ନନ୍ଦିନୀ ଦେବୀଙ୍କ ନେତୃତ୍ୱରେ ସାନଖେମୁଣ୍ଡିରେ ବିଜେଡିର ଗାନ୍ଧୀ ଜୟନ୍ତୀ ପାଳିତ ।

0
178

ବ୍ରହ୍ମପୁର,୦୨/୧୦/୨୦୨୦ : ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟ ଶାସକଦଳ ବିଜେଡି ସମୟାନ୍ତରରେ ନାନାଦି ଜନହିତକର କାର୍ଯ୍ୟକ୍ରମ ଭିତ୍ତିରେ ରାଜ୍ୟରେ ସ୍ଵତନ୍ତ୍ର ଲୋକ ସମ୍ପର୍କର ଧାରାକୁ ଦୃଢୀଭୂତ କରୁଥିବା ବେଳେ ଚଳିତ ବର୍ଷ ଏଥିରେ ପରିବର୍ତ୍ତନ କରିଅଛି । କରୋନା ମହାମାରୀ ସଂକ୍ରମଣ ଜନିତ ପ୍ରତିକୂଳ ସ୍ଥିତିରେ ଜୀବନ ଜୀବିକାର ଦିଗହରା ସମୟ ଲକ୍ ଡାଉନ୍ , ସଟ୍ ଡାଉନ୍ ର ଦୋଛକିରେ ନିଜ ସତ୍ତା ଖୋଜୁଥିବା ସାଧାରଣଙ୍କ ପାଇଁ କରୋନାରୁ ଜିଇଁବାର ବାର୍ତ୍ତା ପ୍ରଚାରକୁ ଦଳ ଗୁରୁତ୍ବ ଦେଉଥିବା ଦେଖିବାକୁ ମିଳିଅଛି ।ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷର ଗାନ୍ଧୀ ଜୟନ୍ତୀ ପାଳନ ଠାରୁ ଏକ ମାସଵ୍ୟାପି ବ୍ୟାପି କରାଯାଉଥିବା ଜନସଂପର୍କ ଯାତ୍ରାକୁ ନଜରରେ ରଖି ସଚେତନତା ଯାତ୍ରା କରିବା ସ୍ଥିର ହୋଇଥିବା ଜଣାଯାଇଛି । ଏହି ଅବସରରେ ଆଜି ପୂଜ୍ୟ ବାପୁଙ୍କ ୧୫୧ ତମ ଜନ୍ମ ଜୟନ୍ତୀ ପାଳନକୁ କରୋନା ଯୋଧାଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗ କରିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଅଛି ।

ଏହି କ୍ରମରେ ପୂର୍ବ ପ୍ରସ୍ତୁତି ସହିତ ଆଜି ସାନଖେମୁଣ୍ଡିର ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ତତ୍ତ୍ଵାବଧାନରେ ଆଜି ସାନଖେମୁଣ୍ଡି ବ୍ଲକ୍ ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଅଛି ।ପାଟପୁର ଗାନ୍ଧୀଛକ ସ୍ଥିତ ପୂଜ୍ୟ ବାପୁଙ୍କ ପ୍ରତିମୂର୍ତ୍ତି ସ୍ଥଳଠାରେ ବ୍ଲକ୍ ବିଜେଡି କାର୍ଯ୍ୟକର୍ତ୍ତା ଓ ଛାମୁଆଁ କର୍ମୀଙ୍କ ଗହଣରେ ଶ୍ରୀମତୀ ନନ୍ଦିନୀ ଦେବୀ ସ୍ୱାହସ୍ତରେ ଗାନ୍ଧୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଗାନ୍ଧିଜୀଙ୍କ ଭାବଧାରା ସହିତ ଅନୁପ୍ରାଣିତ ରହିବାକୁ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି । ବ୍ଲକ୍ ଅଧ୍ୟକ୍ଷା ସଂଗୀତା ବେହେରା , ଉପାଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ସ୍ବାଇଁ , ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା ତଥା ସାଂସଦ ପ୍ରତିନିଧି ଶ୍ରୀ ଅନ୍ତର୍ଯ୍ୟାମୀ ସ୍ବାଇଁ , ରାଜ୍ୟ କାର୍ଡ ବ୍ୟାଙ୍କ୍ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ବାଇଁ , ଜିଲ୍ଲା ପରିଷଦ ସଭ୍ୟ ଶଙ୍କର୍ଷଣ ସ୍ବାଇଁ , ବ୍ଲକ୍ ବିଜେଡି ସଭାପତି ଶ୍ରୀ ଧୋବା ସ୍ବାଇଁ , ବ୍ଲକ୍ ଯୁବ ବିଜେଡିର ସନ୍ତୋଷ ବିଷୋୟୀ , ଛାତ୍ର ବିଜେଡିର କାଳୁ ନାୟକ ପ୍ରମୁଖଙ୍କ ସହିତ କରୋନା ସଚେତନତାର ବାର୍ତ୍ତା ପ୍ରଚାର କରିବା ସହିତ ସାମୁହିକ ଭାବରେ ସାଧାରଣରେ ମାସ୍କ ବଣ୍ଟନ କରିଛନ୍ତି । କରୋନା ପ୍ରତିଷେଧକ ବ୍ୟବସ୍ଥାରେ ଅନୁଷ୍ଟିତ ଏହି ପାଳନ ଉତ୍ସବ କାର୍ଯ୍ୟକ୍ରମରେ ସମସ୍ତ ଦଳୀୟ ଜନ ପ୍ରତିନିଧି ଯୋଗଦେଇଥିବା ବେଳେ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ସମସ୍ତ ପ୍ରତିନିଧି ,କର୍ମୀ ଓ କାର୍ଯ୍ୟକର୍ତ୍ତା ଆଗାମୀ କାର୍ଯ୍ୟକ୍ରମ ସମ୍ପର୍କରେ ରୂପରେଖ ଚୂଡାନ୍ତ କରିଛନ୍ତି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here