ନୂଆଦିଲ୍ଲୀ,୧୬/୧୦/୨୦୨୦(ବ୍ୟୁରୋ ରିପୋର୍ଟ) ମହିଳା ସୁରକ୍ଷା ନେଇ ଚିନ୍ତିତ କେନ୍ଦ୍ର ସରକାର। ମହିଳା ସୁରକ୍ଷା ପାଇଁ ନୂଆ ଆଡଭାଇଜରୀ ଜାରୀ କରିଲେ କେନ୍ଦ୍ର ସରକାର। ପ୍ରାବଧାନ ବା
ନୂଆ ଆଡଭାଇଜରୀ ରହିଛି,
ସନ୍ଦେହଜନକ ଅପରାଧ ମାମଲାରେ, ଏଫ୍ଆଇଆର୍ ଦାଖଲ କରିବା ବାଧ୍ୟତାମୂଳକ। ଯେଉଁଥିରେ ଆଇନରେ ‘ଜିରୋ ଏଫ୍ଆଇଆର୍’ ପ୍ରାବଧାନ ମଧ୍ୟ ରହିଛି (ଯଦି ଅପରାଧ ପୋଲିସ୍ ଷ୍ଟେସନ ସୀମା ବାହାରେ ହୋଇଥାଏ)।
ଆଇପିସିର ଧାରା ୧୬୬ ଏ (ସି) ଅନୁଯାୟୀ, ଏଫଆଇଆର୍ ରେଜିଷ୍ଟ୍ରେସନ ନକଲେ ଅଧିକାରୀଙ୍କୁ ଦଣ୍ଡ ଦେବାର ବ୍ୟବସ୍ଥା ଅଛି।
ସିଆରପିସିର ଧାରା ୧୭୩ ଅନୁଯାୟୀ ଦୁଇ ମାସ ମଧ୍ୟରେ ଦୁଷ୍କର୍ମ ସହ ଜଡ଼ିତ ମାମଲା ଗୁଡ଼ିକର ଯାଞ୍ଚ ଶେଷ କରିବା ଦରକାର। ଏ’ ନେଇ ମାମଲା ଗୁଡ଼ିକର ମନିଟରିଂ ପାଇଁ ଗୃହ ମନ୍ତ୍ରାଳୟ ଏକ ଅନଲାଇନ୍ ପୋର୍ଟାଲ୍ ସୃଷ୍ଟି କରିଛି। ଯାହାଦ୍ୱାରା ମାମଲା ଗୁଡ଼ିକର ମନିଟରିଂ ହୋଇପାରିବ।
ସିଆରପିସିର ଧାରା ୧୬୪- ଏ ଅନୁଯାୟୀ, ଦୁଷ୍କର୍ମ, ଯୌନ ଶୋଷଣ ମାମଲା ଗୁଡ଼ିକର ସୂଚନା ମିଳିବାର ୨୪ ଘଣ୍ଟା ଭିତରେ ଜଣେ ପଞ୍ଜୀକୃତ ଡାକ୍ତରୀ ଚିକିତ୍ସକଙ୍କ ଦ୍ଵାରା ପୀଡ଼ିତାଙ୍କ ସହମତିରେ ଡାକ୍ତରୀ ପରୀକ୍ଷା କରାଯିବ। ସେହିପରି ଇଣ୍ଡିଆନ ଏଭିଡେନ୍ସ ଆକ୍ଟର ଧାରା ୩୨ (୧) ଅନୁଯାୟୀ ମୃତ ବ୍ୟକ୍ତିଙ୍କ ବୟାନ୍ ଅନୁସନ୍ଧାନରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହେବ।
ଯୋୖନ ଶୋଷଣ ମାମଲାରେ ଫୋରେନସିକ୍ ପ୍ରମାଣ ସଂଗ୍ରହ ଏବଂ ସଂରକ୍ଷଣ ପାଇଁ ଫୋରେନ୍ସିଙ୍କ ବିଜ୍ଞାନ ସେବା ନିର୍ଦ୍ଦେଶାଳୟ ଆଡଭାଇଜରି ପ୍ରସ୍ତୁତ କରିଛି। ତାହା ଅନୁସରଣ କରିବାକୁ ପଡ଼ିବ।ଯଦି ପୋଲିସ ଏହି ପ୍ରାବଧାନ ପାଳନ ନକରନ୍ତି ତେବେ ନ୍ୟାୟ ମିଳିପାରିବ ନାହିଁ। ଯଦି ଅବହେଳା ସାମ୍ନାକୁ ଆସେ, ତେବେ ଏପରି ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।