ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କ ପରଲୋକ

0
199

 

ବ୍ରହ୍ମପୁର,୧୪/୧୦/୨୦୨୦ (ଟୁକୁନା ପ୍ରଧାନ)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ସମ୍ବାଦ ସାହିତ୍ୟଘରର ପୂର୍ବତନ ସଭାପତି, ପୂର୍ବତନ ଶିକ୍ଷକ ନେତା, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ପୂର୍ବତନ ସହ ସମ୍ପାଦକ, ଖଲ୍ଲିକୋଟ ବିରୁଳି ଓ ବାଣପୁର ତାଲୁକା ବାଣାୟତ ଓଡ଼ିଆ ସମାଜର ସଭାପତି ତଥା ବିଭିନ୍ନ ସାମାଜିକ -ସାଂସ୍କୃତିକ ସଂଗଠନର ସଦସ୍ୟ ଶ୍ରୀ ଅନ୍ତର୍ଯ୍ୟାମୀ ବିଶ୍ୱାଳଙ୍କର ଆଜି ସକାଳ ପ୍ରାୟ ୧୦ ସମୟରେ ସୁମଣ୍ଡଳ ପଂଚାୟତ ଭାଲିଆଝର ସ୍ଥିତ ନିଜସ୍ୱ ବାସ ଭବନରେ ହୃଦଘାତରେ ପରଲୋକ ଘଟିଛି l ମୃତ୍ୟୁ ବେଳକୁ ତାଙ୍କୁ ୬୮ବର୍ଷ ବୟସ ହୋଇଥିଲା l ସେ ଆଜି ସକାଳୁ ଜଳଖିଆ ଖାଇ ମନ୍ଦିର ପୂଜକଙ୍କ ସହ କଥା ହେବା ସମୟରେ ହୃଦଘାତ ହୋଇଥିଲା ଓ ସେ ସେଠାରେ ବସିଥିବା ଅବସ୍ଥାରେ ଟଳି ପଡ଼ିଥିଲେ l ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ର, ବରିଷ୍ଠ ଆଇନଜିବୀ ଚକ୍ରପାଣି ସ୍ୱାଇଁ, ଉଦୟନାଥ ପ୍ରଧାନ , ବ୍ଲକ ଶିକ୍ଷକ ସଂଘ ସମ୍ପାଦକ ଜୟଦେବ ଜେନା, ଜିଲ୍ଲା ପରିଷଦ ସଭ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡ଼ି, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ବୁଲା ଜେନା, ଖଲ୍ଲିକୋଟ ବ୍ଲକ ପୂର୍ବତନ ଅଧକ୍ଷ ରାମ ମୋହନ ପଣ୍ଡା, ବିଜେଡି ବ୍ଲକ ସଭାପତି ବିଜୟ କୁମାର ଦୋରା, ପୂର୍ବତନ ବ୍ଲକ ଅଧକ୍ଷ ଦେବରାଜ ସାହୁ, ପ୍ରକାଶ ଚନ୍ଦ୍ର ପାଣ୍ଡି, ବସନ୍ତ କୁମାର ବାରିକ, ସନ୍ତୋଷ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ, ଶରତ ଚନ୍ଦ୍ର ପାଣ୍ଡି, ସୁରେନ୍ଦ୍ର ନାଥ ତିଆଡ଼ି, ମହେନ୍ଦ୍ର ଗୌଡ଼, ରାଜ୍ୟ ପାଣି ପଂଚାୟତ ସମ୍ପାଦକ ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ବାଣାୟତ ସମାଜ ତାଳୁକା ସମ୍ପାଦକ ସୁରେନ୍ଦ୍ର ନାଥ ପ୍ରଧାନ, ସୁରେଶ ଦାଶ, ଧ୍ରୁବ ସାସମଲ, ସମ୍ବାଦ ସାହିତ୍ୟ ଘର ସମ୍ପାଦକ ରବୀନ୍ଦ୍ର ନାଥ ମହାରଣା, ବ୍ଲକ ଶିକ୍ଷକ ସଂଘ ସଭାପତି ନାରାୟଣ ଭୂୟାଁ, ରବି ନାରାୟଣ ଶତପଥୀ, ପୂର୍ବତନ ସରପଞ୍ଚ ଦେବରାଜ ସ୍ଵାଇଁ, ବୀଜୟ କୁମାର ନାୟକ, ସୁଧାକର ପରିଡା, ଅବସର ପ୍ରାପ୍ତ ଶିକ୍ଷକ ମୁକୁନ୍ଦ ମାଧବ ସ୍ଵାଇଁ, ପ୍ରଦୀପ କୁମାର ଦୋରା, ପ୍ରଦୀପ କୁମାର ବିଶ୍ଵାଳ, ମନୋଜ କୁମାର ସାହୁ, ପ୍ରଫୁଲ୍ଲ କୁମାର ଗଉଡ, ଶୁଭକାନ୍ତ ଗଉଡ,କୃଷ୍ନ ଚନ୍ଦ୍ର ଦୋରା, ଜଗନ୍ନାଥ ବାରିକ, କାର୍ତିକ ଡାକୁଆ, ରାମ ଚନ୍ଦ୍ର ବିଶ୍ଵାଳ,ଗୋପବନ୍ଧୁ ସାହୁ, ଶିବ ଶଙ୍କର ବାରିକ, ରାଜ୍ୟ ଶିକ୍ଷକ ସଂଘ ପୂର୍ବତନ ସମ୍ପାଦକ ଦେବେନ୍ଦ୍ର କୁମାର ମହାରଣାଙ୍କ ସମେତ ବହୁ ଶିକ୍ଷକ, ମାନ୍ଯଗଣ୍ଯ ବ୍ୟକ୍ତିବିଶେଷ, ଗ୍ରାମବାସୀ ଆସି ତାଙ୍କ ଶେଷ ଦର୍ଶନ କରିଥିଲେ l ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ, ପୁଅ, ବୋହୁ ନାତି, ନାତୁଣୀଙ୍କ ସମେତ ସମସ୍ତ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ l କବିସୂର୍ଯ୍ୟନଗର ନଗର ବିଧାୟିକା ଲତିକା ପ୍ରଧାନ ଶ୍ରୀଯୁକ୍ତ ବିଶ୍ୱାଳଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ଏହି ଅଂଚଳ ଜଣେ ଭଲ ଶିକ୍ଷକ ଓ ଭଲ ବ୍ୟକ୍ତିତ୍ୱକୁ ହରାଇଲା ବୋଲି ପ୍ରକାଶ କରିଛନ୍ତି l ତାଙ୍କ ମୃତ୍ୟୁରେ ବେଗୁନିଆପଡା ସମ୍ବାଦ ସାହିତ୍ୟଘରର ସମସ୍ତ ସଦସ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି l ତାଙ୍କ ମର ଶରୀରକୁ ନିଜ ଗ୍ରାମ ଶ୍ମଶାନରେ ସଂସ୍କାର କରାଯାଇଛି l

LEAVE A REPLY

Please enter your comment!
Please enter your name here