ଖଲିଙ୍ଗି ଉତ୍କଳମଣି ସେବାସଙ୍ଘର ମେଗା ରକ୍ତଦାନ ଶିବିର । ୫୧ ୟୁନିଟ ରକ୍ତ ସଂଗ୍ରହ ।

0
166

ବ୍ରହ୍ମପୁର, ୦୮/୧୦/୨୦୨୦ : ଖଲିଙ୍ଗି ପଞ୍ଚାୟତ ସଦର ଗ୍ରାମ ଯୁବଗୋଷ୍ଠୀଙ୍କ ଅଭିନବ ପ୍ରୟାସ କ୍ରମରେ ଆଜି ଗ୍ରାମସ୍ଥିତ ଉତ୍କଳମଣି ସେବସଂଘ ଦ୍ଵାରା ଏକ ରକ୍ତଦାନ ଶିବିରର ଆୟୋଜନ ହୋଇଅଛି । ଗ୍ରାମ ଯୁବଗୋଷ୍ଟିଙ୍କ ସହଯୋଗରେ ଖଲିଙ୍ଗି ଉତ୍କଳମଣି ସେବାସଂଘ ଉପଜିଲ୍ଲାପାଳ ବ୍ରହ୍ମପୁରଙ୍କ ସହ ଯୋଗାଯୋଗ କରି ସ୍ଥାନୀୟ ଏମ୍ କେ ସି ଜି ରକ୍ତଭଣ୍ଡାର ସହାୟତାରେ ଏକ ମେଗା ରକ୍ତଦାନ ଶିବିର ଆୟୋଜିତ କରିଅଛି ।

ସେବାସଂଘ ସଭାପତି ଶ୍ରୀ ମିଥୁନ ନାହାକ ଓ ସମ୍ପାଦକ ନିରାକାର୍ ମହାନ୍ତିଙ୍କ ସହ ସମସ୍ତ ସଦସ୍ୟ ଓ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶ୍ରୀ ମନୋରଞ୍ଜନ ରଥ ସହଯୋଗ କରିଥିବା ବେଳେ ଭଞ୍ଜନଗର ରକ୍ତଭଣ୍ଡାର ତରଫରୁ ରକ୍ତ ସଂଗ୍ରହ କରାଯାଇଥିଲା । ଗ୍ରାମସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ଏହି ମେଗା ରକ୍ତ ଦାନ ଶିବିରରେ ୫୧ ଜଣ ଯୁବ ସ୍ବେଛାସେବୀ ରକ୍ତଦାନ କରିଥିଲେ । ସଙ୍ଘର ସଭାପତି ମିଥୁନ ନାହାକ , ସମ୍ପାଦକ ନିରାକାର ମହାନ୍ତିଙ୍କ ସମେତ ସେବା ସଂଘର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ମଧ୍ୟ ସହଯୋଗ କରିଥିଲେ । ଆଡପଡା ଗୋଷ୍ଠି ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରର ଡାକ୍ତର ଶ୍ରୀ ମନୋରଞ୍ଜନ ରଥଙ୍କ ସହଯୋଗରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଭଞ୍ଜନଗର ରକ୍ତ ଭଣ୍ଡାର ତରଫରୁ ରକ୍ତ ସଂଗ୍ରହ କରାଯାଇଥିଲା। ଯୁବ ସଂଗଠକ ଅର୍ଣ୍ଣବ ନାୟକଙ୍କ ଠାରୁ ସର୍ବପ୍ରଥମ ରକ୍ତଦାନ ସଂଗୃହିତ ହୋଇଥିବା ବେଳେ ସେବା ସଂଘର ସମସ୍ତ ସଦସ୍ୟଙ୍କ ସହ ବହୁ ସ୍ବେଛାସେବୀ ଯୁବଗୋଷ୍ଠୀ ସ୍ବଇଚ୍ଛାରେ ରକ୍ତଦାନ କରିଥିଲେ । ଅନୁଷ୍ଠିତ ଏହି ଶିବିରରେ ରେକର୍ଡ ସଂଖ୍ୟଙ୍କ ୫୧ ୟୁନିଟ୍ ରକ୍ତ ସଗୃହିତ ହୋଇଥିଲା ।ଶିବିର ପରିଚାଳନାରେ ବିଜୟ ବେହେରା , ଶରତ ନାହାକ , ସୁଶାନ୍ତ ସେଠି , ରାଜେଶ ପ୍ରଧାନ , ତ୍ରିଲୋଚନ ସାହୁ , ପବିତ୍ର ବାଡ଼ତ୍ୟା , ନାରାୟଣ ଲେଙ୍କା , କୃଷ୍ଣ ପ୍ରଧାନ , ଜିତେନ୍ଦ୍ର ମହାରଣା , ରାଜେଶ ପ୍ରଧାନ, ଧର୍ମେନ୍ଦ୍ର ସୁଆଁସିଆ , ଫେଲୁ ବେହେରା , ଭଗବାନ ନାହାକ , ଦୀପକ ନାହାକଙ୍କ ସହ ଆଡପଡା ରାଜୀବ ଯୁବକ ସଙ୍ଘର ସଦସ୍ୟ ସହଯୋଗ କରିଥିଲେ । ଖଲିଙ୍ଗୀ ଭଳି ଏକ ଗ୍ରାମାଞ୍ଚଳରେ ଉତ୍କଳମଣି ସେବାସଂଘର ସଦସ୍ୟଙ୍କ ଦ୍ଵାରା ରକ୍ତଦାନ ଶିବିର ଆୟୋଜନ ସହିତ ୫୧ ୟୁନିଟ୍ ରକ୍ତ ସଂଗ୍ରହ ଭଳି ମହତ୍ କାର୍ଯ୍ୟପାଇଁ ସ୍ଥାନୀୟ ଅଂଚଳବାସୀ ଯୁବଗୋଷ୍ଠୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସ୍ବେଛାସେବୀ ରକ୍ତଦାତାଙ୍କୁ ଶୁଭେଛା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here