ବିଷଧର ସାପ କାମୁଡାରେ ଆଦିବାସୀ ନାବାଳିକାର ମୃତ୍ୟୁ

0
167

ବ୍ରହ୍ମପୁର,୨୧/୧୦/୨୦୨୦:ଏକ ଦୁଃଖଦ ଘଟଣା କ୍ରମରେ ଆଦିବାସୀ ଅଧ୍ୟୁଷିତ ଟି, ଗୋବିନ୍ଦପୁର ପଞ୍ଚାୟତର ଶ୍ରୀରାମ ନଗର ଗ୍ରାମରେ ସୋମବାର ରାତ୍ରୀରେ ଘରେ ସୋଇଥିବା ଅବସ୍ଥାରେ ଜନୈକ ଆଠ ବର୍ଷୀୟା ନିଷ୍ପାପ ଆଦିବାସୀ ନାବାଳିକା ସର୍ପାଘାତରେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ଶ୍ରୀରାମ ନଗରର ଏଡଙ୍ଗ ଶବରଙ୍କ ଆଠ ବର୍ଷୀୟା ନାବାଳିକା କନ୍ୟା ତେଜସ୍ମିତା ରାତିରେ ଖାଇସାରି ଶୋଇଥିବା ବେଳେ ସମୟ ପ୍ରାୟ ରାତି ପ୍ରାୟ ଦଶ ଘଣ୍ଟା ବେଳକୁ ବିଷଧର ସାପ ଗୋଡ଼କୁ କାମୁଡିବାରୁ ଚିତ୍କାର କରିଥିଲା । ଶୋଇବା ଶେଯରୁ ଉଠିବା କ୍ଷଣି ପରିବାର ଲୋକେ ତାର ସେବା କରିବା ସହିତ ଘରେ ଖୋଜାଖୋଜି କରି ଘରେ ବିଷାକ୍ତ ସାପ ଥିବା ଜାଣି ପାରିଥିଲେ । ଏହାପରେ ପୀଡ଼ିତା ନାବାଳିକାକୁ ଚିକିତ୍ସା ନିମିତ ହସ୍ପିଟାଲ୍ ନେଇଥିଲେ । ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ପୀଡ଼ିତାକୁ ମୃତା ଘୋଷିତ କରିଥିଲେ । ମେଧାବୀ ଛାତ୍ରୀ ଭାବରେ ବିଦ୍ୟାଳୟରେ ଓ ଗ୍ରାମରେ ସମସ୍ତଙ୍କ ପ୍ରିୟଥିବା ତେଜସ୍ମିତାଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବାବେଳେ ଆଦିବାସୀ ପରିବାରକୁ ସରକାରୀ ସହାୟତା ପାଇଁ ପ୍ରଶାସନ ନିକଟରେ ଗ୍ରାମବାସୀଙ୍କ ପକ୍ଷରୁ ଦାବି ରଖାଯାଇଛି ।

ସନ୍ତୋଷ କୁମାର ଦାଶ

LEAVE A REPLY

Please enter your comment!
Please enter your name here