ବ୍ରହ୍ମପୁର, ୦୩/୧୦/୨୦୨୦(ବ୍ୟୁରୋ ରିପୋର୍ଟ) ବିଦ୍ୟୁତ ଶୁଳ୍କ ବୃଦ୍ଧି କୁ ପ୍ରତ୍ୟାହାର କରିବା ଦାବିରେ ଆଜି ସିପିଆଇଏମ ପକ୍ଷରୁ ସ୍ଥାନୀୟ କାମାପଲ୍ଲୀ ଛକ ଠାରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କରୋନା ମହାମାରୀ ସମୟରେ ଜନ ଜୀବନ ବିପର୍ଯୟ ହୋଇପଡିଥିବାବେଳେ ବିଜୁଳି ଟିକସ ବୃଦ୍ଧି ଲୋକଙ୍କୁ ଦାଉ ସାଧିଛି ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି। ପ୍ରତିଦିନ ଅସ୍ୱାଭାବିକ ଭାବେ ପେଟ୍ରୋଲ ଡିଜେଲ ର ଦରବୃଦ୍ଧି ଯୋଗୁଁ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଆକାଶଛୁଆଁ ଦରବୃଦ୍ଧିରେ ଲୋକେ ସନ୍ତୁଳିତ ହୋଇଥିବା ବେଳେ ପୁଣି ଅହେତୁକ ବିଜୁଳି ଟିକସ ବୃଦ୍ଧି ସମ୍ପୂର୍ଣ ଜନବିରୋଧୀ ଓ ଅଗଣତାନ୍ତ୍ରିକ ବୋଲି ଦଳ ତରଫରୁ ଦୃଢ ପ୍ରତିବାଦ ହୋଇଛି। ବଡ ବଡ ଘରୋଇ କମ୍ପାନୀ ଓ ସନ୍ଥ ମାନଙ୍କୁ ବିଜୁଳି ଶୁଳ୍କ ବାବଦକୁ ବକେୟା ଥିବା କୋଟି କୋଟି ଟଙ୍କା ଛାଡ କରାଯାଉଛି ଅଥଚ ବିଦ୍ୟୁତ ଉପଭୋକ୍ତା ଙ୍କ ଉପରେ ଅସହ୍ୟ ଟିକସ ବୃଦ୍ଧି କୁ ଦଳ ପକ୍ଷରୁ ଦୃଢ ବିରୋଧ କରାଯାଇଛି।ସାଉଥ କୋ କୁ ଟାଟା କମ୍ପାନୀ ହାତରେ ସମର୍ପଣ କରି ଖାଉଟି ଶୋଷଣ ପ୍ରକ୍ରିୟା କୁ ଦୃଢ଼ୀଭୁତ କରିଛନ୍ତି ବୋଲି ଦଳ ଅଭିଯୋଗ କରିଛି। ବିଦ୍ୟୁତ ଭଳି ଏକ ଅତ୍ୟାବଶ୍ୟକୀୟ ସେବା କୁ ଘରୋଇ କରଣ କରିବା ପାଇଁ କେନ୍ଦ୍ର ସରକାର ଭାରତୀୟ ବିଦ୍ୟୁତ ଆଇନ ୨୦୨୦ର ସଂଶୋଧନ କରାଯାଇଛି ବୋଲି ଦଳ ବିରୋଧ କରିଛି। ତୁରନ୍ତ ସରକାର ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର କରି ଘରୋଇ କରଣ ପ୍ରକ୍ରିୟା ରୁ ନିବୃତ ରହିବାକୁ ଦାବି କରାଯାଇଛି। ଏହି ବିକ୍ଷୋଭ କାର୍ଯ୍ୟକ୍ରମ ରେ ସିପିଆଇ ନେତା ବସନ୍ତ ନନ୍ଦ, ଯୁଧିଷ୍ଠିର ବେହେରା, ପ୍ରତାପ ଚୌଧୁରୀ, ଏସପି ମହାପାତ୍ର, ବାବୁଲା ନାୟକ, ପଞ୍ଚାନନ ଜେନା, ବିଏନ ସାହୁ, କେଶବ ଗୌଡ଼, ପୂର୍ଣ୍ଣ ଦାଶ, ହରି ନାହାକ, ଅଶୋକ ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ।
Home ବ୍ରହ୍ମପୁର ସ୍ପେଶାଳ ବିଦ୍ୟୁତ ଶୁଳ୍କ ବୃଦ୍ଧି ପ୍ରତ୍ୟାହାର କରିବା ଦାବିରେ ସିପିଆଇଏମ ପକ୍ଷରୁ ବିକ୍ଷୋଭ-ପ୍ରତିବାଦ