ପାରଳାଖେମୁଣ୍ଡି, ୨୦/୧୦/୨୦୨୦( ପ୍ରଭାତ କୁମାର ପାତ୍ର) ଗଜପତି ଜିଲ୍ଲା ଅନ୍ତର୍ଗତ ଚାନ୍ଦିପୁଟ, ରାମଗିରି, ଚନ୍ଦ୍ରଗିରି ଅଂଚଳର ୪୫ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଓଜେଇଇ ପରୀକ୍ଷା ଦେବାକୁ ଯାଉଥିବା ଏକ ବସ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ତପ୍ତପାଣି ଘାଟି ନିକଟସ୍ଥ ପାଳୁଖୋଳା ଗ୍ରାମ ନିକଟରେ ଗତ ୧୫ ତାରିଖ ଦିନ ଦୁର୍ଘଟଣାର ଶିକାର ହୋଇଥିଲା । ସ୍ଥାନୀୟ ଅଂଚଳବାସୀ ତଥା ପ୍ରଶାସନର ସହଯୋଗରେ ଦୁର୍ଘଟଣାରେ ଆହତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ନିକଟସ୍ଥ ଦିଗପହଣ୍ଡି ତଥା ବ୍ରହ୍ମପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ଗଜପତି ଜିଲ୍ଲା ପ୍ରଶାସନ ଦୁର୍ଘଟଣାଗ୍ରସ୍ତ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଓଜେଇଇ ଚେୟାରମ୍ୟାନଙ୍କୁ ପୁର୍ନବାର ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବା ପାଇଁ ଅନୁରୋଧ କରିଥିଲେ । ଓଜେଇଇ ଚେୟାରମ୍ୟାନ, ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ଅନୁରୋଧ କ୍ରମେ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆସନ୍ତା ୨୨ ତାରିଖରେ ଓଜେଇଇ ପରୀକ୍ଷା ପୁର୍ନବାର କରିବା ନିର୍ଦ୍ଦେଶ ଦେଇଛନ୍ତି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଉପରୋକ୍ତ ଦୁର୍ଘଟଣାରେ ଶିକାର ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଛନ୍ତି ଯେ, ସେମାନେ ଜିଲ୍ଲାର ନୋଡାଲ ଅଫିସର ତଛା ପଲିଟେକ୍ନିକ ଅଧ୍ୟକ୍ଷଙ୍କୁ(୮୭୬୩୬୮୭୮୪୮) ଯୋଗାଯୋଗ କରି ନିର୍ଦ୍ଧାରିତ ତାରିଖରେ ଓଜେଇଇ ପରୀକ୍ଷା ଦିଅନ୍ତୁ । ମୁଁ ସମସ୍ତଙ୍କର ଉଜ୍ଜଳମୟ ଭବିଷ୍ୟତ କାମନା କରୁଛି ବୋଲି ସେ କହିଥିଲେ।
Home ବ୍ରହ୍ମପୁର ସ୍ପେଶାଳ ଦୁର୍ଘଟଣାଗ୍ରସ୍ତ ଛାତ୍ରଛତ୍ରୀଙ୍କୁ ପୁର୍ନବାର ଓଜେଇଇ ପରୀକ୍ଷା ଦେବାକୁ ମିଳିଲା ଅନୁମତି, ସୂଚନା ଦେଲେ ଜିଲ୍ଲାପାଳ