ପ୍ରମୋଦିନି ଧର୍ଷଣ ଓ ହତ୍ୟା ରହସ୍ୟ ଉନ୍ମୋଚନ ସହ ପୀଡ଼ିତା ପରିବାରକୁ ନ୍ୟାୟ ଦେବା ନେଇ କେ ନୂଆଗାଁ ଥାନା ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କଲା ଦିଗପହଣ୍ଡି ବିଜେପି ।

0
344

 

ବ୍ରହ୍ମପୁର,୧୧/୧୦/୨୦୨୦: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କେ. ନୂଆ ଗାଁ ଥାନା ଅଧୀନ ଦେଖାଳି ଗାଁ ର ପ୍ରମୋଦିନି ନାୟକଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଥିବା ବେଳେ ନଦୀତଟରେ କ୍ଷତ ବିକ୍ଷତ ମୃତା ଶରୀର ମିଳିଥିଲା l ମେ ୧୦ ତାରିଖରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାକୁ ୫ ମାସ ବିତିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତଦନ୍ତରେ କୌଣସି ଅଗ୍ରଗତି ଆଶା କ୍ଷୀଣ ଥିବାରୁ ଏଥିନେଇ ବ୍ରହ୍ମପୁର ଏସ ପି ଏବଂ ଦକ୍ଷିଣାଞ୍ଚଳ ଡିଆଇଜିଙ୍କୁ ପାଞ୍ଚ ପାଞ୍ଚଥର ଅଭିଯୋଗ ପରେ ମଧ୍ୟ କେ ନୂଆଗାଁ ପୋଲିସ ଅପରାଧୀକୁ ଧରିବାରେ ବିଫଳ ହୋଇଛି l ଏହି ବିଷୟକୁ ଆଧାରକରି ଆଜି ପୀଡ଼ିତା ପରିବାରଙ୍କ ଆଇନଜିବୀ ତଥା ବିଜେପି ନେତା ଶ୍ରୀକାନ୍ତ ପାଢ଼ୀଙ୍କ ନେତୃତ୍ୱରେ ଦିଗପହଣ୍ଡି ବିଜେପି ପକ୍ଷରୁ ଏକ ଆନ୍ଦୋଳନାତ୍ମକ ପନ୍ଥା କ୍ରମରେ କେ ନୂଆଗାଁ ଥାନା ସମ୍ମୁଖରେ ମୃତକଙ୍କ ବାପା , ମାଆ ଓ ପରିବାରକୁ ନେଇ ବିକ୍ଷୋଭ କରାଯିବା ସହିତ ଥାନା ଘେରାଉ କରାଯାଇଅଛି ।

ଘଟଣାଦିନ ଦେଖାଲି ଗ୍ରାମର ହରିଜନ ସମ୍ପ୍ରଦାୟରେ ଶିଖିତା ଯୁବତୀ ପ୍ରମୋଡିନୀ ନିଜ ମାଁ ଙ୍କ ସହ ବିଲକୁ ଯାଇଥିବା ବେଳେ କାମ ସରିବା ପରେ ମାଁ ଙ୍କ ଜାଣତରେ ବିଲ ନିକଟରେ ଥିବା କଣ୍ଟେଇକୋଳି ନଦୀକୁ ଶୌଚ ପାଇଁ ଯାଇଥିଲେ । ବହୁ ସମୟଧରି ଝିଅ ନଦୀରୁ ଫେରିବାରେ ବିଳମ୍ବ ହେତୁ ମାଁ ନଦୀକୁ ଯାଇ ଝିଅର ମୃତଦେହ ଦେଖିଥିଲେ । ଏଥିନେଇ ମାଁ ଉମା ନାୟକ କେ ନୂଆଗାଁ ଥାନରେ ଏତଲା ପ୍ରକାରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଉଦ୍ଧାର କରିବା ସହିତ ପ୍ରମୋଡିନୀଙ୍କ ଚପଲ , ସାଥିରେ ନେଇଥିବା ବାଲଟି ଓ ମୋବାଇଲ ଜବତ କରିଥିଲେ । ପ୍ରଥମେ ଥାନାକେଶ ନଂ- ୨/୨୦୨୦ ପ୍ରକାରେ ଅପମୃତ୍ୟୁ ମାମଲା ରୁଜୁ କରି ପରେ ବ୍ୟବଚ୍ଛେଦ ରିପୋର୍ଟ୍ ଆଧାରରେ ୩୦୨ ଧାରା ଲଗାଇ ହତ୍ୟା ମାମଲାରେ ରୂପାନ୍ତରିତ କରିଥିଲେ । ବ୍ୟବଚ୍ଛେଦ ରିପୋର୍ଟରେ ଗଳାଚିପି ମୁହଁକୁ ପାଣିରେ ବୁଡାଇ ମାରିଥିବା ସହିତ ଶରୀରରେ ୧୫ ରୁ ଉର୍ଦ୍ଧ୍ୱ କ୍ଷତ ବିକ୍ଷତ ଚିହ୍ନ ରହିଥିବାର ଉଲ୍ଲେଖ ରହିଅଛି । ଘଟଣା ଦିନଠାରୁ ଅଧୁନା ମୃତା ଯୁବତୀଙ୍କ ମାଁ କେ ନୂଆଗାଁ ଥାନାକୁ ବାର ଥର , ଚିକିଟି ଏସ ଡି ପି ଓ ଙ୍କୁ ସାତ ଥର ,ବ୍ରହ୍ମପୁର ଏସ ପି ଙ୍କୁ ପାଞ୍ଚ ଥର ଏବଂ ଦକ୍ଷିଣାଞ୍ଚଳ ଡି ଆଇ ଜି ଙ୍କୁ ଥରେ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିଥିଲେ ମଧ୍ୟ ସ୍ଥାନୀୟ ପୋଲିସ ଏ ଯାଏଁ କୌଣସି ପଦକ୍ଷେପ ନେଇ ନଥିବା ଦେଖିବାକୁ ମିଳିଅଛି । ଘଟଣାର ସ୍ପର୍ଶକାତର ସ୍ଥିତି ଏବଂ ପୋଲିସର ନିରବତା ନେଇ ଅଭିଯୋଗକାରୀଙ୍କ ଓକିଲ ଜାତୀୟ ମାନବାଧିକାର ଆୟୋଗଙ୍କ ନିକଟରେ ମଧ୍ୟ ଏକ ମାମଲା ରୁଜୁ କରିଛନ୍ତି ।

ଅନ୍ୟ କ୍ରମରେ ଧର୍ଷଣ ଓ ହତ୍ୟା ଘଟଣାଟି ମାନ୍ୟବର ବିଧାନସଭା ବାଚସ୍ପତିଙ୍କ ଅଞ୍ଚଳ ପରିସର ହୋଇଥିବା ସତ୍ତ୍ଵେ ଜନୈକ ମୃତା ଦଳିତ ଯୁବତୀଙ୍କୁ ନ୍ୟାୟ ପ୍ରଦାନରେ ଓଡ଼ିଶା ସରକାରଙ୍କ ଉତ୍ତର ଦାୟିତ୍ୱକୁ ସାଧାରଣରେ ସନ୍ଦେହ କରାଯାଉଅଛି ।
ଘଟଣାର ଗୁରୁତ୍ବ କାରଣରୁ ବ୍ରହ୍ମପୁର ଅତିରିକ୍ତ ଏସ ପି ମାମଲା ପରିଚାଳନା କରୁଥିବା ବେଳେ ତଦନ୍ତକାରୀ ଅଧିକାରୀ ଦାୟିତ୍ୱରେ ନିଜେ ଥାନା ଅଧିକାରୀ ରହିଛନ୍ତି । ପରନ୍ତୁ ବ୍ରହ୍ମପୁର ଏସ ପି ଙ୍କ ପ୍ରତିଶ୍ରୁତି ପ୍ରକାରେ ଚଳିତ ମାସ ସୁଦ୍ଧା ଅଭିଯୁକ୍ତ ଚିହ୍ନଟ ହୋଇ ଗିରଫ ନହେଲେ ଗଣତାନ୍ତ୍ରିକ ଉପାୟରେ ବିଜେପି ନ୍ୟାୟ ହାସଲ କରିବା ନେଇ ପଦକ୍ଷେପ ଗ୍ରହଣ କରାଯିବାକୁ ମୃତା ଯୁବତୀଙ୍କ ମାଁ ଙ୍କ ସହିତ ଶ୍ରୀ ପାଢ଼ୀ ମତବ୍ୟକ୍ତ କରିଛନ୍ତି ।
ଅନୁଷ୍ଟିତ ଆଜିର ଏହି ବିକ୍ଷୋଭ ଓ ଥାନା ଘେରାଉ କାର୍ଯ୍ୟକ୍ରମରେ ଜିଲ୍ଲା କାର୍ଯ୍ୟକର୍ତ୍ତା ଓକିଲ ଶ୍ରୀ ପରେଶ ରଥ , ମହନ୍ତ ଚିନ୍ମୟା ନନ୍ଦ ଦାଶ , ଭବାନୀ ପଣ୍ଡା , ବନଜା ପଣ୍ଡା , ଶୁଭ୍ରାଂଶୁ ପ୍ରଧାନ , ବାପି ପ୍ରଧାନ , ଏକାଦଶୀ ସେଠୀ , ସତ୍ୟ ସେଠୀ , ବାଳକୃଷ୍ଣ ସାମନ୍ତରା , ସୀମା ସାସମଲ ପ୍ରମୁଖ ଶତାଧିକ କର୍ମୀ ଓ ସଂଗଠକ ଅଂଶ ଗ୍ରହଣ କରିଥିଲେ ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here