ବ୍ରହ୍ମପୁର, ୨୧/୧୦/୨୦୨୦ ( ଟୁକୁନା ପ୍ରଧାନ)-: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ପଞ୍ଚାୟତରେ ଦୀର୍ଘ ଦିନ ହେଲାଣି ପରିମଳ ବ୍ୟବସ୍ଥା ରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି ।ବେଗୁନିଆପଡ଼ା ବ୍ଳକର ବେଗୁନିଆପଡ଼ା ହେଉଛି ମୁଖ୍ୟ ବଜାର। ପାଖାପାଖି ୧୫ ରୁ ଉର୍ଦ୍ଧ୍ବ ପଞ୍ଚାୟତ ଏପରିକି ଖଲ୍ଲିକୋଟ ବ୍ଳକ ରୁ ମଧ୍ୟ ଦୈନିକ ସତାଧିକ ଲୋକ ବେଗୁନିଆପଡ଼ା ବଜାର ଉପରେ ନିର୍ଭର କରିଥାନ୍ତି। ତେବେ ଏହି ମୁଖ୍ୟ ବାଣିଜ୍ୟ କେନ୍ଦ୍ର ତଥା ପ୍ରମୁଖ ବଜାରରେ ଏବେ ପରିମଳ ବ୍ୟବସ୍ଥା ବିପର୍ଯ୍ୟୟ ହୋଇ ପଡିଛି। ଯାହାକୁ ନେଇ ସ୍ଥାନୀୟ କିଛି ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ହନୁମାନ ବଜାର ଏପରିକି ପ୍ରତି ସାହି ସାହିରେ କୁଢକୁଢ ଆବର୍ଜନା ଜମା ହୋଇଥିବା ନେଇ ନଜରକୁ ଆସିଛି। ପୂର୍ବରୁ ସ୍ଥାନୀୟ ସରପଞ୍ଚ ଏଥିପ୍ରତି ଦୃଷ୍ଟି ଦେଉଥିବା ସହ ପଞ୍ଚାୟତ ତରଫରୁ ସଫେଇ କରାଯାଉଥିବା ବେଳେ ଏବେ କିଛି ଦିନ ହେବ ଆଉ ସଫେଇ କରାଯାଉନଥିବା ଯୋଗୁଁ ମୁଖ୍ୟ ରାସ୍ତା ଗୁଡ଼ିକରେ ଅଳିଆ ଆବର୍ଜନା ପଡି ରହୁଥିବା ନଜରକୁ ଆସିଛି। ଏଥି ପାଇଁ ସ୍ଥାନୀୟ ବଜାର ବାସିନ୍ଦା ସିଧାସଳଖ ସରପଞ୍ଚଙ୍କୁ ଦାୟୀ କରିବା ସହ ତୁରନ୍ତ ଏଥିପ୍ରତି ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।ବଜାର ବାସିନ୍ଦା ଏନେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି ପଞ୍ଚାୟତ ପକ୍ଷରୁ ଦୃଷ୍ଟି ଦିଆଯାଉ ନ ଥିବା କହିଛନ୍ତି । ଅପରପକ୍ଷେ ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ମାଝୀ ଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି ସଫେଇ କରୁଥିବା କର୍ମଚାରୀ ଙ୍କ ସ୍ଵାମୀ ଙ୍କ ମୃତ୍ୟୁ କାରଣ ରୁ ଏବେ କିଛିଦିନ ହେଲା ଅସୁବିଧା ହୋଇଛି । ଏହାର ସମାଧାନ ଅତି ଶୀଘ୍ର କରାଯିବ ।
Home ବ୍ରହ୍ମପୁର ସ୍ପେଶାଳ ବେଗୁନିଆପଡ଼ାରେ ପରିମଳ ବ୍ୟବସ୍ଥା ରେ ଅବ୍ୟବସ୍ଥା , ସରପଞ୍ଚଙ୍କୁ ଦାୟୀ କଲେ ବଜାର ଲୋକେ, ସରପଞ୍ଚ...