ବ୍ରହ୍ମପୁର,୨୨/୧୦/୨୦୨୦: ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ଏକ ମାସବ୍ୟାପୀ ବିଜେଡି ପକ୍ଷରୁ ଆୟୋଜିତ ହେଉଥିବା ଲୋକ ସମ୍ପର୍କ ଅଭିଯାନ କରୋନା ସଂକ୍ରମଣ ବ୍ୟାପକତା ଯୋଗୁଁ ବାତିଲ ହୋଇଥିବା ବେଳେ ରାଜ୍ୟ ସଂଗଠନର ନିର୍ଦ୍ଦେଶାନୁସାରେ କରୋନା ସଂକ୍ରମଣ ଠାରୁ ସାଧାରଣଙ୍କୁ ସୁରକ୍ଷା ଜନିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ପରିପ୍ରେକ୍ଷୀରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସଦର ବ୍ଲକ ପାଟପୁର ଗନ୍ଧିଛକ ଠାରେ ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟିକାଙ୍କ ନେତୃତ୍ଵରେ ଏକ ମିଳିତ ସମାରୋହ ଆୟୋଜନ ସହ ଗାନ୍ଧିଜୀଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯାଇଥିଲା ।
ପ୍ରତିକୂଳ ପାଗଯୋଗୁଁ ସୀମିତ ସମୟ ଭିତ୍ତିରେ ଜୋନ୍ ସ୍ତରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଆଜି ବ୍ଲକ୍ ଅନ୍ତର୍ଗତ ୬୦ ନଂ ଜୋନ୍ ଅଞ୍ଚଳରେ ଅନୁଷ୍ଟିତ ହୋଇଅଛି । ପୂର୍ବତନ ବିଧାୟିକା ଶ୍ରୀମତୀ ନନ୍ଦିନୀ ଦେବୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ସଚେତନତା କାର୍ଯ୍ୟକ୍ରମରେ ବ୍ଲକ୍ ବିଜେଡି କର୍ମୀ , କର୍ମକର୍ତ୍ତା , ଦଳୀୟ ଜନପ୍ରତିନିଧି ସମ୍ମିଳିତ ହୋଇଥିଲେ ।ଏସ , ଗୋପାଳପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଆରମ୍ଭ ହୋଇଥିବା ଆଜିର ଏହି ସଚେତନତା ପଦଯାତ୍ରା ପାଇକ ରାମଚନ୍ଦ୍ରପୁର , ଜିଉରା , ଗଙ୍ଗାପୁର , ଚୁଡ଼ଙ୍ଗପୁର , ଆମ୍ବ ଗାଁ , ମୌଲାଭଞ୍ଜା ପଞ୍ଚାୟତ ପରିକ୍ରମା କରିଥିଲା । ପ୍ରମୁଖ ଜନସମାଗମ ସ୍ଥାନ ବିଶେଷରେ ଜନସାଧାରଣଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷା ପାଇଁ ବିଶେଷ ଉପାଦାନ ସମାନ୍ଧରେ ସଚେତନତା କରାଯିବା ସହିତ ଉପସ୍ଥିତ ଜନତାଙ୍କୁ ନନ୍ଦିନୀ ଦେବୀଙ୍କ ଦ୍ଵାରା ମାସ୍କ ବିତରଣ କରାଯାଇଥିଲା ।
କାର୍ଯ୍ୟକ୍ରମରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ତଥା ରାଜ୍ୟ କାର୍ଡ ବ୍ୟାଙ୍କ୍ ସଭାପତି ଶ୍ରୀ ଯୋଗେନ୍ଦ୍ର ସ୍ବାଇଁ , ବ୍ଲକ୍ ଉପାଧ୍ୟକ୍ଷ ଶ୍ରୀ ଗୋବିନ୍ଦ ସ୍ବାଇଁ , ବ୍ଲକ୍ ସଭାପତି ଶ୍ରୀ ଧୋବା ସ୍ବାଇଁ , ଉପସଭାପତି ଶ୍ରୀ ବାବୁ ପ୍ରଧାନ , ଅମିନ ପ୍ରଧାନ , ଯୁବ ବିଜେଡିର ସନ୍ତୋଷ ବିଷୋୟୀ , ଛାତ୍ର ବିଜେଡିର କାଳୁ ଚରଣ ନାୟକ ପ୍ରମୁଖଙ୍କ ସହିତ ସମସ୍ତ ଦଳୀୟ ସରପଞ୍ଚ ଓ ସମିତି ସଭ୍ୟ ଅଂଶଗ୍ରହଣ କରିଥିଲେ ।
ସନ୍ତୋଷ କୁମାର ଦାଶ