ଜନବିରୋଧୀ କୃଷି ଆଇନ ଯୋଗୁଁ ଅତି ଆବଶ୍ୟକ ସାମଗ୍ରୀର ଦରଦାମ ଆକାଶଛୁଆଁ

0
190

ବ୍ରହ୍ମପୁର,୨୨/୧୦/୨୦୨୦(ବ୍ୟୁରୋ ରିପୋର୍ଟ) କର୍ପୋରେଟ ହାଉସର ମୁନାଫା ପାଇଁ ଉଭୟ ଲୋକସଭା, ରାଜ୍ୟସଭାରେ ଗୃହୀତ କରାଇଥିବା ଜନବିରୋଧୀ କୃଷି ବିଲ୍ ଦ୍ୱାରା ବର୍ତମାନର ଅତି ଆବଶ୍ୟକ ଜିନିଷ ଗୁଡିକର ଦରଦାମ ଆକାଶଛୁଆଁ ଭାବେ ବୃଦ୍ଧି ପାଇଛି ଓ ଆସନ୍ତା ଦିନରେ ଏହା ଆହୁରି ଭୟlବହ ପରିସ୍ଥିତି ସୃଷ୍ଟି କରିବାର ସମ୍ଭାବନା ରହିଛି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଅଭିଯୋଗ କରିଛି l ପ୍ରକାଶଯୋଗ୍ୟ ଯେ, ସମଗ୍ର ଦେଶରେ ପ୍ରବଳ ଜନ ଅସନ୍ତୋଷ ଓ ଚାଷୀ ଆନ୍ଦୋଳନ ସତ୍ୱେ କେନ୍ଦ୍ରର ବିଜେପି ଓ ସହଯୋଗୀ ଦଳମାନେ ସଂସଦରେ କୌଣସି ଆଲୋଚନା ନକରି ଜବରଦସ୍ତ ଏକପାଖିଆ ଭାବେ କର୍ପୋରେଟ ସ୍ୱାର୍ଥରେ ଜନବିରୋଧୀ କୃଷି ବିଲ୍ଲକୁ ଗୃହୀତ କରାଇଥିଲେ l କିନ୍ତୁ ଏହାର ପ୍ରଭାବରେ ଆଳୁ, ପିଆଜ, ତେଲ, ଡାଲି ଭଳି ସମସ୍ତ ରାସନ ସାମଗ୍ରୀ ଓ ପନିପରିବା ଆଦି ସମସ୍ତ ଅତି ଆବଶ୍ୟକ ସାମଗ୍ରୀର ଦର ବର୍ତମାନ ଅତି ମାତ୍ରାରେ ବୃଦ୍ଧି ପାଇଛି l ନିମ୍ନ ମଧ୍ୟବିତ ପରିବାର ପକ୍ଷରେ ଖାଇବାକୁ ମୁଠାଏ ପାଇବା ଅତି ମୁସ୍କିଲ ହୋଇପଡିଛି l କରୋନାଠୁ ବର୍ତମାନର ବଜାରଦର ଲୋକଙ୍କୁ ଅଧିକ ବାଧୁଛି lକଳାବଜାରୀ,ଜରୁରୀ ସାମଗ୍ରୀକୁ ମହଜୁଦ ରଖିବାକୁ ପ୍ରଶାସନ ରୋକିବାରେ ଅସମର୍ଥ ହୋଇଛି ଏବଂ କରୋନା ନିୟନ୍ତ୍ରଣ ନାଁରେ ଫାଇନ ସଂଗ୍ରହକୁ ହିଁ ଏକ ମାତ୍ର କାର୍ଯ୍ୟଭାବେ ଗ୍ରହଣ କରିଛି l ଏହାର ସୁଯୋଗରେ ଅସାଧୁ ବ୍ୟବସାୟୀଙ୍କ କଳାକାରନାମା ବହୁ ଗୁଣରେ ବୃଦ୍ଧିପାଇଛି l ଅନ୍ୟପକ୍ଷରେ କେନ୍ଦ୍ରସରକାର ନିଜର ଭୁଲନିଷ୍ପତ୍ତି ଓ ବିଫଳତାକୁ ଲୁଚାଇବା ପାଇଁ କେବଳ ମlସ୍କ ପିନ୍ଧିବା, ହାତ ଧୋଇବା, ଦୂରତା ରକ୍ଷା କରିବା ପ୍ରଚାରକୁ ଅଧିକ ଶ୍ରେୟସ୍କର ମନେକରୁଛନ୍ତି l ଜନତାଙ୍କ ପ୍ରତିବାଦକୁ ଦବାଇଦେବା ପାଇଁ ଯେକୌଣସି ସ୍ତରକୁ ଯିବା ପାଇଁ କେନ୍ଦ୍ରର ମୋଦୀ ସରକାର ପଛାଉ ନାହିଁ l କର୍ପୋରେଟ ର ସ୍ୱାର୍ଥପାଇଁ ଜନବିରୋଧୀ ପଦକ୍ଷେପ ଗୁଡିକ ନେବାସହ ରାଷ୍ଟ୍ରୀୟ ଶିଳ୍ପ ଗୁଡିକୁ ଘରୋଇ କମ୍ପାନୀ ହାତକୁ ଟେକିଦେବା ଆସନ୍ତାଦିନରେ ଅତ୍ୟନ୍ତ ସାଙ୍ଘାତିକ ସ୍ଥିତି ଆଣିବ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା ଅଭିଯୋଗ ଆଣିଛନ୍ତି l

LEAVE A REPLY

Please enter your comment!
Please enter your name here