ଜିଲ୍ଲା କଂଗ୍ରେସ ସଭାପତି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କ ନିଯୁକ୍ତିରେ ଉତ୍ସାହିତ କଂଗ୍ରେସ ଅନୁଗତ ।

0
186

ବ୍ରହ୍ମପୁର,୧୮/୧୦/୨୦୨୦: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦ୍ବାରା ସମ୍ପାଦିତ ଜିଲ୍ଲା ଓ ନଗର କଂଗ୍ରେସ ସଭାପତି ତାଲିକାକୁ ଇତି ମଧ୍ୟରେ ଅଖିଳ ଭାରତ କଂଗ୍ରେସ କମିଟି ଅନୁମୋଦନ କରିଥିବା ଜଣାଯାଇଛି । ପ୍ରସ୍ତୁତ ତାଲିକା ଅନୁଯାୟୀ ଓଡ଼ିଶାର ୩୩ ଗୋଟି ସାଙ୍ଗଠନିକ ଜିଲ୍ଲା ଓ ନଗର କଂଗ୍ରେସ ସଭାପତିଙ୍କ ନାମ ଅନୁମୋଦିତ ହୋଇଅଛି ।ତାଲିକାରେ ତିନି ଜଣ ବିଧାୟକ ଓ ଦୁଇ ଜଣ ନାରିନେତ୍ରୀଙ୍କୁ ଦଳ ଜିଲ୍ଲା ସଭାପତି ଦେଇଥିବା ବେଳେ ସମ୍ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ତଥା ବିଜେଡ଼ି ଗଡ ଭାବରେ ଖ୍ୟାତ ଗଞ୍ଜାମ ଜିଲ୍ଲାର କଂଗ୍ରେସ ସାଂଗଠନିକ ସଭାପତି ଭାବରେ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଜେନାଙ୍କୁ ନିଯୁକ୍ତ କରିଅଛି ।

ସାଧାରଣରେ ଅଜଣା ଥିବା ସାନଖେମୁଣ୍ଡି ବ୍ଲକ୍ କଙ୍କୋରଡ଼ା ପଞ୍ଚାୟତ ଗମ୍ଭାରିଗୁଡ଼ା ନିବାସୀ ସର୍ବପ୍ରଥମେ ଦୟନିଧିପୁର ସମିତିସଭ୍ୟ ଭାବରେ ବିଜୟୀ ହୋଇ ସମିତି ଅଧ୍ୟକ୍ଷ ଭାବରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ୨୦୦୯ ସାଧାରଣ ନିର୍ବାଚନରେ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ନବଗଠିତ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇ ନିଜର ଖ୍ୟାତି ବଜାୟ ରଖିଥିଲେ । ନିଜର ସେବା ସୁଲଭ ପ୍ରକୃତିଦ୍ୱାରା ସାଧାରଣରେ ବିଦିତ ଶ୍ରୀ ଜେନା ୨୦୧୪ ମସିହାରେ ନିର୍ବାଚନ ଲଢି ନିଜର କିଛି ସମର୍ଥକଙ୍କ ହୀନ ପ୍ରକୃତି କାରଣରୁ ପରାଜିତ ହୋଇଥିଲେ ।ପର ସମୟରେ ପାଟପୁର ଗାନ୍ଧୀ ଛକ ଠାରେ କଂଗ୍ରେସ ଦଳର ଏକ ଆକର୍ଷଣୀୟ ପଦଯାତ୍ରା ଆୟୋଜନ କରି ଶାସକ ଦଳର ଆକ୍ରୋଶର ଶିକାର ହୋଇଥିଲେ । ପ୍ରଶାସନ ଦ୍ବାରା ବାରମ୍ବାର ବିଭିନ୍ନ ମିଛ କେଶରେ ଜଡ଼ିତ କରି ଶ୍ରୀ ଜେନାଙ୍କୁ ଗିରଫ କରିବା ସହିତ ଅଢେଇ ବର୍ଷରୁ ଅଧିକ ସମୟ ଜେଲରେ ରଖିଥିଲେ । ଜୁଲାଇ ୨୩ ,୨୦୧୮ ମସିହାରୁ ଜେଲରୁ ଜାମିନରେ ଆସି ନିଜ ନିର୍ବାଚନ ମଣ୍ଡଳୀରେ ସଂଗଠନ ସଜାଡି ପୁଣି ପ୍ରିୟ ଭାଜନ ହୋଇଥିବା ଏହି ପୂର୍ବତନ ବିଧାୟକ ପ୍ରବଳ ସରକାରୀ ଦଳ ସପକ୍ଷ ହାୱା , ମୁଖ୍ୟମନ୍ତ୍ରୀଙ୍କ ଘନ ଘନ ପ୍ରଚାର ,ପ୍ରବଳ ପ୍ରଶାସନିକ ଦବଦବା ସତ୍ତ୍ଵେ ଆଶାତୀତ ଭାବେ ଅଧିକ ଭୋଟରେ ଜିଲ୍ଲାର ଏକମାତ୍ର କଂଗ୍ରେସ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ଜନସାଧାରଣଙ୍କ ବିଶ୍ୱସନୀୟତାକୁ ଆଧାର କରି ରମେଶଭାଇ ଭାବରେ ପରିଚିତ ଶ୍ରୀ ଜେନା ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପାଇଥିବାରୁ ଅଞ୍ଚଳ କଂଗ୍ରେସ ଅନୁଗତଙ୍କ ମନରେ ଉତ୍ସାହ ଖେଳିଥିବା ବେଳେ ଶ୍ରୀ ଜେନାଙ୍କ ନିଯୁକ୍ତିରେ ଶୁଭେଛା ଜ୍ଞାପନ କରିଛନ୍ତି । ଆସନ୍ତା ଦିନରେ ଜିଲ୍ଲା ସଂଗଠନର ପୁନର୍ଗଠନ ସହ ଜିଲ୍ଲା କଂଗ୍ରେସର ସକ୍ରିୟ ଅଭ୍ୟୁଥାନକୁ ନେଇ ପ୍ରମୁଖ ବିରୋଧୀ ଦଳର ଭୂମିକାରେ ଶ୍ରୀ ଜେନାଙ୍କ ନେତୃତ୍ବକୁ ସ୍ଵାଗତ କରିଛନ୍ତି । ଏହି କ୍ରମରେ ଆଜି ସାନଖେମୁଣ୍ଡି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଲକ୍ଷ୍ମୀ ଚରଣ ପାତ୍ର ,ଏ ଜୟରାମ ଦୋରା , ଏସ ବାବୁଲା ଦୋରା , ଜି ସାଇରାମ ଚିନ୍ମୟ କୁମାର ହୋତା , ମୁକୁନ୍ଦ ବରାଡ , ରାମଚନ୍ଦ୍ର ପ୍ରଧାନ , ନିରାକାର ପ୍ରଧାନ ,ଆଲୋକ ପ୍ରଧାନ , ଦୁର୍ଗା ପ୍ରସାଦ ପାଢ଼ୀ , ସିମାଞ୍ଚଳ ଗୌଡ , ଦେବାଶିଷ ମହାନ୍ତି ପ୍ରମୁଖ ନିଜନିଜ ଶୁଭେଛା ସହିତ ଆସ୍ଥା ପ୍ରକଟ କରିଛନ୍ତି ।

ସନ୍ତୋଷ କୁମାର ଦାଶ ।

LEAVE A REPLY

Please enter your comment!
Please enter your name here