ବ୍ରହ୍ମପୁର,୨୩/୧୦/୨୦୨୦: ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ମହାନଳା ଗ୍ରାମର ଅବସରପ୍ରାପ୍ତ ଶିକ୍ଷକ କେ, ଲୋକନାଥ ଦୋରାଙ୍କ ୭୭ ବର୍ଷ ବୟସରେ ତାଙ୍କ ବାସଭବନରେ ଗୁରୁବାର ଦିନ ବିୟୋଗ ଘଟିଛି ! ପ୍ରାୟତଃ ପଳାଶପୁର , ପାଟପୁର ଆଦି ବିଦ୍ୟାଳୟରେ ଶିକ୍ଷକତା କରିଥିବା ସ୍ବର୍ଗତ ଦୋରା ନିଜ ଶିକ୍ଷାଦାନରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ବହୁ ଶିକ୍ଷାର୍ଥୀଙ୍କ ପାଇଁ ପ୍ରେରଣା ପାଲଟିଥିଲେ ! ଜଣେ ସ୍ପଷ୍ଟ ସାମ୍ୟବାଦୀ ଓ ଶିକ୍ଷକ ଭାବେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ ! ଏଥିସହ ନିଖିଳ ଉତ୍କଳ ତେଲେଙ୍ଗାଦୋରା ସମାଜ ଖେମୁଣ୍ଡି ସର୍କଲ ସଭାପତି ଭାବେ ଦୀର୍ଘ ବର୍ଷଧରି ସମାଜର କାର୍ଯ୍ୟ କରିଥିଲେ । ଦୀର୍ଘଦିନ ଧରି ଅସୁସ୍ଥତା କାରଣରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ବିୟୋଗ ହୋଇଥିଲା ! ଅନ୍ତିମ ଦର୍ଶନରେ ଅଧ୍ୟାପକ ଡ଼ଃ ପ୍ରଣବାନନ୍ଦ ପାଟଜୋଷୀ, କ୍ରୀଡା ଅଧ୍ୟାପକ ଲକ୍ଷ୍ମଣ କୁମାର ସାହୁ , ମାଧବ ଖୁଣ୍ଟିଆ , ପୂର୍ବତନ ସମିତିସଭ୍ୟ ମୁକୁନ୍ଦ ଚନ୍ଦ୍ର ବରାଡ଼ , ସାହିତ୍ୟ ସଂସଦ ଉପ ସଭାପତି ବିନାୟକ ଦାଶଙ୍କ ସମେତ ବହୁ ପୁରାତନ ଛାତ୍ର ଉପସ୍ଥିତ ଥିଲେ !ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ସିପିଆଇ ଜୋନ ସମ୍ପାଦକ କୈଳାଶ ପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ସ୍ବର୍ଗତ ଦୋରାଙ୍କ ଶେଷ ଦର୍ଶନ କରିବା ସହିତ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ସନ୍ତୋଷ କୁମାର ଦାଶ