ମଦନମୋହନ ଜେନାଙ୍କ ସ୍ମୃତିଚାରଣ ସଭା।

0
201

 

ଯାଜପୁର,୦୩/୧୦/୨୦୨୦(ବ୍ୟୁରୋ ରିପୋର୍ଟ)ଯାଜପୁର ଜିଲ୍ଲାର ଦଶରଥପୁର ବ୍ଳକ ଅନ୍ତର୍ଗତ ଗ୍ରାମ ନନ୍ଦିପୁର ଗ୍ରାମପଞ୍ଚାୟତସ୍ଥିତ ବାବଲପୁର ଗ୍ରାମର ଯୁବ ସଙ୍ଗଠକ ତଥା ବର୍ଷିୟାନ ସମାଜସେବୀ ଦିବଙ୍ଗତ ଆତ୍ମା ମଦନମୋହନ ଜେନାଙ୍କ ଏକାଦଶାହ ଦିବସରେ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ସ୍ମୃତିଚାରଣ ସଭାର ଆୟୋଜନ କରାଯାଇଥିଲା।ଅଧ୍ୟାପକ ଡ଼ଃ ଚିନ୍ମୟ ଦାଶଙ୍କ ତତ୍ତ୍ୱାବଧାନରେ ନନ୍ଦିପୁର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ପ୍ରଦୀପ କୁମାର ମହାନ୍ତି, ଶିକ୍ଷାବିତ ସତ୍ୟପ୍ରିୟ ମହାନ୍ତି, ଶଶଧର ସୂତାର ,ଲକ୍ଷ୍ମୀ ନାରାୟଣ ପତି, ଅଶୋକ କୁମାର ପତି, ବଳରାମ ପତି, ରୁଦ୍ର ନାରାୟଣ ପତି, ପ୍ରଦୀପ କୁମାର ପଲାଇ, ମନୋଜ କୁମାର ରାଉତ,ପଞ୍ଚାନନ ବେହେରା, ସଙ୍ଗଠକ ଉମାକାନ୍ତ ଜେନା,ରବିନାରାୟଣ ସାହୁ ଆଦି ଯୋଗଦାନ କରି ଦିବଙ୍ଗତ ଆତ୍ମାର ଜୀବନାଦର୍ଶକୁ ଅଵଗାହନ ମାଧ୍ୟମରେ ସ୍ମୃତିଚାରଣ କରିଥିଲେ।ପ୍ରାରମ୍ଭିକ ପର୍ଯ୍ୟାୟରେ ଅଶରୀରି ଆତ୍ମାର ସଦ୍ଗତି ନିମନ୍ତେ ଦୀପଦାନ ଓ ଶିଖୋତ୍ସର୍ଗ କର୍ମ ସମାପନାନ୍ତେ ନିରବ ପ୍ରାର୍ଥନା ସହ କୀର୍ତ୍ତି ଓ ସ୍ମୃତିର ସ୍ମାରକୀ ସ୍ୱରୂପ ପୁସ୍ତକ “ଅସ୍ତମିତ ପ୍ରତିଭା”କୁ ଅତିଥି ମାନଙ୍କଦ୍ୱାରା ଉନ୍ମୋଚନ କରାଯିବା ସହ ଲୋକାର୍ପିତ କରାଯାଇଥିଲା।ସ୍ମୃତିଚାରଣର ଶେଷ କଥନିକାରେ ଅଧ୍ୟାପକ ଦାଶ ଦିବଙ୍ଗତ ଆତ୍ମାର ସ୍ୱର୍ଗପ୍ରାପ୍ତି ନିମନ୍ତେ ସାମାଜିକ ବ୍ୟବସ୍ଥାରେ ସ୍ମୃତିଚାରଣ ପିଣ୍ଡଦାନର ଏକ ପର୍ଯ୍ୟାୟଭୁକ୍ତ ଓ ଏହା ମାଧ୍ୟମରେ ଆତ୍ମୀୟସ୍ୱଜନ ମାନେ ଆତ୍ମାର ସଦ୍ଗତି ନିମନ୍ତେ ସାମାଜିକ ବିଧିଵ୍ୟଵସ୍ଥା ମାଧ୍ୟମରେ କ୍ରିୟା କର୍ମମାନ କରିଥାଆନ୍ତି ବୋଲି ମତବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସର୍ବଶ୍ରୀ କିଶୋର ଚନ୍ଦ୍ର ଦାସ,ପ୍ରତାପ କୁମାର ବେହେରା, ଶ୍ୟାମ ସୁନ୍ଦର ପାଠୀ,ଅଜୟ କୁମାର ଜେନା,ବିଷ୍ଣୁ ଚରଣ ଯେନା ଆଦି ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here