ବ୍ରହ୍ମପୁର, ୧୪/୧୦/୨୦୨୦(ଟୁକୁନା ପ୍ରଧାନ)-: ଜଳ ଘେରରେ ଗଞ୍ଜାମ ଜିଲ୍ଲା କୋଦଳା ମର୍ଦ୍ଦମେଖ ରାସ୍ତାର ସହ ସହ ଭରଣ ଚାଷଜମି ।ଲଗାତାର ପ୍ରବଳ ବର୍ଷା ଯୋଗୁଁ ଜମିକୁ ସଂଲଗ୍ନ ହେ।ଇଥିବା କେନାଲ ର ଚେକଡ୍ୟାମ୍ ଗୁଡିକ ସଠିକ୍ ଭାବେ ହୋଇନଥିବା ଏବଂ ସେଗୁଡିକ ମରାମତି ଅଭାବରୁ ଜଳ ନିଷ୍କାସନ ଠିକ୍ ଭାବେ ହୋଇ ପାରୁନାହିଁ ।ଯାହାଫଳ ରେ ଜମି ମଧ୍ୟ ରେ ଧସେଇ ପସୁଛି ବର୍ଷାଜଳ ବୋଲି ବହୁ ଚାଷି ଅଭିଯୋଗ କରିଛନ୍ତି । ବର୍ଷା ପୂର୍ବରୁ ଏ ବିଷୟ ରେ କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀଙ୍କୁ ଜଣାଯାଇ ଥିଲା ବୋଲି ବହୁ ଚାଷି କହିଛନ୍ତି । ବିଭାଗୀୟ ଯନ୍ତ୍ରୀ ଠିକ୍ ସମୟ ରେ ମରାମତି କରାଯିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା ଫଳ ଶୂନ । ଯାହା ଫଳ ରେ ଦୁର୍ଦ୍ଦଶା ଭୋଗୁଛନ୍ତି ଚାଷି । ଚାଷ କାର୍ଯ୍ଯ ଆରମ୍ଭ ରୁ ବର୍ତ୍ତମାନ ପର୍ଯନ୍ତ ଚାଷୀଙ୍କ ମୁଣ୍ଡରେ ଚିନ୍ତା । ଆରମ୍ଭ ରେ ବର୍ଷା ର ଲୁଚକାଳି ଖେଳ ସାଙ୍ଗକୁ ସାର ର ଘୋର ଅଭାବ ଓ ମୁନାଫାଖୋର ବ୍ୟବସାୟୀଙ୍କ କଳାବଜାରୀ ରେ ଅତିଷ୍ଠ ଚାଷି ଙ୍କ ମେରୁଦଣ୍ଡ ଦୋହଲି ପଡିଥିବା ବେଳେ ବର୍ତ୍ତମାନ ଧାନ ବାହାରିବା ସମୟ ରେ ଗଛରେ ପୋକ ଲାଗିବା କୁ ନେଇ ଚାଷୀକୂଳ ଦୁଃଖ ରେ ଭାଙ୍ଗି ପଡିଛନ୍ତି ।ଏହି ସମୟ ରେ ଲଗାଣ ବର୍ଷା ଚାଷୀକୁ ମହା ଚିନ୍ତାରେ ପକାଇଦେଇଛି । ଚାଷ ଜମି ଉପରେ ପାଣି ଯାଇ କୃତ୍ରିମ ଜଳାଶୟ ସ୍ରୁଷ୍ଟି ହୋଇଛି । ଫଳନ୍ତି ଧାନ ଗଛ ଗୁଡିକ ଦେଖାଯାଉ ନାହିଁ ।ବର୍ତ୍ତମାନ କଣ କରିବେ ଚାଷି ।ଭଗବାନ ହିଁ ଭରସା ।ଏଣୁ ପ୍ରଶାସନ ଏହାକୁ ଅନୁଧ୍ୟାନ କରି କ୍ଷତି ପୂରଣ ପ୍ରଦାନ କରିବାକୁ ଚାଷି ମାନେ ଅନୁରୋଧ କରୁଥିବା ଦେଖିବାକୁ ମିଳିଛି ଏବଂ ତୁରନ୍ତ କେନାଲ ମରାମତି କରିବାକୁ ଦାବି କରିଛନ୍ତି ।ଏନେଇ ବିଭାଗୀୟ ଅଧିକାରୀ ଙ୍କ ସହ ଯୋଗାଯୋଗ ସମ୍ଭବପର ହୋଇ ପାରିନାହିଁ ।