ବେଗୁନିଆପଡା ଓ ଏଲ୍ ଏମ୍ ବିଭାଗରେ ଅନ୍ଧା କାନୁନ୍ ….. ବିନା ବିଜ୍ଞାପନରେ ଚାଲୁଛି ନିଯୁକ୍ତି, ଭାରପ୍ରାପ୍ତ ଅଧିକାରୀ ଙ୍କ କାର୍ଯ୍ୟ ଉପରେ ସନ୍ଦେହ ।

0
208

ବ୍ରହ୍ମପୁର,୨୦/୧୦/୨୦୨୦( ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକରେ ଥିବା ଓଡିଶା ଜୀବିକା ମିଶନ (OLM)ବିଭାଗରେ ଚାଲୁଛି ଅନ୍ଧା କାନୁନ l ନା ଅଛି ପ୍ରତିବନ୍ଧକ ନା ଅଛି ଡର କି ଭୟ l ସରକାରୀ ବ୍ୟବସ୍ଥାକୁ ଚକମା ଦେଖାଇ ପ୍ରିୟା ପ୍ରୀତି ତୋଷଣ ନୀତିରେ ଚାଲିଛି ରାବଣ ରାଜ l ଏ କଥା ଆମେ କହୁନୁ….. ଏ କଥା ସମ୍ପର୍କିତ ତଥ୍ୟ ଲାଗିଛି ଗଣ ମାଧ୍ୟମ ହାତରେ l ପ୍ରାପ୍ତ ସୂଚନା ଅନୁଯାୟୀ ଓ ଏଲ୍ ଏମ୍ ବିଭାଗରେ ୫ ମାସ ପୂର୍ବେ ବେଗୁନିଆପଡା ପଂଚାୟତ ପାଇଁ ପ୍ରାଣୀ ମିତ୍ର ପାଇଁ ଗୋଟିଏ ପଦବୀ ସହ କୃଷି ମିତ୍ର ପାଇଁ ୨ ଟି ପଦବୀରେ ନିଯୁକ୍ତି ହେବା ପାଇଁ ଜିଲ୍ଲା ସ୍ତରରୁ ନିର୍ଦ୍ଦେଶନାମା ଆସିଥିଲା ଓ ଏହି ପଦବୀ ପାଇଁ ଓ ଏଲ ଏମ୍ ର କାର୍ଯ୍ୟ ନିର୍ବାହୀ କମିଟି ଦ୍ୱାରା ଅନୁମୋଦନ କରାଯାଇ ସ୍ୱତନ୍ତ୍ର ବିଜ୍ଞାପନ ମାଧ୍ୟମରେ ଆବେଦନ ଗ୍ରହଣ କରିବା ସକାଶେ ନିର୍ଦ୍ଦେଶନାମା ଥିବା ବେଳେ ବେଗୁନିଆପଡା ଓ ଏଲ୍ ଏମ୍ ବିଭାଗ ପକ୍ଷରୁ କୌଣସି ବିଜ୍ଞାପନ ନ ବାହାର କରାଯାଇ କେବଳ କାନ କୁହା ଖବର ମାଧ୍ୟମରେ ଆବେଦନ ଗ୍ରହଣ କରାଯାଇଥିଲା l ପ୍ରାଣୀ ମିତ୍ର ପଦବୀ ପାଇଁ ୩ ଜଣ ଆବେଦନ କରିଥିବା ବେଳେ କୃଷି ମିତ୍ର ପଦବୀ ପାଇଁ ୨ ଜଣ ଆବେଦନ କରିଥିଲେ l କିନ୍ତୁ ପରୀକ୍ଷା ଦିନ ଉଭୟ ପଦବୀ ପାଇଁ ୨ ଜଣ ଲେଖାଏଁ ପ୍ରାର୍ଥୀ ପରୀକ୍ଷା ଦେଇଥିଲେ l କୃଷି ମିତ୍ର ପାଇଁ ଜଣେ ମହିଳା ଚୟନ ହୋଇଥିବା ବେଳେ ପ୍ରାଣୀ ମିତ୍ର ପାଇଁ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଅଧିକ ମାର୍କ ରଖିଥିବା ବେଳେ ଆଉ ଜଣେ ମହିଳା ଦ୍ଵିତୀୟ ସ୍ଥାନରେ ଅଛନ୍ତି କିନ୍ତୁ ଫଳାଫଳ ଜାଣିଶୁଣି ବିଳମ୍ବ କରାଯାଉଛି l ଏ ସମ୍ପର୍କରେ ଜିଲ୍ଲା ପ୍ରକଳ୍ପ ଅଧିକାରୀ ନବୀନ ସେନାପତିଙ୍କ ସହ ଯୋଗାଯୋଗ କରିବାରେ ସେ ପ୍ରକାଶ କରିଛନ୍ତି ଯେ ଏହି ପଦବୀ ପାଇଁ କେବଳ ମହିଳା ହିଁ ଆବେଦନ କରିପାରିବେ ଓ ଏଇଥି ପାଇଁ ଵିଜ୍ଞାପନ ନିହାତି ଆବଶ୍ୟକ l ଉକ୍ତ ମହିଳା ଏସ ଏଚ ଜି ର ସଦସ୍ୟା ହୋଇଥିବା ଦରକାର l ଏଠାରେ ପ୍ରଶ୍ନ ଉଠୁଛିଯେ ବେଗୁନିଆପଡା ଓ ଏଲ୍ ଏମ୍ ଭାରପ୍ରାପ୍ତ କାର୍ଯ୍ୟଗ୍ରାହୀ କିପରି ବିନା ଵିଜ୍ଞାପନ ମାଧ୍ୟମରେ ଆବେଦନ ଗ୍ରହଣ କଲେ ଓ ଏହି ପଦବୀ ଯଦି ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ତେବେ ପୁରୁଷ କିପରି ପରୀକ୍ଷା ଦେଲେ? ଅଥବା ଯଦି ସେ ନିୟମ ବିଷୟରେ ଜାଣି ନଥିଲେ ତେବେ ପରୀକ୍ଷା ହେବା ପୂର୍ବରୁ ଉପରିସ୍ଥ ଅଧିକାରୀଙ୍କୁ କାହିଁକି ସବୁ ଲୁଚାଇଥିଲେ l ସେପଟେ ଆବେଦନ ପାଇଁ ଶେଷ ତାରିଖ ଅତିକ୍ରମ ହୋଇଯାଇଥିଲେ ବି ତାଙ୍କ ମନ ମୁତାବକ ପ୍ରାର୍ଥୀଙ୍କ ଠାରୁ ପରେ କିପରି ଆବେଦନ ପତ୍ର ଗ୍ରହଣ କରିଥିଲେ ବୋଲି ପିଙ୍କି ରାଉତ ଅଭିଯୋଗ କରିଛନ୍ତି l ସେପଟେ କାର୍ଯ୍ୟକାରୀ କମିଟିର ବିନା ଅନୁମୋଦନରେ ଓ ଏଲ୍ ଏମ୍ କାର୍ଯ୍ୟଗ୍ରlହୀ ଜ୍ଞାନ ରଞ୍ଜନ ରାଉତ ମନ ଇଛା ରାଜ ଚଳାଇଛନ୍ତି ମହାସଂଘ ଇସି ମେମ୍ବର ଛାୟା ବେହେରା ଅଭିଯୋଗ କରିଛନ୍ତି l ସେହିପରି ଏମ୍ ବି କେ ରଶ୍ମିତା ଗଉଡ ଙ୍କ ସହ ଯୋଗାଯୋଗ କରିବାରେ ସେ କହିଛନ୍ତି ଜ୍ଞାନ ସାର୍ ଙ୍କ ନିର୍ଦ୍ଦେଶ ରେ ହିଁ ଆମେ ସବୁ କାମ କରୁଛୁ । ସେପଟେ ଯଦି ପୁରୁଷ ମାନଙ୍କ ପାଇଁ ପଦବୀ ଉଦ୍ଧିଷ୍ଟ ନୁହେଁ ତେବେ ବିଜ୍ଞାପନ ମାଧ୍ୟମରେ କାହିଁକି ଦର୍ଶାଗଲାନାହିଁ କି ପରୀକ୍ଷାରେ ବସିବା ପୂର୍ବରୁ କାହିଁକି ମନା କରାଗଲା ନାହିଁ ଏବଂ ଓ ଏଲ୍ ଏମ୍ ଅଧୀନରେ ବହୁ ସ୍ଥାନରେ ପୁରୁଷ ବିଭିନ୍ନ ପଦପଦବୀରେ ଅଧିଷ୍ଠିତ ଥାଇ ପୁରୁଷ ମାନଙ୍କ ପାଇଁ କାହିଁକି ଏହା ଅଯୋଗ୍ୟ ତାହାକୁ ନେଇ ଯୋଗ୍ୟ ତାଲିକାରେ ପ୍ରଥମରେ ଥିବା ପ୍ରାର୍ଥୀ ପୂର୍ଣଚନ୍ଦ୍ର ସ୍ୱାଇଁ ଅଭିଯୋଗ କରିଛନ୍ତି l ସେପଟେ ଓ ଏଲ୍ ଏମ୍ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧିକାରୀ ଜ୍ଞାନ ରଞ୍ଜନ ରାଉତଙ୍କୁ ଯୋଗାଯୋଗ କରିବା ପରେ ସେ ସ୍ପଷ୍ଟ ଉତ୍ତର କିଛି ଦେଇପାରିନାହାନ୍ତି l ଏହି ବିଭାଗରେ ବହୁ ଦୁର୍ନୀତି ଚାଲିଥିବା ବେଳେ ତଥା ମନମୁଖୀ କାର୍ଯ୍ୟ ଚାଲିଥିବା ବେଳେ କାହା ଇସାରାରେ ଏହା ହେଉଛି ତାହାର ପ୍ରଚ୍ଛଦ ପଟରେ କିଏ ଅଛି ତାହାର ଖୁଲାସା କରାଯିବା ସହ ଦୁର୍ନୀତି ଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ସହ ଏହି ଅନିୟମିତତା ର ତଦନ୍ତ ପାଇଁ ଦାବୀ ହୋଇଛି l

LEAVE A REPLY

Please enter your comment!
Please enter your name here