ପ୍ଲାଜମା ଦାନ କଲେ ଅଙ୍ଗାରଗାଁ ର ତିନି ଯୁବକ

0
219

ବ୍ରହ୍ମପୁର,୧୪/୧୦/୨୦୨୦(ଟୁକୁନା ପ୍ରଧାନ) – : ସମ୍ପ୍ରତି ବିଶ୍ୱରେ କରୋନା ଭାଇରସ ମହାମାରୀ ତାର ତାଣ୍ଡବଲୀଳା ଜାରୀ ରଖିଥିବା ବେଳେ କିଛି ଲୋକ ମୃତ୍ୟୁ ବରଣ କରିବା ସହ ଅନେକ ଲୋକ ମୃତ୍ୟୁମୁଖରୁ ମଧ୍ଯ ରକ୍ଷା ପାଉଛନ୍ତି । ଏହି ଭାଇରସ୍ ଠାରୁ ମୁକ୍ତି ପାଇବା ପାଇଁ କୌଣସି ମେଡ଼ିସିନ୍ ଏ ପର୍ଯ୍ୟନ୍ତ ବାହାରି ନଥିବା ବେଳେ ପ୍ଲାଜମା ହିଁ ରୋଗୀଙ୍କୁ ବଞ୍ଚାଇବାର ଏକ ମାତ୍ର ବିକଳ୍ପ ଏହା ସାଙ୍ଗକୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ଉପରେ ଗୁରୁତ୍ଵ ଦିଆଯାଇଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ଗ୍ରାମ ର ତିନି ଜଣ ଯୁବକ ପ୍ଲାଜମା ଦାନ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଅଙ୍ଗାରଗାଁ ର ଲୁଗା ବ୍ୟବସାୟୀ ସନ୍ତୋଷ କୁମାର ବେହେରା, ଔଷଧ ଦୋକାନୀ ପି.ସିମାଞ୍ଚଳ ପାତ୍ର ଓ ଅଙ୍ଗାରଗାଁ ପଞ୍ଚାୟତ ର ଗାଁ ସାଥି ତଥା ଡ଼ାଈକିଛକ ର ରବି ବିଶ୍ୱାଳ (ରବୀନ୍ଦ୍ରନାଥ) । ଏହି ତିନି ବ୍ୟକ୍ତିତ୍ୱ ପୂର୍ବରୁ କରୋନା ଭାଇରସ ର ଆକ୍ରାନ୍ତ ହୋଇଥିଲେ ଏବଂ ତାହାକୁ ମାତ୍ ଦେଇ ସୁସ୍ଥ ହୋଇ ଆସିଥିଲେ । ଆଜି ବ୍ରହ୍ମପୁର ସ୍ଥିତ ଏମ୍ କେ ସି ଜି ମେଡିକାଲରେ ସ୍ଵେଚ୍ଛାକୃତ ଭାବେ ପ୍ଲାଜମା ଦାନ କରି ପଞ୍ଚାୟତ ବାସୀ ତଥା ଅଞ୍ଚଳ ପାଇଁ ଗୌରବ ଆଣିବା ସହ ଉଦାହରଣ ସୃଷ୍ଟି କରିଛନ୍ତି ।

LEAVE A REPLY

Please enter your comment!
Please enter your name here