ବ୍ରହ୍ମପୁର,୨୦/୧୦/୨୦୨୦: ପାତ୍ରପୁର ବ୍ଲକର ତୁରୁବୁଡି ପଂଚାୟତ ନୂଆଁଗଡ ସ୍ଥିତ ମାଁ କୁରେଇଶୁଣୀ ମନ୍ଦିର ଦର୍ଶନ ସାରି ଫେରୁଥିବା ବେଳେ କଣ୍ଟାଖାଳିଗ୍ରାମ ନିକଟସ୍ଥ ବିଦ୍ୟାଧରପୁର ବାଙ୍କ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜନୈକ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣରୁ ଅଧିକ ଗୁରୁତର ହୋଇଥିବା ଜଣାଯାଇଛି । ଖାରିଆଗୁଡ଼ା ଫାଣ୍ଡି ପୋଲିସ୍ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରିବା ସହିତ ଗୁରୁତରଙ୍କୁ ଖରିଆଗୁଡ଼ା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରିଅଛି ।
ମିଳିଥିବା ସୂଚନା ପ୍ରକାରେ ଦିଗପହଣ୍ଡି ବ୍ଲକ କେ,ନୂଆଗାଁ ଥାନା ଅନ୍ତର୍ଗତ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ଗଣିଆସାହିର କିଛି ମାନସିକଧାରୀ ତିରୁବୁଡି ନିକଟସ୍ଥ ମାଁ କୁରେଇଶୁଣି ଦର୍ଶନ କରି ଡାଲା ପିକ୍ ଅାପ୍ ରେଜୀ ନଂ – ଓ ଡି ,୦୭ – ଏ ଏଫ୍ – ୪୭୧୦ ଯୋଗେ ଫେରୁଥିବା ସମୟରେ କଣ୍ଟାଖାଲି ନିକଟ ବିଦ୍ୟାଧରପୁର ବାଙ୍କ ନିକଟରେ ଦୃତ ଗତିଜନିତ କାରଣରୁ ଭାରସାମ୍ୟ ହରାଇଥିଲା । ଡ୍ରାଇଭର ହଠାତ ବ୍ରେକ କସିବା କାରଣରୁ ନିୟନ୍ତ୍ରଣ ହରାଇ ରାସ୍ତାରେ ଓଲଟି ଘୋଷାରି ହୋଇ ବିଲ ମଧ୍ୟକୁ ପଶିଥିଲା । ଡାଲାରେ ଠିଆ ହୋଇଥିବା ଅବସ୍ତାରେ ଦୁର୍ଘଟଣା ଘଟିବା କାରଣରୁ ସମସ୍ତ ଦର୍ଶନାର୍ଥି ରାସ୍ତାରେ ଛିଟିକି ଯାଇ ଘୋଷାରି ହୋଇ ଗୁରୁତର ଭାବେ ଖଣ୍ଡିଆ ଖାବରା ହୋଇଥିଲାବେଳେ ଘଟଣାସ୍ଥଳରେ ଟିକରପଡାର ଜନୈକ ପଙ୍କଜ ସାହୁ ନାମ୍ନୀ ମହିଳାଙ୍କ ମୃତ୍ୟୁ ଘଟିଛି । ଆହତ ସମସ୍ତ ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ଖାରିଆଗୁଡ଼ା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ଏମ୍ କେ ସି ଜି ପଠାଯାଇଛି। ଆହତଙ୍କ ମଧ୍ୟରୁ ବହୁ ସଙ୍କଟାପନ୍ନ ଥିବା ବେଳେ ଅଚେତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ଜରଡ଼ା ଥାନା ପକ୍ଷରୁ ଦୁର୍ଘଟଣା ସ୍ଥାନର ସରଜମିନ ତଦନ୍ତ ଚାଲୁ ରହିଥିବା ବେଳେ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଖାରିଅାଗୁଡ଼ା ଫାଣ୍ଡିରେ ଆତ୍ମ ସମର୍ପଣ କରିଅଛି ।
ସନ୍ତୋଷ କୁମାର ଦାଶ ।