲଳିତ କୁମାର ସ୍ୱାଇଁ,ଓ ଅଜିତ କୁମାର ମୁନୀ।ବରିଷ୍ଠ ସାମ୍ବାଦିକ ଡାକ୍ତର ହୃଷୀକେଶ ମହାନ୍ତି ଙ୍କ ସମେତ ପ୍ରାୟ ୪୦କବି, କବୟତ୍ରୀ, ଲେଖକ,ସାହିତ୍ୟିକ ମାନଙ୍କୁ ମାନପତ୍ର,ଉପଢୌକନ ଓ ଫୁଲତୋଡା ଦେଇ ସମ୍ମାନୀତ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here